October 20, 2024

Odia Express

Leading Odia News Portal of Odisha

ବାପାକୁ ନିଜ ଝିଅ ନିଜର ଲିଭର ଦାନ କଲା – ଆଉ କହିଲେ ଏଭଳି ହୃଦୟସ୍ପର୍ଶୀ କଥା ଯେ ସାରା ଦେଶ ଏବେ ସେହି ଝିଅର ପ୍ରଶଂସା କରୁଛି…

ଗୁଜୁରାଟ ନିବାସୀ ଭାବୀ ତିନିବର୍ଷ ପୂର୍ବେ ନିଜ ପିତାଙ୍କୁ ନୂତନ ଜୀବନ ଦେଇଥିଲେ ଓ ନିଜ ପିତାଙ୍କର ଜନ୍ମ ଦିନରେ ସେ ନିଜର ଲିଭର ଦାନ କରିଥିଲେ । ଭାବୀଙ୍କ ପିତା ବିଶ୍ଵଜିତ ମେହେଟ୍ଟା ଏକ ହୀରା କମ୍ପାନୀରେ ମ୍ୟାନେଜର ପଦରେ କାର୍ଯ୍ୟରତ ଥିଲେ ଓ ସେହି ସମୟରେ ତାଙ୍କ ଦେହ ଅସୁସ୍ଥ ହୋଇଥିଲା । ଡାକ୍ତରୀ ଚେକଅପ ପରେ ଜଣାପଡିଲା ଯେ ତାଙ୍କର ଲିଭର ଖରାପ ଅଛି ।ଏହା ପରେ ଭାବୀ ନିଜ  ଲିଭର ର କିଛି ଅଂଶ ପିତାଙ୍କୁ ଦାନ କରିବାର ନିଷ୍ପତ୍ତି ନେଇଥିଲେ ଓ ପିତାଙ୍କୁ ନୂତନ ଜୀବନ ଦେଇଥିଲେ ।୨୦୧୪ ମସିହାରେ ଲିଭର ଖରାପ ହୋଇଥିଲା  – ବିଶ୍ଵଜିତ ମେହେଟ୍ଟାଙ୍କ ଲିଭର ୨୦୧୪ମସିହାରେ ଖରାପ ହୋଇଥିଲା । ଏହା ପରେ ଡାକ୍ତର ତାଙ୍କୁ ଲିଭର ଟ୍ରାନ୍ସପ୍ଳାଣ୍ଟ କରିବାକୁ କହିଥିଲେ । ଡାକ୍ତରଙ୍କ କହିବ ପରେ ବିଶ୍ଵଜିତ ନିଜର ଲିଭର ଟ୍ରାନ୍ସପ୍ଳାଣ୍ଟ କରିବା ନିମନ୍ତେ ରାଜି ହୋଇଗଲେ ।

 

ସେଠାରେ ଥିବା କିଛି ଲୋକ ମାନେ ମଧ୍ୟ ତାଙ୍କୁ ଲିଭର ଦାନ କରିବାର ପ୍ରସ୍ତାବ ଦେଇଥିଲେ । କିନ୍ତୁ ଭାବୀ ନିଜ ପିତାଙ୍କୁ ଲିଭର ଦାନ କରିବାର ନିଷ୍ପତ୍ତି ନେଲେ ଓ ୨୦୧୬ମସିହାରେ ପିତାଙ୍କ ଜନ୍ମଦିବସରେ ତାଙ୍କୁ ନିଜର ଲିଭର ଦାନ କଲେ । ଝିଅର ଏହି ଲିଭର ଦାନରେ ବିଶ୍ଵଜିତ କୁହନ୍ତି ଏହି ଦୁନିଆରେ ମୋର ଜୁଇଜଣ ମାଆ ଅଛନ୍ତି । ଜଣେ ମୋତେ ଜନ୍ମ ଦେଇଛନ୍ତି ଆଉ ଜଣେ ମୋ ଝିଅ । ଯିଏ ମୋତେ ଲିଭର ଦେଇ ନୂତନ ଜୀବନ ଦେଇଛି । ୨୦୧୪ମସିହାରେ ମୋତେ ଲିଭର ଜନିତ ସମସ୍ୟା ହୋଇଥିଲା ଏବଂ ମୋ ଜନ୍ମଦିବସରେ ହିଁ ମୋର ଅପରେସନ ହୋଇଥିଲା । ମୋ ଝିଅ ମୋର ଜନ୍ମଦିନରେ ଉପହାର ରୂପରେ ନିଜର ଲିଭର ମୋତେ ଦେଇଛି । ମୋ ଝିଅକୁ ଏପରି ନକରିବାକୁ ମୁଁ ବହୁତ ବୁଝେଇଛି କିନ୍ତୁ ସେ ମୋର କଥା ମାନିନଥିଲା ଓ ଲିଭର ଦେଇଥିଲା । ମୋ ବନ୍ଧୁ ମାନେ ମୋତେ କହିଲେ ଯେ ନିଜ ଝିଅର ଜୀବନଖରାପ ନକରିବାକୁ ମୋତେ କହିଥିଲେ । କିନ୍ତୁ ମୋ ଝିଅ ନିଜ ନିଷ୍ପତ୍ତିରେ ଅଟଳ ଥିଲା ।

