September 20, 2024

Odia Express

Leading Odia News Portal of Odisha

ନିଜ ମୋବାଇଲ ଫୋନର କେବଳ ଏହି ବଟନକୁ ଦବେଇଦିଅନ୍ତୁ ,୩୦ ମିନିଟ ରେ ଆପଣଙ୍କ ଚାର୍ଜ ଫୁଲ ହେଇଯିବ…

ଯେବେଠାରୁ ବଜାରରେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ଶସ୍ତା ହେଲାଣି ତେବେଠାରୁ ସମସ୍ତେ ଏହାକୁ ରଖିବାରେ ଲାଗିଲେଣି । ଏହି ସ୍ମାର୍ଟଫୋନ ପୂର୍ବର ବଟନ ବାଲା ଫୋନ ଠାରୁ ଅନେକ ମାତ୍ରାରେ ଅଗ୍ରଣୀ ଅଟେ । ଏହାର ପରଦା(ସ୍କ୍ରୀନ) ବଡ ହୋଇଥାଏ, ଏଥିରେ ଆପଣ ସୁବିଧାରେ ଇଣ୍ଟରନେଟ , ସୋସିଆଲ ମିଡିଆ , ଗେମ୍ସ ଓ ବିଭିନ୍ନ ଧରଣର କାର୍ଯ୍ୟର ଆପ୍ପ୍ସର ବ୍ୟବହାର କରିପାରିବେ । ସବୁ ଦୃଷ୍ଟିରୁ ଦେଖିଲେ ଏହି ସ୍ମାର୍ଟଫୋନ ପୂର୍ବ ସମୟର ଫୋନ ଠାରୁ ସବୁ କ୍ଷେତ୍ରରେ ଆଗୁଆ । କିନ୍ତୁ ଏଥିରେ ଏକ ତ୍ରୁଟି ରହିଛି ଯେ ଏହା ବହୁତ ଜଲ୍ଦି ଡିଶ୍ଚାର୍ଜ ହୋଇଯାଏ। ଏତେ ଗୁଡିଏ ସୁବିଧା ଥିବାରୁ ଏହାକୁ ଦିନରେ ଥରେ କିମ୍ବା ଦୁଇଥର ଚାର୍ଜ କରିବାକୁ ପଡିଥାଏ । ଏହାକୁ ଚାର୍ଜ କରିବାରେ ଆଉ ଏକ ଅସୁବିଧା ଯେ ଏହା ଚାର୍ଜ ହେବାକୁ ବହୁତ ସମୟ ନେଇଥାଏ । ଚାର୍ଜ କରିବାରେ ଏହାକୁ ଏକରୁ ତିନି ଘଣ୍ଟା ପର୍ଯ୍ୟନ୍ତ ସମୟ ଲାଗିଥାଏ ଯାହା ନିର୍ଭର କରେ ଯେ ଆପଣଙ୍କ ମୋବାଇଲ କେତେ ପାୱାରର ।

 

ଏମିତିରେ ଯଦି ଆପଣଙ୍କୁ ବାହାରକୁ ଯିବାକୁ ହୁଏ ଓ ମୋବାଇଲ କୁ ଜଲ୍ଦି ଓ ପୂର୍ଣ୍ଣ ରୂପରେ ଚାର୍ଜ କରିବାକୁ ପଡେ ତେବେ ବହୁତ ଅସୁବିଧା ହୁଏ । ଯଦି ଆପଣ ଏହିଭଳି ସମସ୍ୟା ଭୋଗୁଛନ୍ତି ତେବେ ଚିନ୍ତା କରନ୍ତୁ ନାହିଁ , ଆଜି ଆମେ ଆପଣଙ୍କୁ ନିଜର ସ୍ମାର୍ଟଫୋନ କୁ ଜଲ୍ଦି ଚାର୍ଜ କରିବାର ସୁନ୍ଦର ଉପାୟ ବତେଇ ଦେବୁ, ଯେଉଁଥିପାଇଁ ଆପଣଙ୍କୁ କୌଣସି ବଡ କାମ କରିବାକୁ ପଡିବ ନାହିଁ ଓ କୌଣସି ଆପ୍ପ୍ସ ମଧ୍ୟ ଇନଷ୍ଟଲ କରିବାକୁ ହେବ ନାହିଁ । ଆପଣଙ୍କୁ କେବଳ ନିଜ ମୋବାଇଲର ଦୁଇଟି ସ୍ଵତନ୍ତ୍ର ବଟନ ଚିପିବାକୁ ହେବ । ତେବେ ଚାଲନ୍ତୁ ଆମେ ଆଜି ଜାଣିବା ଆପଣ କିପରି ନିଜର ମୋବାଇଲ ଫୋନକୁ ଫଟାଫଟ ଚାର୍ଜ କରିପାରିବେ ।

