October 19, 2024

Odia Express

Leading Odia News Portal of Odisha

ପ୍ରବଳ ଖରାରେ ମଧ୍ୟ ସ୍କୁଟରରେ ବୁଲି ଲୋକଙ୍କୁ ପାଣି ଦେଇଥାନ୍ତି ଏହି ବୟସ୍କ ବୃଦ୍ଧ ଲୋକ , ତାଙ୍କ ବିଷୟରେ ଜାଣିଲେ ଆପଣ ମଧ୍ୟ ଗର୍ବ କରିବେ…

ଏହି କିଛି ଦିନ ହେବ ଖରାର ଉତ୍ତାପ ପାରା ଛୁଇଁଛି , ଏହି ଖରାଦିନରେ କାହାକୁ ବି ଘରୁ ବାହାରକୁ ଯିବାକୁ ଇଚ୍ଛା ହୁଏ ନାହିଁ,  କିଛି ଜରୁରୀ କାମ ହେଲେ ଲୋକେ ବାହାରକୁ ଯାଇଥାନ୍ତି , ଯେବେ ବି ଘରୁ ବାହାରକୁ ଯାଇଥାନ୍ତି ତେବେ ଶରୀରରୁ ଜଳୀୟ ଅଂଶ କମିବାର ଭୟ ଥାଏ , ଏଥିପାଇଁ ଆପଣଙ୍କୁ ପ୍ରତ୍ୟେକ ସମୟରେ ପାଣିପିଇବା ଦରକାର ପଡିଥାଏ , ଶରୀରରେ ଜଳର କମି ଦେଖାଦେଲେ ପାଣି ତାହା ଯେପରି ପୁରଣ କରିପାରିବ । ଆଜି କାଲି ହୋଇଥିବା ମାଗଣା ଜଳାଶୟ କେନ୍ଦ୍ର ବି କମି ବାରେ ଲାଗିଛି , ଏବେ ପାଣି ବିକ୍ରି କରିବା ସିଷ୍ଟମ ଆରମ୍ଭ ହୋଇଛି, ଲୋକେ ନିଜ ଶୋଷ ମେଣ୍ଟାଇବା ପଇସା ଖର୍ଚ୍ଚ କରୁଛନ୍ତି , ପୂର୍ବରୁ ଯୁଗ ଥିଲା ଯେବେ ଲୋକେ ପାଣି ପିଆଇବାକୁ ନିଜର ଧର୍ମ ବୋଲି ମାନୁଥିଲେ , କିନ୍ତୁ ଏବେ କେହି ବିନା ପଇସାରେ କିଛି ମିଳୁନାହିଁ , ତାପରେ ଆଜି କାଲି ଲୋକେ ଏତେ ସ୍ୱାର୍ଥପର ହୋଇଗଲେଣି କି କାହାକୁ କଣ ପାଇଁ ମାଗଣା ପାଣିଦେଇ ନିଜକୁ ହଇରାଣରେ ପକାଇବେ ।

 

କିନ୍ତୁ ଭଗବାନଙ୍କ ଇଚ୍ଛାରୁ ଏହି ଦୁନିଆଁରେ କିଛି ଲୋକଙ୍କ ମଧ୍ୟରେ ମାନବିକତା ବଞ୍ଚିଛି , ଆଜି ଆମେ ଆପଣଙ୍କୁ ଏମିତି ଜଣେ ବୟସ୍କ ସର୍ଦାରଙ୍କ କଥା କହିବୁ , ଯିଏ ଦିଲ୍ଲୀର ସଡକରେ ଲୋକଙ୍କୁ ମାଗଣା ପାଣି ପିଆଉଛନ୍ତି , ଏହି ସର୍ଦାରଙ୍କ ନିଜର ଏକ ସ୍କୁଟର୍ ଅଛି, ଓ ଲୋକେ ରାସ୍ତାରେ ଯାଉଥିଲେ ସେମାନଙ୍କୁ ପାଣିଦେଇ ନିଜର ଧର୍ମ କାର୍ଯ୍ୟ କରୁଛନ୍ତି , କେହି ଜଣେ ଏହି ବୟସ୍କ ସର୍ଦାରଙ୍କ ଭିଡିଓ କରିଦେଲେ , ଓ ସୋସିଆଲ୍ ମିଡିଆରେ ଏହାକୁ ଅପଲୋଡ୍ କରିଦେଲେ , ଓ ଏବେ ବହୁତ ଲୋକେ ତାଙ୍କୁ ପସନ୍ଦ ବି କରିଛନ୍ତି  ।

 

ଏହି ଭିଡିଓରେ ସ୍ପଷ୍ଟ ଦେଖିପାରୁଥିବେ କି ଏହି ବୟସ୍କ ସର୍ଦାର୍ କିପରି ଅସହ୍ୟ ତାତିରେ ଲୋକଙ୍କ୍ ପାଇଁ ପାଣି ଧରି ଠିଆ ହୋଇଛନ୍ତି , ସେପଟେ ଯିଏ ବି ଯାଉଛି ତାଙ୍କୁ ପାଣି ପିଆଇଛାଡୁଛନ୍ତି , ସର୍ଦାରଙ୍କ ଏହି ମାନବିକତା ପାଇଁ ସୋସିଆଲ୍ ମିଡିଆରେ ଚର୍ଚ୍ଚାର ବିଷୟ ହୋଇଛି, ଆପଣ ଦେଖୁଥିବେ ଯେଉଁ ଲୋକ ଏହି ଖରାକୁ ବାହାରକୁ ଯିବା ପସନ୍ଦ କରନ୍ତି ନାହିଁ , କିନ୍ତୁ ସେହି ଗରମରେ ସର୍ଦାର ବିନା କିଛି ସ୍ୱାର୍ଥରେ ଲୋକଙ୍କୁ ଜଳଦାନ କରି ପୂଣ୍ୟ ଅର୍ଜନ କରୁଛନ୍ତି ,

ଏହି ସର୍ଦାରଜୀ ସମସ୍ତଙ୍କ ପାଇଁ ପ୍ରେରଣା ଅଟନ୍ତି , ଆମେ ବି କାହାକୁ ନା କାହାକୁ କିଛି ନ ଭାବି ସାହାଯ୍ୟ କରିବା ଉଚିତ୍ , ପାଣି ପିଆଇବା ଏକ ପୁଣ୍ୟର କାମ ଅଟେ , ଏମିତି ବି ଆପଣଙ୍କୁ କେବେ ବି ମଉକା ମିଳେ ତେବେ ଆପଣ ବି ଲୋକଙ୍କୁ ପାଣି ପିଆଇଦେବେ ,\

https://www.facebook.com/100007237748996/videos/2306271582957411/

Leave a Reply

Your email address will not be published. Required fields are marked *