ଏହି ଖାଦ୍ୟ ଗୁଡିକରେ ଭରପୁର କ୍ୟାଲସିୟମ ରହିଥାଏ – ନିଜର ଦୈନିକ ଆହାରରେ ସାମିଲ କରନ୍ତୁ ଜୀବନରେ କେବେ ହେଲେ ରକ୍ତହୀନତା ଦେଖା ଯିବ ନାହିଁ..
ଶରୀର ଅନ୍ତର୍ଗତ ଅସ୍ଥି ଗୁଡିକ ମଜବୁତ ହେବାପାଇଁ କ୍ୟାଲସିୟମ ବହୁତ ଜରୁରୀ । ପ୍ରଚଳିତ ସମୟରେ ଅନେକ ଅସ୍ଥି ସମ୍ପର୍କିତ ରୋଗଗ୍ରସ୍ତ ଅଟନ୍ତି । ଲୋକମାନଙ୍କ ଗଣ୍ଠିବାତ ଅସ୍ଥିରେ ଦରଜ ଆଦି ସମସ୍ୟା ଭୋଗୁଛନ୍ତି । ଯଦି ଆପଣଙ୍କ ଶରୀରରେ କ୍ୟାଲସିୟମ ଆବଶ୍ୟକ ମାତ୍ରାରେ ରହିଛି ତେବେ ଆପଣ ଏଭଳି ରୋଗରେ ପଡିବେ ନାହିଁ। ବର୍ତ୍ତମାନ ଲୋକମାନଙ୍କ ଦୈନିକ ଜୀବନଯାପନ ଓ ଖାଦ୍ୟ ଶୈଳୀ ଯୋଗୁ ଶରୀରକୁ ଆବଶ୍ୟକ ପୋଷାକତତ୍ଵ ମିଳୁ ନାହିଁ । ଏହା ଯୋଗୁ ଅନେକ ଅସୁବିଧା ହେଉଛି । ଏପଣଙ୍କୁ ଜଣେଇ ଦେଉଛୁ କି ଯଦି ଆପଣ ଆବଶ୍ୟକ ମାତ୍ରାରେ କ୍ୟାଲସିୟମ ସେବନ କରୁଛନ୍ତି ତେବେ ଆପଣଙ୍କ ଅସ୍ଥି କୌଣସି ପ୍ରକାର ଅସୁବିଧାର ସମ୍ମୁଖୀନ ହେବ ନାହିଁ ।
ଆଉ ମଧ୍ୟ ଜଣେଇ ଦେଉଛୁ କି ବ୍ୟକ୍ତିଙ୍କୁ ନିଜ ଶରୀର ପାଇଁ ବୟସ ହିସାବରେ ନିଜ ଖାଦ୍ୟରେ ଆବଶ୍ୟକ ମାତ୍ରା ରେ କ୍ୟାଲସିୟମ ସେବନ କରିବା ଦରକାର । CMR (IndianCouncilofMedicalReseach) ର ଏକ ରିପୋର୍ଟ ଅନୁଯାୟୀ ଆପଣଙ୍କୁ ନିଜ ବୟସ ଅନୁଯାୟୀ କେତେ କ୍ୟାଲସିୟମ ସେବନ କରିବା ଆବଶ୍ୟକ ସେ ସମ୍ବନ୍ଧୀୟ ସୂଚନା ଦିଆଯାଇଛି । ଯାହା ଏହି ପ୍ରକାରର –
1 ରୁ 9 ବର୍ଷ ବଯସର ଶିଶୁ କୋ 600 ଗ୍ରାମ
10 ରୁ 18 ବର୍ଷ ବୟସ ଯୁବକ ପାଇଁ 800 ଗ୍ରାମ
ଜଣେ ଗର୍ଭବତୀ ମହିଳା ନିଜ ଆହାରରେ 1200ଗ୍ରାମ କ୍ୟାଲସିୟମ ନେବା ଆବଶ୍ୟକ । ଏହାଦ୍ବାରା ମାଆ ଏବଂ ଗର୍ଭସ୍ଥ ପିଲାକୁ ମଧ୍ୟ ଆବଶ୍ୟକ ପୋଷଣ ମିଳିପାରିବ । ଆସନ୍ତୁ ଆପଣଙ୍କୁ ଜଣେଇ ଦେବୁ କ୍ୟାଲସିୟମ କେଉଁ କେଉଁ ଖାଦ୍ୟରେ ଭରପୁର ମାତ୍ରାରେ ଅଛି ।
କ୍ଷୀର ଓ ଦହି – କ୍ଷୀର ଓ ଦହିରେ ଭରପୁର ମାତ୍ରାରେ କ୍ୟାଲସିୟମ ମହଜୁଦ ଥାଏ । 100ଗ୍ରାମ କମ କ୍ୟାଲୋରିଯୁକ୍ତ କ୍ଷୀର ଓ ଦହିରେ 125ଗ୍ରାମ କ୍ୟାଲସିୟମ ମିଳେ । ଆପଣ ନିଜ ଆହାରରେ କ୍ଷୀର ଓ ଦହିକୁ ସାମିଲ କରନ୍ତୁ । ଏହାଦ୍ୱାରା ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ କ୍ୟାଲସିୟମ ମିଳିପାରିବ ।