 

ପ୍ରଥମ ଉପାୟ – ଏୟାରପ୍ଳେନ ମୋଡ

ସମସ୍ତ ସ୍ମାର୍ଟଫୋନରେ ଏୟାରପ୍ଳେନ ନାମରେ ଗୋଟିଏ ବୈଶିଷ୍ଟ ଥାଏ , ଏହାର ବ୍ୟବହାର ମୁଖ୍ୟ ରୂପରେ ଉଡାଜାହାଜ ରେ ବସିବା ସମୟରେ କରାଯାଏ। ଏହା ଆପଣଙ୍କ ନେଟୱାର୍କ କୁ ସଂପୂର୍ଣ୍ଣ ରୂପରେ ବନ୍ଦ କରିଦିଏ । କିନ୍ତୁ ଯଦି ଆପଣ ଫୋନକୁ ଚାର୍ଜରେ ବସେଇବା ପୂର୍ବରୁ ଏହାର ଏୟାରପ୍ଳେନ ମୋଡ ଚାଲୁକରିଦେବେ ତେବେ ଆପଣଙ୍କ ମୋବାଇଲ ଅଧିକ ଶୀଘ୍ର ଚାର୍ଜ ହେବ। ଏହାକୁ ଚାଲୁକରିବା

ପାଇଁ  ଆପଣଙ୍କ ଫୋନର ସେଟିଂ କୁ ଯାଆନ୍ତୁ କିମ୍ବା ଫୋନ ସ୍କ୍ରୀନ ର ଟପରୁ ତଳ ଆଡକ ସ୍ବାଇପ କଲେ ଯେଉଁ ସ୍କ୍ରୀନ ଆସିବ ସେଥିରେ ଥିବା ମେନ୍ୟୁରୁ ଏୟାରପ୍ଳେନ ମୋଡ ବାଛି ପାରିବେ । ଫୋନ ଫୁଲ ଚାର୍ଜ ହେବାପରେ ଏହାକୁ ଅଫ କରିବାକୁ ଭୁଲିବେ ନାହିଁ ନଚେତ ଫୋନକୁ କୌଣସି କଲ ଆସିବ ନାହିଁ ।

 

ଦ୍ଵିତୀୟ ଉପାୟ – ସ୍ଵିଚ ଅଫ

ପ୍ରଥମ ଉପାୟ ଠାରୁ ଅଧିକ ପ୍ରଭାବଶାଳୀ ଓ ଅଧିକ ବେଗ ରେ ଏହି ଉପାୟ ରେ ଫୋନ ଚାର୍ଜ ହୋଇଥାଏ । ଫୋନ କୁ ସ୍ଵିଚଅଫ କରି ଚାର୍ଜ କରିଲେ ଫୋନ ର ବ୍ୟାଟେରୀ ଖୁବ ଶୀଘ୍ର ଚାର୍ଜ ହୋଇଥାଏ । ଆହାର କାରଣ ହେଲା ଫୋନ ଅଫ କରିବା ଦ୍ଵାରା ଏହିଥିରେ ହେଉଥିବା ସମସ୍ତ ଆକ୍ଟିଭିଟି ବନ୍ଦ ହୋଇଯାଏ ଓ ବ୍ୟାଟେରୀ ଡିଶଚାର୍ଜ ହୁଏ ନାହିଁ

ଏହି ଦୁଇଟି ଉପାଯରେ ଆପଣ ନିଜ ଫୋନ କୁ ଶୀଘ୍ର ଚାର୍ଜ କରିପାରିବେ । ଚାର୍ଜିଙ୍ଗ ପରେ ଯଦି ଆପଣ ନିଜ ଫୋନ ବ୍ୟାଟେରୀ ଅଧିକ ସମୟ ପର୍ଯ୍ୟନ୍ତ ଚଳେଇବାକୁ ଚାହୁଁଛନ୍ତି ତେବେ ଏହାର ବ୍ରାଇଟନେସ୍ କମ ସ୍ତରରେ ରଖନ୍ତୁ ଓ ମୋବାଇଲଡାଟା ଅଫ କରିଦିଅନ୍ତୁ । ଏହା ଅତିରିକ୍ତ ଆପଣ ମୋବାଇଲର ସେଭ ବ୍ୟାଟେରୀ ମୋଡ ମଧ୍ୟ ଚଳେଇ ପାରିବେ ।

Leave a Reply

Your email address will not be published. Required fields are marked *