September 20, 2024

Odia Express

Leading Odia News Portal of Odisha

ସକାଳୁ ଉଠିଲେ ତ ମଥାରେ ଲାଗିଥିଲା ସିନ୍ଦୁର , କହିଲେ ନାଗ ଦେବତା ରାତିରେ ମୋ ମଥାରେ ସିନ୍ଦୁର ଭରିଦେଲେ – ଆଉ ତାପରେ..

ଛତିଶଗଡର ବଳରାମପୁରରେ ଏକ ଆଶ୍ଚର୍ଯ୍ୟଜନକ କରିଦେଲା ଭଳି ମାମଲା ସାମ୍ନାକୁ ଆସିଛି, ପୁରା ମାମଲା ଶୁଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ବଳରାମପୁର ଜିଲ୍ଲାର କନକପୁର ଗାଁରେ ଏକ ଝିଅ ନାଗକୁ ବିବାହ କରିବାକୁ ଚାହୁଁଥିଲେ । ଦୁର୍ଗାବତୀ ନାମରେ ଏହି ନାବାଳିକ ଝିଅର କହିବା କଥା କି ସେ ନାଗ ଦେବତାଙ୍କୁ ବିବାହ କରିବାକୁ ଆଗ୍ରହ କରିଥିଲା,  ଦୁର୍ଗାବତୀ ନାମକ ଏହି ଝିଅର ଦାବି ଅଛି କି ନାଗ ଦେବତା ତାର ସ୍ୱପ୍ନରେ ଆସନ୍ତି । ଝିଅର ଏହା ବି କହିବା କଥା କି ସକାଳେ ଯେବେ ସେ ନିଦ ଭାଙ୍ଗେ ତେବେ ତାର ମଥାରେ ସିନ୍ଦୁର ଭରିଯାଏ , ସେ କହେ କି ଏହା ଆଉ କେହି ନୁହେଁ ବରଂ ନାଗ ଦେବତା ତାର ମଥାରେ ସିନ୍ଦୁର ଲଗାଇଛନ୍ତି , ଓ ସେ କହୁଛି କି ନାଗ ଦେବତା ମୋର ସ୍ୱାମୀ ଓ ଜଲଦି ହିଁ ସେ ବିବାହ କରିବେ ।

 

ଦୁର୍ଗାବତୀ କହିଲେ କି ସେ ସାପକୁ ନିଜ ସ୍ୱାମୀ ବୋଲି ବରଣ କରିଛନ୍ତି , ସେ କହିଲେ ଥରେ ରାତିରେ ଶୋଇଥିବା ସମୟରେ ନାଗ ଦେବତା ଆସିଥିଲେ । ଓ ଯେବେ ସକାଳୁ ନିଦ ଭାଙ୍ଗିଲା , ତେବେ ତାର ମଥାରେ ସିନ୍ଦୁର ଲାଗିଥିଲା । ନାଗ ଦେବତା ତାଙ୍କୁ ଆଦେଶ ବି ଦେଇଥିଲେ କି ସେ ଆଉ କାହାକୁ ନୁହେଁ ତାଙ୍କ ସହ୍ ବିବାହ କରିବେ ।

 

ନାବାଳିକ ଝିଅ ଦୁର୍ଗାବତୀଙ୍କ କହିବା କଥା କି ସେ ଗାଁରେ ଝଡାଫୁଙ୍କା କାମ କରନ୍ତି , ଓ ଦୂର ଦୁରରୁ ଆସୁଥିବା ଲୋକେ ସେଠାରେ ତାଙ୍କ ଠାରୁ ଝଡା ଫୁଙ୍କା କରନ୍ତି । ଦୁର୍ଗାବତୀଙ୍କ କହିବା କଥା କି ଝଡା ଫୁଙ୍କା କରିବାର ଆଦେଶ ତାଙ୍କୁ ନାଗ ଦେବତା ଦେଇଛନ୍ତି , ଦୁର୍ଗାବତୀଙ୍କ ମା ଏହା ବି ମାନନ୍ତି କି ନାଗ ଦେବତା ତାଙ୍କ ଝିଅର ମଥାରେ ସିନ୍ଦୁର ଭରିଛନ୍ତି , ଏହି ଘଟଣାକୁ ସେମାନେ ନାଗ ଦେବତାଙ୍କ ଆଦେଶ ମାନିଛନ୍ତି , ଦୁର୍ଗାବତୀଙ୍କ ମାଙ୍କ ଛଡା ଏହି ଘଟଣାକୁ ଗାଁର ଅନ୍ୟ ଲୋକ ସତ ବୋଲି ମାନିନେଇଛନ୍ତି ।

Leave a Reply

Your email address will not be published. Required fields are marked *