October 19, 2024

Odia Express

Leading Odia News Portal of Odisha

ଗୁପ୍ ଚୁପ୍ ଖାଇବା ପରେ ଶୋଇ ପଡିଲେ ଯୁବକ , ସକାଳୁ ବିଛଣାରେ ମିଳିଲା ଏପରି ଅବସ୍ଥାରେ ଦେଖିକରି ଘର ଲୋକେ କରିଲେ ଚିତ୍କାର..

ଆମ ଦେଶରେ ଗୁପ୍ ଚୁପ୍ ଖାଇବାକୁ ଅଧିକାଂଶ ଲୋକେ ପସନ୍ଦ କରନ୍ତି , ଏହା ସମସ୍ତଙ୍କର ଏକ ପ୍ରିୟ ଜଳଖିଆ ଅଟେ , ଆଜି ଆମେ ଏପରି ଏକ କାହାଣୀ ବିଷୟରେ କହିବାକୁ ଯାଉଛୁ ଯାହାକୁ ଶୁଣିଲେ ଆପଣ ଚକିତ ହୋଇପାରନ୍ତି , ଜଣେ ଦିଲ୍ଲୀରେ ରହୁଥିବା ଯୁବକ ଗୁପଚୁପ୍ ଖାଇବାପାଇଁ ତାକୁ ବହୁତ ଶୋଚନୀୟ ପରିସ୍ଥିତି ଆସିଯାଇଥିଲା , ଆସନ୍ତୁ ଜାଣିବା ଘଟଣା କଣ ଥିଲା ସେହି ଯୁବକ ସହ । ଏହି ଘଟଣା ପୂର୍ବ ଦିଲ୍ଲୀର ମଣ୍ତାବଲି ଇଲାକାର ଅଟେ , ଏହି ଇଲାକାରେ ରହୁଥିବା ଯୁବକ ରାଜବୀର ରାଠୋର୍ ଏବେ କିଛି ଦିନ ହେବ ଗୁପ୍ ଚୁପ୍ ଖାଈଥିଲା , ଗୁପ୍ ଚୁପ୍ ଗାଡି ତାଙ୍କ ଇଲାକାରେ ଥିଲା , ଗତ ଶନିବାର କୁ ୩୧ ବର୍ଷୀୟ ରାଜବୀର ଗୁପ୍ ଚୁପ୍ ଖାଉଥିଲା ସେହି ସମୟରେ ତାର ପାଟିତୁଣ୍ତ ସେଠାରେ ରହୁଥିବା ଇମତିଆଜ୍ ସହ ପାଟିତୁଣ୍ତ ହୋଇଗଲା ।

 

ଏହି ଦୁହେଁ ଗଣ୍ତଗୋଳ କରିବାକୁ ଲାଗିଲେ , ଇମତିଆଜ୍ ନିଜ କିଛି ସାଙ୍ଗଙ୍କୁ ଫୋନ୍ କରି ଡକାଇଥିଲା , ଓ ରାଜବୀରଙ୍କୁ ବହୁତ ବାଡେଇଥିଲା , ଏମିତି କୁହାଯାଉଛି କି ଇମତିଆଜ୍ ଝଗଡା ସମୟରେ ଇମତିଆଜ୍ ଓ ରାଜବୀର ନିଶାଗ୍ରସ୍ତ ଥିଲେ , ଯେବେ ଇମତିଆଜ୍ ଓ ତାର୍ ସାଙ୍ଗ ରାଜବୀରଙ୍କୁ ମାରୁଥିଲେ ତେବେ ଆଖପାଖ ଲୋକେ ଆସି ଅଟକାଇଥିଲେ , ଦୁହେଁ ପକ୍ଷର ବୁଝାମଣା ହେଲା , ଏହାପରେ ରାଜବୀର ଘରକୁ ଚାଲିଗଲା , କିନ୍ତୁ ଏହି ଗଣ୍ତଗୋଳର ସୁଚନା ପୋଲିସ୍ ଙ୍କୁ ଦିଆଯାଇନଥିଲା

 

ମାଡ ଖାଇବାପରେ ରାଜବୀର ଯାଇ ବିଛଣାରେ ଶୋଇପଡିଲା , ତାପର ଦିନ ରବିବାରକୁ ସକାଳ ୯ ଟା ସମୟରେ ତାଙ୍କ ଘର ସଦସ୍ୟ ଉଠାଇବାକୁ ଗଲେ ତ ସେ ଅଚେତ ଅବସ୍ଥାରେ ଶୋଇଥିବାର ଦେଖାଯାଈଥିଲା , ଓ ତାର ମୃତ୍ୟୁ ହୋଇସାରିଥିଲା , ଘର ଲୋକେ ପାଖରେ ଥିବା ଲାଲ ବାହାଦୁର ଶାସ୍ତ୍ରୀ ମେଡିକାଲ୍ ରେ ନେଇଯାଈଥିଲେ , କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷିତ କରିଥିଲେ , ରାଜବୀରଙ୍କ ଭାଇଙ୍କ କହିବା କଥା କି ଏହି ମୃତ୍ୟୁ ତାଙ୍କ ଭାଇ ସହ ଇମତିଆଜ୍ ଓ ତାର ସାଥୀଙ୍କ ପାଇଁ ହୋଇଛି, ରାଜବୀର୍ ଅତ୍ୟାଧିକ ଆଘାତପ୍ରାପ୍ତ ହୋଇଥିଲେ , ସେହି ରାତିରେ ଯେବେ ରାଜବୀର ଘରକୁ ଫେରିଥିଲା ତ ୧୧-୧୨ ଟା ହୋଇସାରିଥିଲା , ସେଥିପାଇଁ ସେ ଭାବିଲେ କି ମେଡିକାଲ୍ କାଲି ଯାଇ ଚିକିତ୍ସା କରାଇନେବେ , କିନ୍ତୁ ସକାଳ ହେବାରେ ବହୁତ ବିଳମ୍ବ ହୋଇଯାଇଥିଲା , ଓ ରାଜବୀର ଦୁନିଆଁ ଛାଡି ଚାଲିଯାଇଥିଲା ।

 

ସେପଟେ ପୋଲିସ୍ ଏହି ଘଟଣାର ଛାନବିନ୍ କଲା , ଏବେ ପୋଲିସ୍ ବଡିକୁ ପୋଷ୍ଟମର୍ଟମ୍ କରିବାପାଇଁ ପଠାଇଛି , ରିପୋର୍ଟ ଆସିବାପରେ ମୃତ୍ୟୁର ଅସଲ୍ କାରଣ ଜଣାପଡିବ , ପୋଲିସ୍ ପରିଜନଙ୍କୁ ଆଶ୍ୱସନା ଦେଇଛି , ମୃତ୍ୟୁର ପ୍ରକୃତ କାରଣ ଜାଣିବାପରେ ରାଜବୀରଙ୍କ ହତ୍ୟାକାରୀଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠନ ନିଆହେବ ।କହିଦେବୁ କି ରାଜବୀରଙ୍କ ପରିବାରରେ ତାଙ୍କ ବାପା ମା ତିନୋଟି ଛୁଆ, ଗୋଟେ ଭାଇ , ଓଅନ୍ୟ ସଦସ୍ୟ ଥିଲେ , ଏହି ଘଟଣା ପରେ ରାଜବୀରଙ୍କ ଭାଇ ମିଡିଆ ଆଗରେ କଥା କହିଥିଲେ , ଯାହା ବିଷୟରେ ଆପଣ ଭିଡିଓରେ ଦେଖିପାରିବେ

Leave a Reply

Your email address will not be published. Required fields are marked *