September 19, 2024

Odia Express

Leading Odia News Portal of Odisha

ଗର୍ବ କରନ୍ତୁ – ଇଞ୍ଜିନିଅରିଂରେ ସାରା ବିଶ୍ଵରେ ଉଦାହରଣ ହୋଇଛି ଭାରତରେ ନିର୍ମିତ ବିଶ୍ଵର ଉଚ୍ଚତମ ବନ୍ଧ – ଆପଣ ମଧ୍ୟ ଦେଖି ନିୟନ୍ତୁ..

ଦୁନିଆର ସବୁଠାରୁ ଉଚ୍ଚ ପ୍ରତିମା ‘ଷ୍ଟାଚ୍ୟୁ ଅଫ ୟୁନିଟି’ ନିର୍ମାଣ ହେବା ପରେ ଭାରତ ଏବେ ବିଶ୍ଵର ସବୁଠାରୁ ଉଚ୍ଚ ରେଳପୋଲ ନିର୍ମାଣ କରୁଛି । ଏହି ବନ୍ଧ ଜମ୍ମୁକାଶ୍ମୀରର ଚେନାବ ନଦୀ ଉପରେ ନିର୍ମାଣ ହେଉଛି । ଏହି ବନ୍ଧ କୁ ନିର୍ମାଣ କରିବାର ଯୋଜନା ବିଗତ କେତେବର୍ଷ ହେବ ହୋଇଆସୁଥିଲା । କିନ୍ତୁ ଏବେ ଯାଇ ନିର୍ମାଣ ହେଉଛି । ଏହା ନିଜର ସ୍ଥପତି ଓ ଆକାର ପାଇଁ ବହୁତ ସମୟରୁ ଚର୍ଚାରେ ରହିଛି ।ଏହି ବନ୍ଧ ଦିଲ୍ଲୀର କୁତବମିନାର ଠାରୁ ପାଞ୍ଚ ଗୁଣ ଉଚ୍ଚ ହେବ । ଏହାର ଉଚ୍ଚତା ପ୍ୟାରିସର ଆଇଫିଲ ଟାୱାର ଠାରୁ ଅଧିକ ହେବ । ଜମ୍ମୁର ରିଆସି ଜିଲ୍ଲାର ଚେନାବ ନଦୀରେ ଏହି ବନ୍ଧ ନିର୍ମାଣ କରାଯାଉଛି ।

 

ଏହା ଆଇଫିଲ ଟାୱାର ଠାରୁ ୩୫ମିଟର ଅଧିକ ଉଚ୍ଚ ହେବ । ଏହାର ଲମ୍ବ୧.୩କିମି ହେବ । କୁହାଯାଉଛି ଏହି ବନ୍ଧ ନିର୍ମିତ ହେବା ପରେ ଘାଟିରେ ଉନ୍ନତିର ନୂତନ ପଥ ଖୋଲିବ । ଏହି ବ୍ରିଜ କଟାରା ଓ ବନିହାଲ ମଧ୍ୟରେ ୧୧୧କିମି ରାସ୍ତାକୁ ଯୋଡିବ । ଏହି ବ୍ରିଜ ଉଦ୍ଧମପୁର-ଶ୍ରୀନଗର-ବାରମୁଳା ରେଳ ଲିଙ୍କ ପରିଯୋଜନାର ଏକ ଅଂଶ ଅଟେ । ଦୁର୍ଗମ କ୍ଷେତ୍ରରେ ପ୍ରାୟ ୧୧୦୦କୋଟି ଟଙ୍କା ବିନିମୟରେ ନିର୍ମିତ ହେଉଥିବା ଏହି ବ୍ରିଜ ରେ ୨୪୦୦୦ଟନ ଇସ୍ପାତ ର ବ୍ୟବହାର ହେବ । ଏହି ବନ୍ଧ ୨୬୦କିଲୋମିଟର ପ୍ରତି ଘଣ୍ଟା ଆସୁଥିବା ବାୟୁକୁ ସହନ କରିପାରିବ । ଏହି ବ୍ରିଜ ବେଇପେନ ନଦୀ , ଚୀନର ଶୁଇବାଇ ରେଳବ୍ରିଜ (୨୭୫ମିଟର)ର ରେକର୍ଡ ଭାଙ୍ଗି ଦେବ ।

 

ଏହି ବନ୍ଧର ନିର୍ମାଣ କାର୍ଯ୍ୟ ପୂର୍ବ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳରେ ୨୦୦୨ରେ ଆରମ୍ଭ ହୋଇଥିଲା । ୨୦୦୮ରେ ଏହାକୁ ଅସୁରକ୍ଷିତ ଆଖ୍ୟା ଦେଇ ଏହାର ନିର୍ମାଣ କାର୍ଯ୍ୟ ବନ୍ଦ କରିଦିଆ ଯାଇଥିଲା । ୨୦୧୦ରେ ବ୍ରିଜ କାମ ପୁଣି ଆରମ୍ଭ ହେଲା । ଏହି ବନ୍ଧ ଏବେ ଏକ ଜାତୀୟ ପ୍ରକଳ୍ପ ଘୋଷିତ ହୋଇସାରିଛି । ମୋଦୀ ସରକାର ଆସିବା ପରେ ଏହି ପ୍ରକଳ୍ପକୁ ସ୍ଵତନ୍ତ୍ର ଗୁରୁତ୍ଵ ଦିଆଯାଉଛି । ଏହାର ନିର୍ମାଣ କାର୍ଯ୍ୟ ୨୦୧୯ସୁଦ୍ଧା ସଂପୂର୍ଣ୍ଣ କରିବାକୁ କେନ୍ଦ୍ର ସରକାର ନିର୍ଦେଶ ଦେଇଛନ୍ତି ।

ଦକ୍ଷିଣ ରେଳପଥକୁ ଏତେ ଉଚ୍ଚରେ ବନ୍ଧ ନିର୍ମାଣ କରିବାରେ ଅନେକ ପ୍ରକାର ଅସୁବିଧା ହୋଇଥିଲା । ରେଲୱେର ପ୍ରଶାସନିକ ଅଧିକାରୀ କୁହନ୍ତି ସବୁଠାରୁ ବଡ ସମସ୍ୟା ଏଠାକାର ପାଣିପାଗ କରୁଛି । ହିମାଳୟନ ରେଞ୍ଜ ହୋଇଥିବା କାରଣରୁ ଏଠାକାର ପାଣିପାଗ କିଛି ମୂହୁର୍ତ୍ତ ମଧ୍ୟରେ ବଦଳିଯାଏ । ବହୁତ ଅଧିକ ଉଚ୍ଚତାରେ ତୀବ୍ର ପବନ ବହିବା ଲଗାତାର ଜାରି ରହେ । ଏହି ବ୍ରିଜର ଆଖପାଖରେ ଅଢେଇଶହ କିଲୋମିଟର ସଡକ ର ନିର୍ମାଣ ମଧ୍ୟ ରେଲୱେ କରିଛି ।

 

Leave a Reply

Your email address will not be published. Required fields are marked *