October 20, 2024

Odia Express

Leading Odia News Portal of Odisha

ସ୍ଵପ୍ନରୁ ପ୍ରାପ୍ତ କିଛି ଏପରି ସଂକେତ ଯାହା ଜଣାଏ କି ଆପଣ ବହୁତ ଶୀଘ୍ର ମାଲାମାଲ ହେବାକୁ ଯାଉଛନ୍ତି – ଦେଖନ୍ତୁ କେଉଁ ସଂକେତ ମିଳିଲେ ଆପଣ କୋଟିପତି ହେଇଯିବେ..

ଏହି ସଂସାରରେ ପ୍ରତ୍ୟେକ ବ୍ୟକ୍ତିର ଏହି ସ୍ଵପ୍ନ ଥାଏ କି ଜୀବନରେ ସୁଖସୁବିଧା ଓ ବହୁତ ଧନ ମିଳୁ । ସମସ୍ତେ ନିଜ ଜୀବନକୁ ଏଭଳି ଆରାମ ରେ କଟେଇବାକୁ ଚାହାନ୍ତି କିନ୍ତୁ ସମସ୍ତେ ଏପରି ଭାଗ୍ୟଶାଳୀ ନୁହନ୍ତି ଯାହାଙ୍କୁ ନିଜ ଜୀବନରେ ସବୁ ମିଳିଯିବ । ଏପରି ଖୁବ କମ ଅଟନ୍ତି ଯାହାଙ୍କ ଭାଗ୍ୟ ସହାୟ ହୁଏ ଓ ସେମାନଙ୍କୁ ପ୍ରତ୍ୟେକ ବସ୍ତୁ ପ୍ରାପ୍ତ ହୁଏ ।  ଅନେକ ଲୋକ ଏହାକୁ କଲ୍ପନା କରିକରି ନିଜ ଜୀବନ କଟେଇ ଦିଅନ୍ତି ଏମିତିକି ଦେଖିବାକୁ ଗଲେ ପ୍ରତ୍ୟେକ ବ୍ୟକ୍ତି ଶୋଇବା ସମୟରେ ସ୍ଵପ୍ନ ନିଶ୍ଚିତ ଦେଖନ୍ତି । ବହୁତ ସ୍ଵପ୍ନ ଏପରି ଅଟନ୍ତି ଯାହା ବ୍ୟକ୍ତି ଙ୍କୁ ମନେ ରହେନାହିଁ । ଏହି ସ୍ଵପ୍ନ ମାନଙ୍କ ମଧ୍ୟରୁ କିଛି ସ୍ଵପ୍ନ ଏପରି ଅଟନ୍ତି ଯିଏ ଆପଣଙ୍କୁ ଧନବାନ ବନେଇ ପାରିବେ । ଏହାଛଡା ଆପଣଙ୍କ ଦିନଚର୍ଯ୍ୟା ରେ କିଛି ଏଭଳି ସଂକେତ ସାମିଲ ଅଛି ଯାହାକି ଆପଣଙ୍କୁ ଆର୍ଥିକ ସମୃଦ୍ଧ କରିପାରେ । ଏହି ଲେଖା ମାଧ୍ୟମରେ ଆମେ ଆପଣଙ୍କୁ ସେହି ସ୍ଵପ୍ନ ବିଷୟରେ ଜଣେଇବାକୁ ଯାଉଛୁ ଯେଉଁ ସଂକେତ ରୁ ଜଣା ଯାଏ କି ଆପଣଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀଙ୍କ କୃପା ହେବାକୁ ଯାଉଛି । ଆପଣ ଖୁବ ଶୀଘ୍ର ଧନୀ ହେବାକୁ ଯାଉଛନ୍ତି ।

ଆସନ୍ତୁ ସେହି ଶୁଭ ସଂକେତ ଗୁଡିକ ବିଷୟରେ ଜାଣିବା

 

