September 20, 2024

Odia Express

Leading Odia News Portal of Odisha

ଚାଣକ୍ୟ ନୀତି – ଏହି ୧୧ ଟି କାମ କରୁଥିବା ଲୋକଙ୍କୁ କୁହାଯାଏ ସବୁଠାରୁ ବଡ ମୂର୍ଖ , ଜାଣନ୍ତୁ ଏହି ମୁର୍ଖଙ୍କ ଲକ୍ଷଣ..

ଆଚାର୍ଯ୍ୟ ଚାଣକ୍ୟ ପାଟଳୀପୁତ୍ର ଯାହାକୁ ଏବେ ପାଟଣା ନାଁରେ ଜଣାଯାଏ , ସେ ଜଣେ ମହାନ୍ ବିଦ୍ୟାନ ଥିଲେ । ଚାଣକ୍ୟ ଙ୍କୁ ତାଙ୍କର ନ୍ୟାୟିକ ଆଚରଣ ପାଇଁ ଜଣାଯାଉଥିଲେ । ଏତେ ବଡ ସାମ୍ରାଜ୍ୟର ମନ୍ତ୍ରୀ ହୋଇଥିବା କାରଣରୁ ସେ ଗୋଟିଏ ସାଧାରଣ କୁଡିଆରେ ରହୁଥିଲେ , ତାଙ୍କର ଜୀବନ ବହୁତ ସାଧାରଣ ଥିଲା । ଚାଣକ୍ୟ ନିଜ ଜୀବନରେ ମିଳିଥିବା ଅନୁଭବରୁ ଚାଣକ୍ୟ ନୀତିରେ ଜାଗା ଦିଆଯାଇଥିଲା ଚାଣକ୍ୟ ନୀତିରେ ଏମିତି କିଛି ନୀତି ନିୟମ ବିଷୟରେ କୁହାଯାଇଛି ଯାହା ବ୍ୟକ୍ତି ଅମଳ କଲେ ତେବେ ସଫଳ ହେବାରୁ କେହି ବି ଅଟକାଇପାରିବେ ନାହିଁ , କିନ୍ତୁ ଚାଣକ୍ୟନୀତିରେ କିଛି କଥା ଏମିତି କୁହାଯାଇଛି କି ଯାହାକୁ କରିବାବାଲା ବ୍ୟକ୍ତି ମୁର୍ଖ ହୋଇଥାଏ , ତେବେ ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ବିଷୟରେ ।

 

୧) କିଛି ଲୋକ ଏପରି ହୋଇଥାନ୍ତି ଯାହାଙ୍କ ପାଖରେ ଜ୍ଞାନ ବିଲକୁଲ୍ ନଥାଏ , କିନ୍ତୁ ତା ସତ୍ତ୍ୱେ ବି ସେମାନେ ଅହଂକାର ହୋଇଥାଏ , ଏଥିପାଇଁ ଯଦି କେଉଁ ବ୍ୟକ୍ତି ବିନା ଜ୍ଞାନରେ ଅହଂକାରରେ ରହିଥାଏ , ତେବେ ସେ ବଡ ମୁର୍ଖ ହୋଇଥାଏ ।

୨) ଯେଉଁ ଲୋକ ଦରିଦ୍ର ହୋଇକରି ବଡ ବଡ ସ୍ୱପ୍ନ ଦେଖିଥାଏ , ଓ ବିନା ପରିଶ୍ରମ କରି ଧନବାନ ହେବାକୁ ଇଚ୍ଛା ରଖିଥାଏ , ସେମାନେ ମୁର୍ଖର ଅନ୍ତର୍ଭୁକ୍ତ ହୋଇଥାନ୍ତି  ।

 

୩) ବହୁତ ଲୋକ ଏପରି ଥାନ୍ତି ସେମାନେ ନିଜ କାମ ଛାଡିକରି ଅନ୍ୟ କାମରେ ମଗ୍ନ ରୁହନ୍ତି , ଚାଣକ୍ୟ ନୀତି ଅନୁସାରେ ସେମାନେ ବହୁତ ବଡ ମୁର୍ଖ ହୋଇଥାନ୍ତି ।

