October 17, 2024

Odia Express

Leading Odia News Portal of Odisha

ଯେତେବେଳେ ଶ୍ରୀକୃଷ୍ଣଙ୍କ ସ୍ତ୍ରୀ ସତ୍ୟଭାମା ପଚାରିଲେ – ମୁଁ ଆଉ ସୀତା ମଧ୍ୟରୁ ଅଧିକ ସୁନ୍ଦର କିଏ ? ଶ୍ରୀକୃଷ୍ଣ ଦେଇଥିଲେ ଏହିପରି ଜବାବ ଯେ ଶୂନିଏ ଆଖିରେ ଲୁହ ଆସିଯିବ…

ଶ୍ରୀକୃଷ୍ଣଙ୍କ ହୃଦୟରେ ରାଧାଙ୍କର ବାସ ଥିଲା , କିନ୍ତୁ ଏହା ଛଡା ତାଙ୍କର ଆଠଟି ରାଣୀ ଆହୁରି ଥିଲେ , ରୁକ୍ମଣୀ ତାଙ୍କର ପଟ୍ଟରାଣୀ ଥିଲେ , ବାକି ସ୍ତ୍ରୀ ଯେମିତି ଜବୟନ୍ତି , ସତ୍ୟଭାମା, କାଳନ୍ଦୀ , ମିତ୍ର,ବିନ୍ଧା , ସତ୍ୟା, ଭଦ୍ରା, ଓ ଲକ୍ଷ୍ମଣା , ଏହି ସବୁ ରାଣୀ ଶ୍ରୀକୃଷ୍ଣଙ୍କ ହୃଦୟରେ ଥିଲେ , ଏହି ରାଣୀମାନଙ୍କ ମଧ୍ୟରୁ ସତ୍ୟଭାମାଙ୍କୁ ନିଜର ସୁନ୍ଦରତା ଉପରେ ଅଧିକା ଗର୍ବ ଅହଂକାର ଥିଲା , ତାଙ୍କୁ ଲାଗୁଥିଲା କି ପୁରା ଜଗତରେ ସେ କେବଳ ଜଣେ ହିଁ ଅଛନ୍ତି ଯିଏକି ସୁନ୍ଦର ଅଟନ୍ତି , ତାଙ୍କ ଅହଂକାରକୁ ଶ୍ରୀକୃଷ୍ଣ ବହୁତ ଚାଲାକିରେ ଭାଙ୍ଗି ଦେଇଥିଲେ ।

 

ଶ୍ରୀକୃଷ୍ଣ ଦ୍ୱାରିକାରେ ନିଜ ସ୍ତ୍ରୀ ସତ୍ୟଭାମାଙ୍କ ସହ ବିରାଜମାନ ଥିଲେ , ସେହି ସମୟରେ ସତ୍ୟଭାମା ବ୍ୟଙ୍ଗ କରି କହିଲେ କି ଆପଣ ତେତ୍ରାଯୁଗରେ ରାମ ଅବତାର ନେଲେ , ଓ ସେହି ସମୟରେ ଆପଣଙ୍କର ସ୍ତ୍ରୀ ସୀତା ହୋଇଥିଲେ , କଣ ସେ ମୋ ଠାରୁ ଅଧିକା ସୁନ୍ଦରୀ ଥିଲେ ? ଶ୍ରୀକୃଷ୍ଣ ଏହାର ଉତ୍ତର ଦେବାକୁ ଯାଉଥିଲେ ଏହି ସମୟରେ ଗରୁଡ ଆଉ ଏକ ପ୍ରଶ୍ନ ପଚାରିଦେଇଥିଲେ , ସେ ପଚାରିଲେ କି ପ୍ରଭୁ ଏହି ସଂସାରରେ ମୋ ଠାରୁ ଅଧିକା ବେଗରେ ଆଉ କିଏ ଉଡିପାରିବ କି ? ସୁଦର୍ଶନ ଚକ୍ର କହିଲେ କି ମୋ ଯୋଗୁଁ ଆପଣ କେତେ ଶତ୍ରୁଙ୍କର ନାଶ କରିଛନ୍ତି , ତେବେ ମୋ ଠାରୁ କିଏ ଶକ୍ତିଶାଳୀ ଅଛି କି , ସେତେବେଳେ ଶ୍ରୀକୃଷ୍ଣ ଜାଣିପାରିଲେ କି ଏମାନଙ୍କ ମଧ୍ୟରେ ଗର୍ବ ଓ ଅହଂକାର ଆସିଯାଈଛି , ତେଣୁ ଏହାର ଜବାବ ଦେଖାଇବାକୁ ପଡିବ ,

 

ଶ୍ରୀକୃଷ୍ଣ ଗରୁଡକୁ କହିଲେ ତୁମେ ହନୁମାନଙ୍କ ପାଖକୁ ଯାଅ ଓ କହିବ ଭଗବାନ ରାମ ଓ ସୀତା ତାଙ୍କ ଦରବାରରେ ଅପେକ୍ଷା କରିଛନ୍ତି , ଗରୁଡ ଦେବ ଏହା ଶୁଣି ଚାଲିଗଲେ , ଶ୍ରୀକୃଷ୍ଣ ସତ୍ୟଭାମାଙ୍କୁ କହିଲେ କି ତୁମେ ସୀତାଙ୍କ ରୁପ ନେଇ ଉପସ୍ଥିତ ହୁଅ ।  ଓ ଗରୁଡକୁ କହିଲେ କି ତୁମେ ମହଲର ପ୍ରବେଶ ଦ୍ୱାରରେ ପହରା ଦିଅ , ଓ ଧ୍ୟାନ ଦେବ କି ମୋର ଆଜ୍ଞା ବିନା କେହି ବି ମହଲରେ ପ୍ରବେଶ ନ କରିପାରନ୍ତୁ , ଗରୁଡ ପ୍ରବେଶ ଦ୍ୱାରରେ ଠିଆ ହୋଇଗଲା , ଓ ସେପଟୁ କୃଷ୍ଣ ରାମଙ୍କ ଅବତାରରେ ଆସିଗଲେ ।