ଶାଗୁଆ ଦୃଶ୍ୟ ଦେଖିବା – ଯଦି କୌଣସି ବ୍ୟକ୍ତିଙ୍କୁ ପ୍ରତ୍ୟେକ ରାତ୍ରରେ ସବୁଜ ବଗିଚା ର ଦୃଶ୍ୟ ସ୍ଵପ୍ନ ହୁଏ ଓ ତାଙ୍କୁ ନିଜର ଚାରିପଟେ ସବୁଜ ବୃକ୍ଷଲତା ଦୃଶ୍ୟ ହୁଏ ତେବେ ଏହାର ଅର୍ଥ ଆପଣ ବହୁତ ଶୀଘ୍ର ଧନବାନ ହେବାକୁ ଯାଉଛନ୍ତି । ଯଦି ଏହି ସବୁଜିମା ମଧ୍ୟରେ ଭଗବାନ ଶିବ କିମ୍ବା ଶିବଲିଙ୍ଗ ସ୍ଵପ୍ନ ହୁଏ ତେବେ ଆପଣ ବହୁତ ଶୀଘ୍ର ଧନୀ ହୋଇପାରନ୍ତି ।

 

ଶଙ୍ଖ ଶବ୍ଦ – ଯଦି ଆପଣଙ୍କୁ ସ୍ଵପ୍ନରେ ମନ୍ଦିରରେ ଶଙ୍ଖ ବାଜିବାର ଧ୍ୱନି କିମ୍ବା ଘଣ୍ଟିର ଧ୍ୱନି ଶୁଣାଯାଏ ତେବେ ଏହା ଆପଣଙ୍କୁ ଧନପ୍ରାପ୍ତ ହେବାର ସଂକେତ ଅଟେ । ଏହା ବ୍ୟତୀତ ଯଦି ଆପଣ ନିଜ ସ୍ଵପ୍ନରେ ମାତା ଲକ୍ଷ୍ମୀଙ୍କ ବାହନ ପେଚା ଦେଖିଲେ ତେବେ ଏହାଯୋଗୁ ଆପଣ ଖୁବ ଶୀଘ୍ର ଧନପ୍ରାପ୍ତ କରିବେ ।

 

ଧଳା ରଙ୍ଗର ସାପ ଦେଖିବା – ଯଦି ସ୍ଵପ୍ନରେ ଧଳା କିମ୍ବା ସୁନେଲି ରଙ୍ଗର ସାପ ଦେଖିଲେ ତେବେ ଏହା ଏକ ଶୁଭ ସଂକେତ ଯାହାକି ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ ହେବାର ସୂଚନା ଦେଉଛି। ଆପଣଙ୍କୁ ଶୀଘ୍ର ବହୁତ ସମ୍ପତ୍ତି ପ୍ରାପ୍ତ ହେବାକୁ ଯାଉଛି ।

ଦୈନିକ ଜୀବନରେ ମିଳୁଥିବା ଅନ୍ୟ ସଂକେତ

 

ପକେଟ ରୁ ପଇସା ପଡିବା – ଯଦି ଆପଣ କୌଣସି କାମରେ ବାହାରକୁ ଯାଉଛନ୍ତି ଓ ଆପଣଙ୍କ ପକେଟ ରୁ ପଇସା କିମ୍ବା ଟଙ୍କା ଖସି ପଡିଲା ତେବେ ଆପଣ ଯେଉଁ କାର୍ଯ୍ୟପାଇଁ ଯାଉଛନ୍ତି ସେଥିରେ ସଫଳତା ପ୍ରାପ୍ତ କରିବେ ।

 

କଳସ ସହିତ କନ୍ୟା ଦର୍ଶନ – ଶୁକ୍ରବାର ଦିନ ଯଦି କୌଣସି ନାରୀ କଳସ ସହିତ ଦୃଶ୍ୟ ହୁଏ ଓ ସେହି କଳସ ଜଳପୂର୍ଣ୍ଣ ତେବେ ଏହା ଧନ ସମ୍ବନ୍ଧୀୟ ଶୁଭ ସୂଚନା ହୋଇଥାଏ । ଯଦି କଳସ ଜଳଶୂନ୍ୟ ତେବେ ଏହା ଧନ ସମ୍ବନ୍ଧୀୟ ଅସୁବିଧା କୁ ସୁଚାଏ ।

 

ପେଚା ଦେଖାଯିବା = ଯଦି ଆପଣଙ୍କୁ ମାତା ଲକ୍ଷ୍ମୀଙ୍କର ବାହନ ପେଚା ଘର ବାହାରେ କିମ୍ବା ଅଫିସ ରେ ଦୃଶ୍ୟ ହୁଏ ତେବେ ଏହା ଧନ ପ୍ରାପ୍ତି ର ଶୁଭ ସଂକେତ ହୋଇଥାଏ ।

 

Leave a Reply

Your email address will not be published. Required fields are marked *