୪) ଯେଉଁ ଲୋକ ଭୁଲ୍ କାମ କରିଥାନ୍ତି କିମ୍ବା ଭୁଲ୍ ସଙ୍ଗତରେ ରୁହନ୍ତି ସେମାନେ ବହୁତ ବଡ ମୁର୍ଖ ହୋଇଥାନ୍ତି ।

୫) ନିଜ ଦରକାର ମୁତାବିକ ଜିନିଷ କିଣିବା ଦରକାର ବିନା ମତଲବରେ ଜିନିଷ କିଣିଲେ ଏହା ବ୍ୟର୍ଥ ହୋଇଥାଏ , ସେ ମୁର୍ଖର ଗୋଷ୍ଠିରେ ଆସିଥାନ୍ତି ।

 

୬) କିଛି ଲୋକ ଏପରି ଥାନ୍ତି ଯେଉଁ ମାନେ ନିଜଠୁ ଶକ୍ତିଶାଳୀ ଲୋକଙ୍କ ସହ ଶତ୍ରୁତା କରିବସନ୍ତି , ଯିଏ ଏମିତି କରିଥାଏ ସେ ବଡ ମୁର୍ଖ ହୋଇଥାଏ ।

୭) ଯେଉଁ ଲୋକ ଶତ୍ରୁକୁ ମିତ୍ର ଓ ବନ୍ଧୁକୁ ଘୃଣା କରନ୍ତି ସେମାନେ ମହାନ୍ ମୁର୍ଖର ପରିଚୟ ଦେଇଥାନ୍ତି ।

୮) ଯେଉଁ ଲୋକ ପୁରା ଦିନ ଖରାପ କର୍ମ କରିଥାନ୍ତି , ତାଙ୍କ ମନରେ ଖରାପ କର୍ମ କରିବାର ଲାଳସା ରୁହେ , ସେମାନେ ମହାନ୍ ମୁର୍ଖ ଶ୍ରେଣୀରେ ଅନ୍ତର୍ଗତ ହୋଇଥାନ୍ତି ।

 

୯) ଯେଉଁ ଲୋକ ଅନ୍ୟ ମାନଙ୍କର କାର୍ଯ୍ୟରେ ଭେଦ ଖୋଲିଦିଅନ୍ତି , ସେମାନେ ବିନା କିଛି କାରଣରେ ସନ୍ଦେହ କରିବସନ୍ତି , ସେମାନେ ବହୁତ ବଡ ମୁର୍ଖ ହୋଇଥାନ୍ତି । ଏମାନଙ୍କୁ ଭରସା କରିବା ବୃଥା ହୋଇଥାଏ ।

୧୦) ଯେଉଁ ବ୍ୟକ୍ତିମାନଙ୍କର ଭଗବାନଙ୍କ ଉପରେ ଆସ୍ଥା ହୋଇନଥାଏ , ସେମାନଙ୍କୁ ନାସ୍ତିକ କୁହାଯାଏ , ଭଗବାନଙ୍କୁ ନ ମାନିବା ଲୋକ ତାଙ୍କ ଅପମାନ କରୁଥିବା ବ୍ୟକ୍ତି ସବୁଠାରୁ ବଡ ମୁର୍ଖ ହୋଇଥାନ୍ତି ।

୧୧) ଆଳସ୍ୟ ଲୋକ ଯିଏ ସମୟର କୌଣସି ଧ୍ୟାନ ରଖେନି , ସେମାନେ ବଡ ମୁର୍ଖର ଶ୍ରେଣୀରେ ଆସିଥାନ୍ତି , ଏହା ଛଡା ପୁରା ଦିନ ଅଲଗା କାର୍ଯ୍ୟରେ ଲାଗିରୁହନ୍ତି , ସେମାନେ ମହାନ୍ ମୁର୍ଖ ହୋଇଥାନ୍ତି ।

Leave a Reply

Your email address will not be published. Required fields are marked *