ଗରୁଡଦେବ ହନୁମାନଙ୍କ ପାଖରେ ପହଞ୍ଚିଲେ ଓ କହିଲେ କି ବାନରଶ୍ରେଷ୍ଠ ପ୍ରଭୁ ରାମ ଓ ସୀତା ଆପଣଙ୍କୁ ଦ୍ୱାରକା ଦରବାରରେ ଡକାଇଛନ୍ତି , ଆପଣ ସାଥିରେ ଚାଲନ୍ତୁ ତୁରନ୍ତ ପହଞ୍ଚାଇଦେବି , ହନୁମାନ ସାଦର ଭାବରେ କହିଲେ ତୁମେ ଆଗ ଚାଲ ମୁଁ ପଛରେ ଯାଇ ପହଞ୍ଚିବି , ଗରୁଡ ଦେବ ଭାବିଲେ କି ହନୁମାନ ଏତେ ବୁଢା ହୋଇସାରିଛନ୍ତି ସେ କେବେ ପର୍ଯ୍ୟନ୍ତ ପହଞ୍ଚିବେ , ମୁଁ ତୋ ପ୍ରଭୁଙ୍କର ଆଜ୍ଞା ପାଳନ କରିଛି , ଏବେ ସେ ଯେତେବେଳେ ଆସିବା କଥା ଆସିବେ , ଏମିତି ଭାବିକରି ପହଞ୍ଚିଲେ ତ ସେ ଦେଖିଲେ କି ସ୍ୱୟଂ ହନୁମାନଜୀ ଆଗରୁ ଆସିକରି ଉପସ୍ଥିତ ଥିଲେ , ଗରୁଡ୍ ଏହା ଜାଣି ବହୁତ ଲଜ୍ଜିତ ହେଲେ ଓ ରାମ ରୂପୀ କୃଷ୍ଣଙ୍କୁ ପ୍ରଣାମ କଲେ , ଶ୍ରୀକୃଷ୍ଣ ହନୁମାନଙ୍କୁ ପଚାରିଲେ କି ତୁମେ କିପରି ଭିତରକୁ ଆସିଲ । ତୁମକୁ କେହି ଅଟକାଇଲେ ନାହିଁ ? ଏହା ଶୁଣି ହନୁମାନ କହିଲେ କି ମୁହଁ ଦ୍ୱାରା ସୁଦର୍ଶନ ଚକ୍ରକୁ ବାହାରେ ରଖିଦେଇଆସିଛି , ହନୁମାନଜୀ କହିଲେ ପ୍ରଭୁ ଆପଣଙ୍କୁ ଦେଖା କରିବାକୁ କିପରି କିଏ ଅଟକାଇପାରିବ ? ଟିକିଏ ପ୍ରୟାସ କଲି ଓ ମୁହଁରେ ରଖିନେଲି , ଭଗବାନ ହସିବାକୁ ଲାଗିଲେ ।

 

ସତ୍ୟଭାମା ମାତା ସୀତାଙ୍କ ରୁପ ନେଇ ହନୁମାନଙ୍କ ସାମନାରେ ବସିଥିଲେ , ହନୁମାନଜୀ ତୁରନ୍ତ ଶ୍ରୀକୃଷ୍ଣଙ୍କୁ କହିଲେ କି ପ୍ରଭୁ ମୁଁ ଆପଣଙ୍କୁ ଚିହ୍ନିଛି , ଆପଣ କୃଷ୍ଣ ଅଟନ୍ତି , ଓ ମୋ ପ୍ରଭୁ ଶ୍ରୀରାମ ବି , କିନ୍ତୁ ମା ସୀତାଙ୍କ ସ୍ଥାନରେ କେଉଁ ଦାସୀଙ୍କୁ ଏତେ ସମ୍ମାନ ଦେଇଛନ୍ତି କି ସେ ଆସି ଆପଣଙ୍କ ସାଙ୍ଗରେ ସିଂହାସନରେ ବିରାଜମାନ ହେବେ , ଏତିକି ଶୁଣି ସତ୍ୟଭାମାଙ୍କ ଆଖିରେ ଲୁହ ଚାଲିଆସିଲା , ଓ ତାଙ୍କର ଗର୍ବ ଭାଙ୍ଗିଗଲା , ଓ ତା ସହ ସୁଦର୍ଶନ ଓ ଗରୁଡ ଦେବ ଲଜ୍ଜିତ ହେଲେ , ସୀତା ମା ଆଉ କେହି ନୁହେଁ ତ୍ରେତାଯୁଗରେ ରାଧାଙ୍କ ରୂପରେ ଥିଲେ ।

Leave a Reply

Your email address will not be published. Required fields are marked *