December 23, 2024

Odia Express

Leading Odia News Portal of Odisha

ମୋଦୀ ପୃଥିବୀର ସବୁଠାରୁ ଶକ୍ତିଶାଳୀ ନେତା ବନିଗଲେ – ପୁଟିନ , ଟ୍ରମ୍ଫ ସମସ୍ତେ ପଛେଇ ଗଲେ…

ସାରା ପୃଥିବୀରେ ଯୋଗ ର ରୂପରେ ଭାରତ ର ନାମ ବଢେଇ ଥିବା ମୋଦୀ ଆଜି ଆଉ ଏକ ସ୍ଥାନ ହାସଲ କରିପାରିଛନ୍ତି । ମୋଦୀଙ୍କୁ ବ୍ରିଟିଶ ହେରାଲ୍ଡ ର ଏକ ସର୍ଭେ ରେ ପାଠକ ମାନେ 2019ରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ଙ୍କୁ ବାଛିଛନ୍ତି । ଏହି ପ୍ରତିଯୋଗୀତାରେ ବିଶ୍ଵରେ ଶକ୍ତିଶାଳୀ ନେତା କୁହାଯାଉଥିବା ଭ୍ଲାଦିମିର ପୁଟିନ, ଡୋନାଲ୍ଡ ଟ୍ରମ୍ଫ ଓ ସି ଜିନଫିଙ୍ଗ ଙ୍କ ଭଳି ନେତା ପଛେଇ ଯାଇଛନ୍ତି । ବିଶ୍ଵରୁ 25ରୁ ଅଧିକ ଶକ୍ତିଶାଳୀ ବ୍ୟକ୍ତି ଏହି ନୋମିନେସନ ରେ ସାମିଲ ହୋଇଥିଲେ । ଏମାନଙ୍କ ମଧ୍ୟରୁ ଚାରି ଜଣ ବଛା ଯାଇଥିଲେ । ତାପରେ ଏହି ଚାରିଜଣଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ମୋଦୀ ଙ୍କ ନାମ ଚୁଡାନ୍ତ ହୋଇଥିଲା । ଚୟନ ପ୍ରକ୍ରିୟା ବ୍ୟାପକ ଅଧ୍ୟୟନ ଓ ଗବେଷଣା ଉପରେ ଆଧାରିତ ଥିଲା ।

 

କାହାକୁ କେତେ ପ୍ରତିଶତ ମତ ମିଳିଥିଲା?

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ସବୁଠାରୁ ଅଧିକ ପ୍ରତିଶତ ଭୋଟ ମିଳିଥିଲା , ୩୦.୯ପ୍ରତିଶତ । ଦ୍ଵିତୀୟରେ ରହିଲେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯାହାଙ୍କୁ ୨୯.୯%ଭୋଟ ମିଳିଥିଲା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଙ୍କୁ ୨୧.୯%ଲୋକ ଶକ୍ତିଶାଳୀ ମାନିଥିଲେ । ଏହି ଦୌଡରେ ଚୀନର ରାଷ୍ଟ୍ରପତି ସି.ଜିନଫିଙ୍ଗଙ୍କୁ ୧୮.୧%ଭୋଟ ପ୍ରାପ୍ତ ହୋଇଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ ବ୍ରିଟିଶ ହେରାଲ୍ଡ ପତ୍ରିକାର ଜୁଲାଇ ସଂସ୍କରଣରେ ପ୍ରଚ୍ଛଦପଟ୍ଟରେ ସ୍ଥାନିତ ହେବ । ଏହି ସଂସ୍କରଣ ୧୫ଜୁଲାଇ ରେ ରିଲିଜ ହେବ ।

 

ଏହା ପ୍ରଧାନମନ୍ତ୍ରୀ ମୋଦୀଙ୍କର ଚମତ୍କାର ଯାହା କେବେ ୨ଟି ଆସନ ପାଇଥିବା ଭାଜପା ଦ୍ଵିତୀୟଥର ନିମନ୍ତେ ବହୁମତ ପାଇ ସରକାର ଗଢିଛନ୍ତି । ପୂର୍ବର ସାଧାରଣ ନିର୍ବାଚନରେ ମଧ୍ୟ ଭାଜପା କୁ ବହୁମତ ପ୍ରାପ୍ତ ହୋଇଥିଲା । ଚଳିତଥର ମଧ୍ୟ ଭାଜପା ନିଜର ଏକାକୀ ଶକ୍ତି ବଳରେ ୩୦୦ରୁ ଅଧିକ ଆସନ ପାଇବାର ସଫଳତା ପାଇଛି । ପ୍ରଧାନମନ୍ତ୍ରୀ ମୋଦୀଙ୍କର ଜନହିତ ଯୋଜନା ମାନ ଓ ରାଷ୍ଟ୍ରବାଦ ଯୋଗୁ ତାଙ୍କର ଜନତା ମଧ୍ୟରେ ଲୋକପ୍ରିୟତ ବୃଦ୍ଧି ପାଇଛି ।

Leave a Reply

Your email address will not be published. Required fields are marked *