September 19, 2024

Odia Express

Leading Odia News Portal of Odisha

ପତ୍ନୀଙ୍କୁ ଜୀବନ ଠାରୁ ଅଧିକ ଭଲ ପାଆନ୍ତି ଏହି ନାମ ବାଲା ସ୍ଵାମୀ , ଜାଣନ୍ତୁ କଣ ଆପଣଙ୍କ ନାମ ଅଛି ଏଥିରେ?

ଏହି ଜୀବନକୁ ହସଖୁସିରେ ବିତେଇବାକୁ ଆପଣଙ୍କୁ ଜଣେ ସାଥିର ଆବଶ୍ୟକତା ହୋଇଠାରେ । ଏହି ସାଥି ଆପଣଙ୍କର ସବୁ ଖୁଶିର ଧ୍ୟାନ ରଖନ୍ତି ଓ ଆପଣଙ୍କ ଦୁଃଖ ସମୟରେ କାନ୍ଧରେ କାନ୍ଧ ମିଶେଇ ଠିଆ ହୋଇଥାନ୍ତି । ଏମିତିରେ ଆପଣଙ୍କ ସାଥି ବିଶ୍ଵସ୍ତ ହେବା ଓ ଆପଣଙ୍କୁ ପାଗଳ ପରି ପ୍ରେମ କରିବା ଜରୁରୀ ହୋଇଥାଏ । ବିଶେଷକରି ନାରୀ ମାନଙ୍କୁ ସର୍ବଦା ଏପରି ଏକ ସ୍ଵାମୀଙ୍କର ତଲାଶ ଥାଏ ଯେ ତାଙ୍କୁ ସାରାଜୀବନ ଭଲରେ ରଖିବେ । ଏହାର କାରଣ ହେଲା ଜଣେ ନାରୀ ବିବାହ ପରେ ନିଜର ଘର ଛାଡି ସଂପୂର୍ଣ୍ଣ ନୂତନ ଘରକୁ ଯାଏ ଯେଉଁଠାରେ ସମସ୍ତେ ତା ପାଇଁ ଅଜଣା ଥାଆନ୍ତି । ଏମିତିରେ ଟାରେ ସମସ୍ତ ଆଶା ନିଜର ସ୍ବାମୀଙ୍କ ଉପରେ ନିର୍ଭର କରେ ଯେ ସେ ଭବିଷ୍ୟତରେ ତାର ସବୁ ସମୟରେ ଖିଆଲ ରଖିବେ ଓ ଖୁସି ଦେବେ ।

ଏମିତିରେ ସବୁ ସ୍ଵାମୀ ନିଜ ପତ୍ନୀଙ୍କୁ ପ୍ରେମ କରନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କିଛି ଏପରି କହିବାକୁ ଯାଉଛୁ ଯେଉଁ ନାମର ସ୍ଵାମୀ ନିଜର ପତ୍ନୀଙ୍କୁ ଜୀବନଠାରୁ ଅଧିକ ଓ ପାଗଳ ପରି ପ୍ରେମ କରନ୍ତି । ଏହି ନାମର ଲୋକଙ୍କ ରାଶି ଓ ସେମାନଙ୍କ ମୌଳିକଗୁଣ ଏଥିରେ ମହତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଚାଳନ୍ତୁ ଜାଣିବା କେଉଁ ନାମର ସ୍ଵାମୀ ନିଜର ପତ୍ନୀଙ୍କୁ ଜୀବନଠାରୁ ଅଧିକ ପ୍ରେମ କରନ୍ତି ।

 

