ଯେବେ ଧୋନୀ ତ୍ରିରଙ୍ଗା ର ଅପମାନ ହେବାକୁ ଦେଲେ ନାହିଁ, ବଲ୍ ପରି ତାକୁ ଧରିବା ପାଇଁ ଡେଇଁ ପଡିଲେ ଲୋକ କହିଲେ ବାଃ ବାଃ ଧୋନି..
ଭାରତରେ ଗୁରୁବାରକୁ ବିଶ୍ୱକପ୍ ମୁକାବଲାରେ ୱେଷ୍ଟଇଣ୍ତିଜ୍ କୁ ୧୨୫ ରନ୍ ରେ ହରାଇଥିଲେ , କିନ୍ତୁ ଏହି ମ୍ୟାଚରେ ଭାରତୀୟ ବ୍ୟାଟିଙ୍ଗ୍ ଆଉଥରେ ସଙ୍କଟରେ ପଡିଥିବାର ଦେଖାଯାଇଥିଲା । ଅଧିନାୟକ କୋହଲି ୭୨ ଓ ମହେନ୍ଦ୍ର ସିଂ ଧୋନୀ ୫୬ ରନ୍ କରି ଟିମ୍ କୁ ସମ୍ମାନଜନକ ସ୍ଥିତିରେ ସ୍କୋର୍ ଯାଏଁ ପହଞ୍ଚାଇଲେ ।ବାକି ରହିଲା ବୋଲରଙ୍କର ସେମାନେ ଭଲ ପ୍ରଦର୍ଶନ କଲେ , ଅଧିନାୟକ କୋହଲି ମ୍ୟାଚ୍ ପରେ ଧୋନୀଙ୍କ ବହୁତ ପ୍ରଶଂସା କଲେ , ଓ କହିଲେ କି ଯେବେ ଟିମ୍ ଭଲ ଫର୍ମରେ ନାହାନ୍ତି , ତେବେ ଲୋକେ ତାଙ୍କର ଆଲୋଚନା କରୁଥିଲେ, ଧୋନି ଆରମ୍ଭରୁ ଟିମ୍ ର ପାଳନକର୍ତ୍ତା ଅଟନ୍ତି , ସେ ମଇଦାନରେ କ୍ରିକେଟ୍ ସହ ଦେଶଭକ୍ତି ଦେଖାଇଥିଲେ,
ଏହି ବର୍ଷ ଫେବୃୟାରୀରେ ନ୍ୟୁଜିଲାଣ୍ତ ସହ ମ୍ୟାଚ୍ ହେଉଥିଲା , ଧୋନୀ ଜଣେ ପ୍ରଶଂସକ ଦୌଡିକରି ମଇଦାନରେ ଆସି ପହଞ୍ଚିଲେ, ତାହାର ହାତରେ ତିରଙ୍ଗା ଥିଲା, ଧୋନୀ ଏହା ଦେଖିକରି ସବୁ କିଛି ଭୁଲିଯାଈଥିଲେ, ଓ ସେହି ସମୟରେ ତାର ହାତରୁ ତିରଙ୍ଗା ଖସିଯାଇଥିଲା , ଧୋନୀ ତୁରନ୍ତ ଡେଇଁକରି ତିରଙ୍ଗାକୁ ଧରିପକାଇଥିଲେ, ଧୋନୀ ଏହି ପରି ତିରଙ୍ଗା ମାଟିରେ ପଡିବା ପୂର୍ବରୁ ତିରଙ୍ଗା ଅପମାନ ହେବାରୁ ବଞ୍ଚାଇଦେଲେ ।
ସେପଟେ ୱେଷ୍ଟଇଣ୍ତିଜ୍ ବିପକ୍ଷରେ ଜିତ୍ ହାସିଲ୍ କରି ୨୪ ଘଣ୍ଟା ପରେ ରବି ଶାସ୍ତ୍ରୀ ଏକ ଟ୍ୱୀଟ୍ କରିଥିଲେ । ଏହି ଫଟୋରେ ଧୋନୀ ଓ ବିରାଟ କୋହଲି କୋଚ୍ ଶାସ୍ତ୍ରୀ ସହ ଦେଖାଯାଇଥିଲେ, ଏହି ଫଟୋରେ ରବି ଶାସ୍ତ୍ରୀ ଲେଖିଥିଲେ କି ଦୁହେଁ ଅଲଗା ଅଲଗା ବ୍ୟକ୍ତିତ୍ୱ , ଦୁହେଁ ଚାମ୍ପିୟନ୍ ଓ ଜବରଦସ୍ତ ପ୍ରଭାବଶାଳୀ ।