 

୨୦୧୬ମସିହାରେ ଭାବୀ ଯେବେ ନିଜର ଲିଭର ଦାନ କଲା, କାନାଡାରେ ଥିବା ଜଣେ ଯୁବକଙ୍କୁ ଏହି ସଂବାଦ ପ୍ରାପ୍ତ ହେଲେ ଓ ସେ ଭାବୀଙ୍କୁ ନିଜର ଜୀବନସାଥି କରିବାର ନିଷ୍ପତ୍ତି ନେଲେ । କଥା ଏହା କି ଯେ ଯେତେବେଳେ ଭାବୀ ନିଜର ଲିଭର ଟ୍ରାନ୍ସପ୍ଳାଣ୍ଟ କଲା ସେତେବେଳେ ତେଜସ ତ୍ରିବେଦୀ କାନାଡାରୁ ଗୁଜୁରାଟ ଆସିଥିଲେ ଓ ବିବାହ ନିମନ୍ତେ ଏକ କନ୍ୟା ସନ୍ଧାନରେ ଥିଲେ । ସେହି ସମୟରେ ତେଜସ ଭାବୀ ବିଷୟରେ ଜାଣିଲେ ଓ ତାଙ୍କୁ ସାକ୍ଷାତ କରିବାର ଇଚ୍ଛା କଲେ । ତେଜସଙ୍କୁ ତାଙ୍କ ପରିବାର ଲୋକ ବୁଝାଇବାକୁ ବହୁତ ଚେଷ୍ଟା କଲେ କିନ୍ତୁ ତେଜସ ନିଜ ଜିଦ ରେ ଅଟଳ ରହିଲେ । ସେ ଭାବୀ ସହ ସାକ୍ଷାତ କଲେ । ଭାବୀ ଙ୍କୁ ଭେଟିବା ପରେ ତେଜସ ତାଙ୍କୁ ବିବାହ କରିବାର ନିଷ୍ପତ୍ତି ନେଲେ । ଏହା ପରେ ପରିବାର ଲୋକେ ସେ ଦୁହିଙ୍କୁ ବିବାହ କରାଇଦେଲେ । ଭାବୀ ଓ ତେଜସ ଏବେ କାନାଡାରେ ବାସ କରୁଛନ୍ତି ଓ ସେମାନଙ୍କର ଏଗାର ମାସର ଏକ ସନ୍ତାନ ମଧ୍ୟ ଅଛି ।

ଲିଭର ଟ୍ରାନ୍ସପ୍ଳାଣ୍ଟ କ’ଣ – ଲିଭର ଟ୍ରାନ୍ସପ୍ଳାଣ୍ଟ ରେ ଡୋନୋରଙ୍କୁ ନିଜ ଲିଭର ର କିଛି ଅଂଶ ରୋଗୀଙ୍କୁ ଦେବାକୁ ହୋଇଥାଏ । ଏହି କିଛି ଅଂଶରେ ରୋଗୀ ଓ ଡୋନୋର ଜୀବନ ଅତିବାହିତ କରନ୍ତି । ଲିଭର ସଂପୂର୍ଣ୍ଣ ଖରାପ ହେଲେ ହିଁ ଟ୍ରାନ୍ସପ୍ଳାଣ୍ଟ କରିବାକୁ ହୋଇଥାଏ ।

 

Leave a Reply

Your email address will not be published. Required fields are marked *