A ନାମବାଲା ସ୍ଵାମୀ  – ଏହି ନାମର ସ୍ଵାମୀ ସମ୍ପର୍କର ମୂଲ୍ୟାଙ୍କନ କରିବା ଖୁବ ଭଲ ଭାବରେ ଜାଣନ୍ତି । ଏମାନେ ନିଜର ପତ୍ନୀଙ୍କୁ ନେଇ ବହୁଅଧିକ ସଂବେଦନଶୀଳ ହୋଇଥାନ୍ତି । ଏଥିପାଇଁ ସେମାନେ ନିଜ ପତ୍ନୀଙ୍କର ପ୍ରତ୍ୟେକ ଛୋଟବଡ ଖୁସିର ଖିଆଲ ରଖନ୍ତି । ଏମାନେ ନିଜ ପତ୍ନୀ ଉପରେ କୌଣସି ପ୍ରକାର ଆଞ୍ଚ ଆସିବାକୁ ଦିଅନ୍ତି ନାହିଁ ଓ ସବୁବେଳେ ଖୁସିରେ ରଖିବାକୁ ଚେଷ୍ଟା କରନ୍ତି ।

 

Kନାମ ବାଲା ସ୍ଵାମୀ  – ଏହି ନାମ ବାଲା ପତି ନିଜ ପତ୍ନୀଙ୍କର ଅଧିକ ଚିନ୍ତା କରିଥାନ୍ତି । ଏମାନେ ତାଙ୍କୁ ସହୃଦୟ ପ୍ରେମ କରନ୍ତି । ନିଜ ପତ୍ନୀଙ୍କୁ ଖୁସିଦେଖିବାକୁ ଏମାନେ ଯେକୌଣସି ସ୍ତରକୁ ଯାଇପାରନ୍ତି ପଛରେ ଏଥିପାଇଁ ତାଙ୍କ ନିଜର କିମ୍ବା ଅନ୍ୟମାନଙ୍କର କ୍ଷତି ହୋଇଯାଉ । ଏମାନେ ନିଜ ସ୍ତ୍ରୀ ଙ୍କ ପ୍ରେମରେ ଅନ୍ଧ ହୋଇଯାନ୍ତି ଓ ସେମାନଙ୍କର ପ୍ରତ୍ୟେକ କଥା ମାନନ୍ତି। ଏମାନେ ଏହି ସଂପୂର୍ଣ୍ଣ ବିଶ୍ଵରେ କେବଳ ନିଜ ପତ୍ନୀଙ୍କୁ ସବୁଠାରୁ ଅଧିକ ପ୍ରେମ କରନ୍ତି।

 

M ନାମ ବାଲା ସ୍ଵାମୀ  – ଏହି ନାମଧାରୀ ପୁରୁଷ ନିଜ ସ୍ତ୍ରୀଙ୍କୁ ସବୁବେଳେ ଖୁସି ଦେଖିବାକୁ ଚାହାନ୍ତି । ଏମାନଙ୍କର ପାଗଳାମିର କୌଣସି ସୀମା ନଥାଏ । ଏମାନେ ନିଜ ପତ୍ନୀଙ୍କୁ ଏତେ ପ୍ରେମ କରନ୍ତି ଯେ ଯାହାପାଇଁ ନିଜ ଜୀବନ ପର୍ଯ୍ୟନ୍ତ ଦେବାକୁ ପଛାନ୍ତି ନାହିଁ ।  ଏମାନଙ୍କର ଏଭଳି ପ୍ରେମ ଯୋଗୁ ତାଙ୍କ ସ୍ତ୍ରୀ ସାରା ଜୀବନ ଆନନ୍ଦରେ କାଳାତିପାତ କରନ୍ତି ଓ ସେମାନଙ୍କର ସମ୍ପର୍କ ବର୍ଷବର୍ଷ ଧରି କୌଣସି ଅସୁବିଧା ବିନା ଚାଲିଥାଏ ।

ନୋଟ: ଏହି ସମସ୍ତ କଥା ଏହି ନାମ ଧାରୀ ମାନଙ୍କ ନିମନ୍ତେ ୭୫% ଲାଗୁ ହୋଇଥାଏ । ହୋଇପାରେ ବାକି ୨୫% ନାମଧାରୀ ସ୍ଵାମୀଙ୍କ ଭିତରେ ଏ ସମସ୍ତ ଗୁଣ ନଥାଇପାରେ ।

Leave a Reply

Your email address will not be published. Required fields are marked *