September 19, 2024

Odia Express

Leading Odia News Portal of Odisha

ଏପରି ଏକ ଗ୍ରାମ ଯେଉଁଠାରେ କେବଳ ପାଦ ଦେବା ମାତ୍ରେ ଦୂର ହୋଇଯିବ ଦାରିଦ୍ର୍ୟ, ଭଗବାନ ଶିବ ସ୍ଵୟଂ ବରଦାନ ଦେଇଥିଲେ…

ଯଦି ଆପଣ ଦରିଦ୍ର ଅଟନ୍ତି ତେବେ ଉତ୍ତରାଖଣ୍ଡର ଏହି ଗ୍ରାମକୁ ଆସନ୍ତୁ । ଏଠାରେ ଭଗବାନ ଶିବଙ୍କର ଏପରି ମହିମା ରହିଛି କି  ଏଠାକୁ ଆସିଲେ ବ୍ୟକ୍ତି ପାପରୁ ମୁକ୍ତ ହୋଇଯିବେ ।ଏହି ସ୍ଥାନଟି ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ସ୍ଥିତ ଦେଶର ସବୁଠାରୁ ଶେଷ ଗ୍ରାମ ମାଣା। ଏଠାରେ ମାନା ପଥ ରହିଛି ଯାହା ମଧ୍ୟ ଦେଇ ଭାରତ ଓ ତିବ୍ବତ ମଧ୍ୟରେ କାରବାର ହେଉଛି ପବିତ୍ର ବଦ୍ରୀନାଥ ଧାମ ଠାରୁ ୩କିମି ଆଗକୁ ଭାରତ ଓ ତିବ୍ବତର ସୀମା ସ୍ଥିତ ଏହି ଗ୍ରାମର ନାମ ଭଗବାନ ଶିବ ଙ୍କ ଭକ୍ତ ମଣିଭଦ୍ର ଦେବଙ୍କ ନାମ ଅନୁଯାୟୀ ରଖାଯାଇଛି । ଉତ୍ତରାଖଣ୍ଡ ସଂସ୍କୃତ ଏକାଡେମି, ହରିଦ୍ବାର ର ଉପାଧ୍ୟକ୍ଷ ପଣ୍ଡିତ ନନ୍ଦ କିଶୋର ପୁରୋହିତ କୁହନ୍ତି ଏହି ଗ୍ରାମ କୁ ଆସିବା ଦ୍ଵାରା ବ୍ୟକ୍ତି ସ୍ଵପ୍ନଦ୍ରଷ୍ଟା ହୋଇଯାଏ। ଏହା ପରେ ସେ ଭବିଷ୍ୟ ଘଟଣା ବିଷୟରେ ଜାଣିପାରି ଥାଏ ।

 

ନନ୍ଦ କିଶୋରଙ୍କ ଅନୁଯାୟୀ ମାଣିକ ଶାହ ନାମରେ ଜଣେ ବ୍ୟବସାୟୀ ଥିଲେ ଯିଏ ଶିବଙ୍କର ବହୁତ ବଡ ଭକ୍ତ ଥିଲେ । ଠାରେ ବ୍ୟବସାୟ ସମ୍ବନ୍ଧୀୟ ଯାତ୍ରା କରିବା ସମୟରେ ଚୋରମାନେ ତାଙ୍କର ଶିରଛେଦ କରି ହତ୍ୟା କଲେ , କିନ୍ତୁ ଏହାପରେ ମଧ୍ୟ ତାଙ୍କର ଶିର ଶିବଙ୍କର ଜପ କରୁଥିଲା । ତାଙ୍କର ଏହି ଭକ୍ତିରେ ଶିବ ପ୍ରସନ୍ନ ହୋଇ ତାଙ୍କ ବେକରେ ବରାହ ଶିର ଯୋଡି ଦେଲେ । ଏହାପରେ ମାଣା ଗ୍ରାମରେ ମଣିଭଦ୍ରଙ୍କ ପୂଜା ପ୍ରଚଳିତ ହେଲା ।

 

ଶିବ ମାଣିକ ଶାହଙ୍କୁ ବରଦାନ ଦେଲେ ଯେ ମାଣା ଆସିଲେ ବ୍ୟକ୍ତିର ଦରିଦ୍ରତା ଦୂର ହେବ । ଡା. ନନ୍ଦ କିଶୋର ଙ୍କ ଅନୁଯାୟୀ ମଣିଭଦ୍ର ଭଗବାନଙ୍କୁ ଗୁରୁବାର ଦିନ ଧନ ପାଇଁ ପ୍ରାର୍ଥନା କଲେ ଆସନ୍ତା ଗୁରୁବାର ଭିତରେ ମିଳିଯିବ । ଏହି ଗ୍ରାମରେ ଗଣେଶ ଭଗବାନ ବ୍ୟାସ ଋଷିଙ୍କ ଅନୁରୋଧରେ ମହାଭାରତ ରଚନା କରିଥିଲେ । ଏତିକି ନୁହେଁ ମହାଭାରତ ଯୁଦ୍ଧ ସମାପ୍ତ ହେବାପରେ ପାଣ୍ଡବ ଦ୍ରୌପଦୀଙ୍କ ସହ ଏହି ଗ୍ରାମ ଦେଇ ସ୍ଵର୍ଗ ପର୍ଯ୍ୟନ୍ତ ଯାଇଥିବା ସ୍ଵର୍ଗାରୋହଣ ସିଡି ପର୍ଯ୍ୟନ୍ତ ଯାଇଥିଲେ ।

Leave a Reply

Your email address will not be published. Required fields are marked *