September 20, 2024

Odia Express

Leading Odia News Portal of Odisha

ବଲିଉଡର ଏହି ସୁନ୍ଦରୀ ହିରୋଇନ ଜଣକ ଐଶ୍ଵର୍ଯ୍ୟାଙ୍କର ସବୁଠାରୁ ବଡ ଶତ୍ରୁ , ସ୍ଵାମୀ ଅଭିଷେକ ଏହି ଶତ୍ରୁତାରେ କାରଣ…

ବଲିଉଡରେ ହୁଏତ ଦୁଇଜଣ ଅଭିନେତା ଙ୍କ ମଧ୍ୟରେ ମିତ୍ରତା ହୋଇପାରିବ କିନ୍ତୁ ଦୁଇଜଣ ଅଭିନେତ୍ରୀଙ୍କ ମଧ୍ୟରେ ମିତ୍ରତା ଅସମ୍ଭବ ଅଟେ । ବଲିଉଡ ରେ ଏଭଳି ଅନେକ ଅଭିନେତ୍ରୀ ଅଛନ୍ତି ଯାହାଙ୍କର ଶତ୍ରୁତା ପୁରା ଦୃଷ୍ଟିଗୋଚର ହୁଏ ।ଆଜି ଆମେ ଆପଣଙ୍କୁ ଐଶ୍ଵର୍ଯ୍ୟା ରାୟ ବଚ୍ଚନଙ୍କର ଏଭଳି ଜଣେ ଶତ୍ରୁ ବିଷୟରେ କହିବାକୁ ଯାଉଛୁ ଯାହାଙ୍କ ସହ ସେ କଥା ହେବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ |  ଐଶ୍ଵର୍ଯ୍ୟା ରାୟ ଙ୍କର ସବୁଠାରୁ ବଡ ଶତ୍ରୁ ହେଲେ ଏହି ଅଭିନେତ୍ରୀ ଜଣକ

 

ଏଠାରେ ଆମେ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ବିଷୟରେ କହୁଛୁ , ରାଣୀ ସେହି ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ଯିଏ ଐଶ୍ଵର୍ଯ୍ୟାଙ୍କର ସବୁଠାରୁ ବଡ ଶତ୍ରୁ । ରାଣୀ ବଲିଉଡ ର ସବୁଠାରୁ ପ୍ରସିଦ୍ଧ ଅଭିନେତ୍ରୀ ମାନଙ୍କ ମଧ୍ୟରୁ ଜଣେ ଓ ଅତ୍ୟନ୍ତ ସୁନ୍ଦରୀ ମଧ୍ୟ । ରାଣୀ ଓ ଐଶ୍ଵର୍ଯ୍ୟାଙ୍କର ଶତ୍ରୁତା ବହୁତ ପୁରୁଣା ଅଟେ , ଆଜି ମଧ୍ୟ ଏହି ଦୁଇ ସୁପରହହିଟ ଅଭିନେତ୍ରୀ ଜଣେ ଅନ୍ୟଜଣଙ୍କର ଚେହେରା ଦେଖିବା ମଧ୍ୟ ପସନ୍ଦ କରନ୍ତି ନାହିଁ । ସ୍ଵାମୀ ଅଭିଷେକଙ୍କ କାରଣରୁ ଆଜି ମଧ୍ୟ ରାଣୀଙ୍କ ସହ ଐଶ୍ଵର୍ଯ୍ୟା କଥା ହେବାକୁ ପସନ୍ଦ କରନ୍ତି ନାହିଁ ।

 

ରାଣୀ ଓ ଐଶ୍ଵର୍ଯ୍ୟାଙ୍କର ଶତ୍ରୁତାର କାରଣ ଅନ୍ୟ କେହି ନୁହନ୍ତି ସେ ହେଲେ ପ୍ରସିଦ୍ଧ ଅଭିନେତା ତଥା ସ୍ଵାମୀ ଅଭିଷେକ ବଚ୍ଚନ । ଅଭିଷେକଙ୍କ ଯୋଗୁ ଏ ଦୁଇଜଣଙ୍କ ମଧ୍ୟରେ ଶତ୍ରୁତା ଆରମ୍ଭ ହୋଇଥିଲା ଓ ଆଜି ମଧ୍ୟ ବଳବତ୍ତର ରହିଛି । ଐଶ୍ଵର୍ଯ୍ୟାଙ୍କ ପୂର୍ବରୁ ରାଣୀଙ୍କୁ ବିବାହ କରିବାକୁ ଚାହୁଁଥିଲେ ଅଭିଷେକ

ଏହା ସମସ୍ତଙ୍କୁ ଜଣା ଯେ ଗୋଟିଏ ସମୟରେ ଅଭିଷେକ ଓ ରାଣୀଙ୍କ ବିବାହର ଚର୍ଚା ବହୁତ ହେଉଥିଲା । ଏମାନେ ପରସ୍ପରଙ୍କୁ ବହୁତ ଭଲ ପାଉଥିଲେ ଓ ଶୁଣାଯାଉଥିଲା ଏମାନଙ୍କ ପରିବାର ଏହି ବିବାହକୁ ନେଇ ଖୁସି ଥିଲେ କିନ୍ତୁ କୌଣସି କାରଣରୁ ଏମାନଙ୍କ ସମ୍ପର୍କ ଭାଙ୍ଗିଗଲା ଓ ଐଶ୍ଵର୍ଯ୍ୟା ବଚ୍ଚନ ପରିବାରର ବୋହୁ ହେଲେ ।

 

ଆରମ୍ଭ ହୋଇଥିଲା ଶତ୍ରୁତା  – ଅଭିଷେକ ବଚ୍ଚନ ରାଣୀଙ୍କୁ ଛାଡି ଐଶ୍ଵର୍ଯ୍ୟାଙ୍କ ସହ ଡେଟ କରିବା ରାଣୀଙ୍କୁ ବାଧିଲା ଓ ଅଭିଷେକ ଏବଂ ରାଣୀଙ୍କ ମଧ୍ୟରେ ସମ୍ପର୍କ ଥିଲା ଏ କଥା ଐଶ୍ଵର୍ଯ୍ୟାଙ୍କୁ ଭଲ ଲାଗିଲା ନାହିଁ ଓ ଦୁହିଁଙ୍କ ମଧ୍ୟରେ ଶତ୍ରୁତା ହୋଇଗଲା । ଯାହା ପରେ ଶତ୍ରୁତା ଆହୁରି ଅଧିକ ବଢିଗଲା ଯେବେ ରାଣୀଙ୍କୁ ଐଶ୍ଵର୍ଯ୍ୟା ଓ ଅଭିଷେକଙ୍କର ବିବାହ ନିମନ୍ତ୍ରଣ ମିଳିଲା ନାହିଁ । ବାସ ତେବେଠାରୁ ଏହି ଅଭିନେତ୍ରୀ ଦ୍ୱୟ ନା କେବେ କଥା ହୁଅନ୍ତି ଓ ନା ଜଣେ ଅନ୍ୟ ଜଣଙ୍କ ବିଷୟରେ ଗଣମାଧ୍ୟମକୁ କିଛି କୁହନ୍ତି । ଆଗକୁ ଦେଖିବା ଏହି ଦୁଇଜଣଙ୍କ ମଧ୍ୟରେ ଏହି ଶତ୍ରୁତା କେବେ ଶେଷ ହେଉଛି ନା ନାହିଁ ।

Leave a Reply

Your email address will not be published. Required fields are marked *