December 22, 2024

Odia Express

Leading Odia News Portal of Odisha

ବଜେଟ୍ ୨୦୧୯ – GST ରେ ଆସିପାରେ ପେଟ୍ରୋଲ୍ ଡିଜେଲ୍ – ପେଟ୍ରୋଲ ଓ ଡିଜେଲ ଦାମ ଏତିକି ହେଇପାରେ..

ରାଜ୍ୟସଭାରେ ଗୋଟେ ପ୍ରଶ୍ନ ଜବାବ୍ ଦେଇକରି ବିତ୍ତମନ୍ତ୍ରୀ ନିର୍ମଳା ସୀତାରମଣ କହିଲେ କି କଞ୍ଚା ପେଟ୍ରୋଲିୟମ୍ , ହାଇ ସ୍ପିଡ୍ ଡିଜେଲ୍ , ନ୍ୟାଚୁରାଲ୍ ଗ୍ୟାସ୍ ଓ ଜେଟ୍ ଫୁଏଲ୍ କୁ ଜିଏସ୍ ଟି ଦାୟରାରେ ଅଣାଯାଇପାରେ , ଏବେ ଏହାପାଇଁ ରାଜ୍ୟଗୁଡିକରୁ ମଞ୍ଜୁରୀ ମିଳିଛି , ବର୍ତ୍ତମାନ ପେଟ୍ରୋଲ୍ ଓ ଡିଜେଲ୍ ଓ ଅନ୍ୟ ପେଟ୍ରୋଲିୟମ୍ ଉପରେ ରାଜ୍ୟ ସରକାର ନିଜର ଟ୍ୟାକ୍ସ ଲଗାନ୍ତି , ସରକାରଙ୍କ ଏହି ଆୟ ବଡ ଭାଗ ପେଟ୍ରୋଲିୟମ୍ ପଦାର୍ଥ ଉପରେ ଲଗାଯାଇଥିବା ଟ୍ୟାକ୍ସ ବସୁଲି ଉପରେ କରାଯାଏ । ବିଶେଷଜ୍ଞଙ୍କ ମାନିବା କଥା କି ଯଦି ପେଟ୍ରୋଲିୟମ୍ ପଦାର୍ଥରୁ ଜିଏସ୍ ଟି ଦାୟରା ଆସିଯାଏ ତେବେ ଏହାର ଦାମ୍ ଉପରେ ଲଗାମ ଲାଗିଯିବ ।

 

ସୁତ୍ରରୁ ମିଳିଥିବା ସୁଚନା ମୁତାବିକ , ପ୍ରଥମ ଚରଣରେ ଜେଟ୍ ଫୁଏଲ୍ (ଏଟିଏଫ୍) ଓ ନ୍ୟାଚୁରାଲ୍ ଗ୍ୟାସ୍ କୁ ଜିଏସ୍ ଟି ଦାୟରା ରେ ଅଣାଯିବ , କହିଦେବୁ କି ଯେବେ ଜିଏସ୍ ଟି ଲାଗୁ କରାଗଲେ ତେବେ ମୋଦୀ ସରକାର ପାଞ୍ଚଟି ପେଟ୍ରୋଲିୟମ୍ ପଦାର୍ଥ ପେଟ୍ରୋଲ୍, ଡିଜେଲ୍ , କ୍ରୁଡ୍ ଏୟେଲ୍ , ନ୍ୟାଚୁରାଲ୍ ଗ୍ୟାସ୍ , ଓ ଏଟିଏଫ୍ କୁ ଏହି ଦାୟରାରେ ବାହାର କରାଯିବ , ଏହି ଲିଷ୍ଟରେ ପରେ ରସୋଇ ଗ୍ୟାସ୍ , କିରୋସିନ୍ , ଅନ୍ୟ ମାଟିର ତେଲ କୁ ସାମିଲ୍ କରାଯାଇଥିଲା ।ତେବେ ଯଦି ଏହା GST ରେ ସାମିଲ କରାଗଲା ତେବେ ୭-୮ ଟଙ୍କା ଲିଟର ପିଛା କମିବା ବୋଲି ଆଶା କରା ଯାଉଛି

 

ଗତ ଦୁଇ ଦିନରୁ ପେଟ୍ରୋଲ୍ ଡିଜେଲ୍ ଉପରେ ଦାମ୍ ସ୍ଥିର ଅଛି, ଅନ୍ୟ ପଟେ ଅନ୍ତରାଷ୍ଟ୍ରିୟ ବଜାରରେ ବି କଞ୍ଚା ତେଲ ଦାମ୍ ହ୍ରାସ ହୋଇଛି, ଗତ ଦିନରେ ଆମେରିକା ଓ ଇରାନ୍ ମଧ୍ୟରେ ତନାତନୀ ପରେ କଞ୍ଚା ତେଲ ଦାମ ବୃଦ୍ଧି ହୋଇଛି, କିନ୍ତୁ ପରେ ଉତ୍ତେଜନା କମ୍ ହେବାପରେ ଏହାର ଦାମ୍ ହ୍ରାସ୍ ହୋଇଛି ।

Leave a Reply

Your email address will not be published. Required fields are marked *