ସାଲଗମ – ସାଲଗମ ଖାଇବା ନିମନ୍ତେ ଯେପରି ସ୍ଵାଦିଷ୍ଟ ସେହପରି ଶରୀର ପାଇଁ ଲାଭକାରୀ ମଧ୍ୟ । 100ଗ୍ରାମ ସାଲଗମ ରେ ପ୍ରାୟ 190ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ ଯାହାକି ଆପଣଙ୍କ ଶରୀରର ଅସ୍ଥି ଗୁଡିକ ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ ।
ରାଶି – ଭାରତୀୟ ରୋଷେଇରେ ରାଶି ର ପ୍ରୟୋଗ ଅନେକ ପ୍ରକାର ଖାଦ୍ୟପ୍ରସ୍ତୁତି ନିମନ୍ତେ ଆବଶ୍ୟକ ହୋଇଥାଏ । ରାଶିଲଡୁ ଓ ଅନେକ ପ୍ରକାର ରେ ଆପଣ ରାଶି କୁ ଖାଦ୍ୟ ରୂପେ ଗ୍ରହଣ କରିପାରିବେ । ଏହାଛଡା ରାଶିକୁ ଭାଜିକରି ଅନ୍ୟ ବ୍ୟଞ୍ଜନ ରେ ମଧ୍ୟ ବ୍ୟବହାର କରିପାରିବେ । ଏହା ସ୍ଵାଦିଷ୍ଟ ହେବ ସହ କ୍ୟାଲସିୟମ ଭରପୁର ମାତ୍ରା ରେ ରହିଥାଏ । ଅଧକପ ରାଶିରେ ପ୍ରାୟ 500ମିଲିଗ୍ରାମ କ୍ୟାଲସିୟମ ମିଳିଥାଏ ।
ପେସ୍ତା ବାଦାମ – ଡ୍ରାଇଫ୍ରୁଟସ ମଧ୍ୟରେ ପେସ୍ତାବାଦାମ ଆପଣଙ୍କ ସ୍ମୃତିଶକ୍ତି କୁ ମଜବୁତ କରିବା ସହ ଏଥିରେ ଭରପୁର ମାତ୍ରା ରେ କ୍ୟାଲସିୟମ ମହଜୁଦ ଥାଏ । ରାତିରେ ପାଣିରେ ବାଦାମ କୁ ବତୁରେଇ ରଖିଦିଅନ୍ତୁ ଓ ପ୍ରାତଃ ଏହାର ଚୋପ ଛଡେଇ ଏହାକୁ ସେବନ କରନ୍ତୁ । ଏହାସହିତ ଆପଣ ଏହାକୁ ରାଇତା ଓ କଷ୍ଟାର୍ଡ କିମ୍ବା ମିଠେଇ ତିଆରିକରି ଏହାକୁ ଖାଇପାରିବେ । ଏକ ସ୍ଵାଦିଷ୍ଟ ଖାଦ୍ୟ ହେବ ସହିତ ଭରପୁର ମାତ୍ରା ରେ କ୍ୟାଲସିୟମ ଯୋଗୁ ଏହା ପ୍ରକୃତରେ ଆପଣଙ୍କ ନିମାନେ ଲାଭକାରୀ ।
ପନୀର – ଶାକାହାରୀ ଖାଦ୍ୟ ମଧ୍ୟରେ ପନୀର ପ୍ରସିଦ୍ଧ ଅଟେ । କ୍ଷୀରରୁ ପ୍ରସ୍ତୁତ ପନୀର କ୍ୟାଲସିୟମର ଏକ ଉତ୍ତମ ସ୍ରୋତ । ଆପଣ ଏହାକୁ କଞ୍ଚା କିମ୍ବା ରାନ୍ଧିକାରୀ ଖାଇପାରିବେ । ପନୀର ରୁ ଅନେକ ପ୍ରକାର ସ୍ଵାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ ହୋଇଥାଏ । ଆପଣ ପନୀର ତରକାରୀ, ପନୀର ପରଟା ବନେଇ ଏହାର ସେବନ କରିପାରିବେ ।