ଗୋଟିଏ ମାସ ହେବ ଘରେ ଗାଈଟି ଏକୁଟିଆ ଥିଲା, ଯେବେ ମାଲିକ ଘର କବାଟ ଖୋଲି ଦେଖିଲେ ସେ ଦୃଶ୍ୟ ଦେଖି ତାଙ୍କ ଆଖିରୁ ଲୁହ ବୋହିଗଲା…
ନୂଆ ଘରକୁ ଯାଇ ରହିବାର ସ୍ଵପ୍ନ ପ୍ରତ୍ୟେକଲୋକ ଦେଖନ୍ତି । ନିଜ ଟଙ୍କାରେ କିଣାଯାଇଥିବା ନୂଆଘର ସମସ୍ତଙ୍କୁ ଉତ୍ସାହିତ କରିଥାଏ । ଯେତେଦିନ ଏହି ଘର ନୂଆ ଥାଏ ଏଥିରେ ଚମକ ଥାଏ ଓ ଏହାକୁ ସଫାସୁତରା କରାଯାଏ । ଏହି କାରଣରୁ ଏହାର ମଜା ଦିଗୁଣ ହୋଇଥାଏ । କିନ୍ତୁ ଟିକେ ଭାବନ୍ତୁ , ଆପଣ ନୂଆଘରକୁ ସିଫ୍ଟ କରିବାକୁ ଯାଉଥିବେ ଓ ଘରର କବାଟ ଖୋଲି ଦେଖନ୍ତି ତ ପୁରା ଘର ଗୋବରରେ ଭର୍ତ୍ତି ହୋଇଥିବ ଏତିକି ନୁହେଁ ଆପଣଙ୍କ ନୂଆଘରେ ଗୋଟିଏ ଗାଈ ଟହଲ ମାରୁଥିବ ଓ ଆପଣଙ୍କୁ ଅନୁମାନ ହେଉନଥିବ ଯେ ଏହି ଗାଈ ଟି କେଉଁଠୁ ଆସିଛି । ଏଭଳି ଦୃଶ୍ୟ ଦେଖି ଯେକୌଣସି ବ୍ୟକ୍ତି ଆଶ୍ଚର୍ଯ୍ୟ ହେବା ସ୍ଵାଭାବିକ ଓ ନିଜ ପ୍ରିୟ ଘରର ଏଭଳି ଅବସ୍ଥା ଦେଖି ତାକୁ କାନ୍ଦ ମାଡିବ । ଏହିଭଳି କିଛି ଆମେରିକାର ମୋଣ୍ଟାନା ରେ ଦେଖିବାକୁ ମିଳିଥିଲା ।
ୱାସିଂଟନରେ ରହୁଥିବା ଜନୈକ ବ୍ୟକ୍ତି ମୋଣ୍ଟାନାରେ ଥିବା ନିଜ ନୂଆ ଘରକୁ ସିଫ୍ଟ କରିବା ନିମନ୍ତେ ଯାଇଥିଲେ । ଏହି ନୂତନ ଗୃହଟିର ଦେଖାରଖା ପାଇଁ ସେ ନିଜର ଜଣେ ଆଣ୍ଟିଙ୍କୁ ଦାୟିତ୍ଵ ଦେଇଥିଲେ । ଏହାପରେ ଯେତେବେଳେ ସେ ନିଜର ସବୁ ଜିନିଷ ସହିତ ଆସିଲେ ଓ ଘର ଭିତର ଅବସ୍ଥା ଦେଖି କାନ୍ଦିପକେଇଲେ । ଘର ଭିତରେ ଗୋଟିଏ ଗାଈ ଥିଲା ଓ ଘର ସାରା ଏତେ ଗୋବର ଭର୍ତ୍ତି ହୋଇଥିଲାକି ତଳ ଚଟାଣ ମଧ୍ୟ ଦିଶୁନଥିଲା । ଏହି ବ୍ୟକ୍ତିଙ୍କର ନୂଆ ଭଲ ଘରଟି ଗୋଟିଏ କବାଡିଖାନା ଭଳି ଦୃଶ୍ୟ ହେଉଥିଲା । ଏହି ଦୃଶ୍ୟ ଦେଖି ବ୍ୟକ୍ତି ଜଣଙ୍କୁ ଖୁବ ଦୁଃଖ ଲାଗିଲା । ତାଙ୍କ ମୁଣ୍ଡକୁ ଏହି ମାମଲା ପଶିଲା ନାହିଁ ।
ଜଣାପଡିଛି ଯେ ଗାଈଟି ପ୍ରାୟ ମାସେ ହେବ ଘର ଭିତରେ ପଶି ରହିଥିଲା । ଘରର ଆଖପାଖରେ ସବୁଜ ଘାସ ପ୍ରଚୁର ପରିମାଣରେ ଥିବାରୁ ଗାଈ ବହୁତ ଖାଇଥିବ ଯାହାର ପରିଣାମ ଗୋବର ରୂପ ରେ ଘରର ସବୁଆଡେ ଦୃଶ୍ୟ ହେଉଥିଲା । ଏଯାଏଁ ଏହା ସ୍ପଷ୍ଟ ହୋଇନାହିଁ ଯେ ଗାଇଟି ଘର ଭିତରକୁ କିପରି ପ୍ରବେଶ କଲା। ଗାଈର ମାଲିକ ମଧ୍ୟ ଏବିଷୟରେ କିଛି ଜାଣନ୍ତି ନାହିଁ । ବର୍ତ୍ତମାନ ଭାବନ୍ତୁ ସେହି ବ୍ୟକ୍ତିଙ୍କ କଥା ଯିଏ ନିଜର ନୂଆ ଘରକୁ ପରିଷ୍କାର କରିବାକୁ ତାଙ୍କୁ କେତେ ସମୟ ଲାଗିଥିବ । ପରିଷ୍କାର କଥା ଛାଡନ୍ତୁ ଟିକେ ଭାବିଲେ ଦେଖି ସେହି ଗୋବର ଗନ୍ଧ ଦୂର ହେବାକୁ ସେ କଣ କରିଥିବେ
ଏହି ସଂପୂର୍ଣ୍ଣ ଘଟଣା ଏବେ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି । ବିଶେଷକରି ଏହି ଗୋବର ଲଟପଟ ଘରର ଫଟୋ ଗୁଡିକ ପ୍ରସିଦ୍ଧ ହୋଇଛି । ଯେଉଁଠି କିଛି ଲୋକଙ୍କୁ ଏହି ଦୃଶ୍ୟ ଦେଖି ହସ ମାଡୁଛି ତ କିଛି ଅନ୍ୟ ଲୋକଙ୍କୁ ଘର ମାଲିକ ନିମନ୍ତେ ମନଦୁଖ ହେଉଛି । ଏବେ ଆପଣ ଜାଣିପାରୁଥିବେ ଗାଈ ଯଦି ଘରେ ଏକୁଟିଆ ରହେ ତେବେ କେତେ ପରିମାଣର ଗୋବର କରିଦିଏ । ଭାରତରେ ଏହି ଘଟଣା ଘଟିଥିଲେ ବହୁତ ଘଷି ତିଆରି ହୋଇ ପାରିଥାନ୍ତା ।