September 20, 2024

Odia Express

Leading Odia News Portal of Odisha

ନୀତା ଆମ୍ବାନୀ ଯେଉଁ ପାଣି ପିଆନ୍ତି ସେହି ବୋତଲର ମୂଲ୍ୟ ୩୮ଲକ୍ଷ ଟଙ୍କା, ଜାଣନ୍ତୁ ଏଥିରେ ଖାସ କଣ ଅଛି…

ଆଜି ଆମେ ରିଲାଏନ୍ସ କମ୍ପାନୀର ଚେୟାରମ୍ୟାନ ମୁକେଶ ଆମ୍ବାନୀଙ୍କ ବିଷୟରେ କହିବୁ । ଏମିତି କେହି ନଥିବେ ଯିଏ ତାଙ୍କୁ ଜାଣିନଥିବେ । ମୁକେଶ ଆମ୍ବାନୀ ନିଜର ବ୍ୟବସାୟ ଓ ପରିବାର ଉଭୟଙ୍କୁ ସମୟ ଦେଇଥାନ୍ତି । ତାଙ୍କର ପତ୍ନୀ ନୀତା ଆମ୍ବାନୀ ନିଜର ଦିନଚର୍ଜ୍ୟା ନିମନ୍ତେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । କାରଣ ତାଙ୍କର କହିବା ଏହା ଯେ ସେ ନିଜକୁ ସ୍ଵସ୍ଥ ରଖିଲେ ତାଙ୍କର ପିଲାମାନେ ମଧ୍ୟ ସବୁବେଳ ପାଇଁ ଭଲ ରହିବେ ।

ଯିଏ ବି ନୀତା ଆମ୍ବାନୀ ଙ୍କୁ ଜାଣିଛି ସେ ତାଙ୍କର ଦିନଚର୍ଜ୍ୟା ଦେଖି ବିସ୍ମିତ ହୋଇ ଯାଉଥିବ । ସେ ଜଣେ ପତ୍ନୀ ଓ ବ୍ୟବସାୟୀ ମହିଳା ଅଟନ୍ତି କାରଣ ସେ ଧୀରୁଭାଇ ଆମ୍ବାନୀଙ୍କ ସଂସ୍ଥାର ସଂସ୍ଥାପକ ଅଟନ୍ତି । ନୀତା ଆମ୍ବାନୀ ନିଜର ପୁରା ଦିନଚର୍ଜ୍ୟା ରେ ଯାହା ଉପଯୋଗ କରନ୍ତି ତାର ମୂଲ୍ୟ ଲକ୍ଷ କିମ୍ବା କୋଟିରେ ହୋଇଥାଏ । ନୀତା ଆମ୍ବାନୀ ଯେଉଁ କପଡା କିମ୍ବା ଜୋତା ପିନଧନତି ତାର ମୂଲ୍ୟ ଲକ୍ଷାଧିକ ହୋଇଥାଏ ।

 

ଆପଣ କଣ ଶୁଣିଛନ୍ତି କି ନୀତା ଆମ୍ବାନୀ ନିଜର ଦୈନିକ ଜୀବନରେ କେତେ ଟଙ୍କା ଖର୍ଚ୍ଚ କରନ୍ତି ? ଏହି ଖର୍ଚ୍ଚ ଏତେ ଅଧିକ ଯେ ସେ ଯେଉଁ ଚା ପିଅନ୍ତି ତାର ମୂଲ୍ୟ ୩ଲକ୍ଷ ଟଙ୍କା ହୋଇଥାଏ । ସାଧାରଣ ଜନତାଙ୍କ ପାଇଁ ଏହା ପ୍ରାୟ ଗୋଟିଏ ବର୍ଷର ଆୟ ହୋଇଥାଏ । ନୀତା ଆମ୍ବାନୀ ଦିନସାରା ଯେତିକି ପାଣି ପିଅନ୍ତି, ଏହା ଖୁବ କମ ଲୋକ ଜାଣନ୍ତି । ଆସନ୍ତୁ ଜାଣିବା ନିଜକୁ ସୁସ୍ଥ ରଖିବାକୁ ନୀତା ଆମ୍ବାନୀ ଦୈନିକ କେତେ ପାଣି ପିଅନ୍ତି ।

 

ନୀତା ଆମ୍ବାନୀ ପିଉଥିବା ୭୫୦ମିଲିଗ୍ରାମର ଗୋଟିଏ ବୋତଲ ର ମୂଲ୍ୟ ପ୍ରାୟ ୪୦ଲକ୍ଷ ଟଙ୍କା ହେବ । ଏହି ବୋତଲ ଏପରି ଯାହାକୁ ସାରା ଦୁନିଆରେ ଖୁବ କମ ଲୋକ ପିଅନ୍ତି । ଏହି ପାଣିର ନାମ ଡି କ୍ରିଷ୍ଟିଆ ଟ୍ରାଇବ୍ସ ମାଧରୁ ଗୋଟିଏ । ଏହା ଗୋଟିଏ ବିଦେଶୀ ବ୍ରାଣ୍ଡ ଅଟେ । ଏହି କମ୍ପାନୀର ୭୫୦ମିଲିଗ୍ରାମ ବୋତଲର ମୂଲ୍ୟ ପ୍ରାୟ ୬୦୦୦୦ଡଲାର ହୋଇଥାଏ ।ଏହା ଭାରତୀୟ ମୁଦ୍ରାରେ ପ୍ରାୟ ୩୮ଲକ୍ଷ ଟଙ୍କା ହେବ ।

ଏହି ବୋତଲର ଏକ ବିଶେଷତ୍ଵଏହା ଯେ ଏହା ଶୁଦ୍ଧ ସୁବର୍ଣ୍ଣ ନିର୍ମିତ । ଏହା ଅତିରିକ୍ତ ଏହି ବୋତଲ ଅନ୍ୟ ରତ୍ନରେ ମଧ୍ୟ ଉପଲବ୍ଧ ହୋଇଥାଏ । ଆଉ ଗୋଟିଏ ଚମଡାର ବ୍ୟାଗ ଓ ଏହି ପାଣିରେ ୫ଗ୍ରାମ ର ସୁନା ମିଶା ଯାଇଥାଏ ।

ବହୁତ ଲୋକଙ୍କୁ ପିଇବା ପାଇଁ ଶୁଦ୍ଧ ପାଣି ମିଳେନାହିଁ। ଓ କିଛି ଲୋକ ପାଣି ବୋତଲ ପାଇଁ ୩୮ଲକ୍ଷ ଟଙ୍କା ଖର୍ଚ୍ଚ କରନ୍ତି ।

Leave a Reply

Your email address will not be published. Required fields are marked *