ସୁରତର ଦମକଳ ବିଭାଗ ପାଖରେ ୨୨ ମହଲା ଯାଏଁ ପହଞ୍ଚୁଥିବା ସିଢି ଅଛି, କିନ୍ତୁ ତା ସତ୍ତ୍ୱେ ବି ସେହି ଦିନ କଣ ପାଇଁ ପହଞ୍ଚିଲା ନାହିଁ ?
ସୁରତର କୋଚିଙ୍ଗ୍ ସେଣ୍ଟରରେ ହୋଇଥିବା ଆତ୍ମହାତୀ ଭୟାଭୟ ଅଗ୍ନିକାଣ୍ତ ପରେ ପ୍ରଶାସନ ଓ ନେତାମାନଙ୍କର ଆଖି ଖୋଲିଯାଈଛି , ଏହି ଦୂର୍ଘଟଣାରେ ୨୨ ଟି ଲୋକଙ୍କର ମୃତ୍ୟୁ ହୋଇଛି, ମାମଲାରେ ଯାଞ୍ଚ କରୁଥିବା ଅଧିକାରୀ ସୋମବାର ଦିନ ଏହା ମାନିଲେ କି ଦମକଳ କର୍ମଚାରୀଙ୍କ ପାଖରେ ୪ ମହଲା ବିଶିଷ୍ଟ ଚଢିଲା ଭଳି ସିଢି ନଥିଲା , ଯାହା ବହୁତ ଦୁଃଖଦ କଥା ଅଟେ , ଯେଉଁଠି ଏହା ଦାବି ହୋଇଥାଏ କି ଏହା ସ୍ମାର୍ଟ ସିଟି କିମ୍ବା ସ୍ମାର୍ଟ ଇଣ୍ତିଆ ଅଟେ , କିନ୍ତୁ ଅନ୍ୟ ପଟେ ଏହା ପ୍ରକୃତ ସତ୍ୟକୁ ଖୋଲି ଦେଖାଇଦିଏ , ଦି ଇଣ୍ତିଆନ୍ ଏକ୍ସପ୍ରେସ୍ ରେ ଛପା ହୋଇଥିବା ଖବର ମୁତାବିକ ମୁଖ୍ୟମନ୍ତ୍ରୀ ବିଜୟ ରୁପାଣୀ ପ୍ରାରମ୍ବିକ ଯାଞ୍ଚ ରିପୋର୍ଟ ଦେବାପାଈଁ ସହର ବିକାଶ ବିଭାଗ ପ୍ରିନ୍ସିପାଲ୍ ସେକ୍ରେଟାରୀ ମୁକେଶ ପୁରୀ ପ୍ରଶାସନର ଦୂର୍ବଳତା ବିଷୟରେ କହିଥିଲେ ।
ପୁରି କହିଲେ କି ସିଢି ୪ର୍ଥ ମହଲା ପର୍ଯ୍ୟନ୍ତ ପହଞ୍ଚିବାପାଇଁ ଦମକଳ ବିଭାଗର ସିଢିନଥିଲା , କିନ୍ତୁ କହିଦେବୁ କି ସିଢିର ଡିଜାଇନ୍ ପୁରା ଦେଶରେ ଗୋଟେ ପରି ହୋଇଥାଏ , ଏହି ସିଢିର ଉଚ୍ଚତା ୧୦,୫ ମିଟର ହୋଇଥାଏ , ଯେବେ କି ବିଲଡିଙ୍ଗ୍ ୧୩,୫ ରୁ ୧୪ ମିଟର୍ ଥିଲା , ଏଥିପାଇଁ ସିଢି କେବଲ ତୃତୀୟ ମହଲା ବିଲଡିଙ୍ଗ୍ ପର୍ଯ୍ୟନ୍ତ ପହଞ୍ଚିପାରିଲା , ଯାହା ଏବେ ଆଲୋଚକଙ୍କ ପ୍ରଶ୍ନର ଘେରରେ ଅଛି,
ପୁରୀ ହାଇଡ୍ରୋଲିକ୍ ଦମକଳ ଗାଡି ବିଷୟରେ ବି କହିଲେ ତାଙ୍କ ମୁତାବିକ ସୁରତ ଦମକଳ ବିଭାଗ ପାଖରେ ଦୁଇଟି ହାଇଡ୍ରୋଲିକ୍ ଦମକଳ ଗାଡି ଅଛି , ଯାହା ୫୫ ମିଟର ପର୍ଯ୍ୟନ୍ତ ପହଞ୍ଚିପାରିବ , ଓ ଅନ୍ୟଟି ୭୦ ମିଟର ଉଚ୍ଚତାଯାଏଁ ବିଲଡିଙ୍ଗ୍ ରେ ପହଞ୍ଚିପାରିବ , ମାନେ ପ୍ରାୟ ୨୦ ରୁ ୨୨ ମହଲା ବିଲଡିଙ୍ଗ୍ ରେ ଆରାମରେ ପହଞ୍ଚିପାରିବ ,
ପୁରୀ ଆଗକୁ କହିଲେ କି ହାଇଡ୍ରୋଲିକ୍ ଗାଡି ପହଞ୍ଚିସାରିବାପରେ କ୍ଷୟକ୍ଷତି ହୋଇସାରିଥିଲା , କାରଣ ହାଇଡ୍ରୋଲିକ୍ ଦମକଳ ଗାଡି ନିଆଁ ଲାଗିବା ସନ୍ଦେହରେ ଡେରିରେ ପହଞ୍ଚିଲା , ଯେବେ କି ଛୋଟ ଛୋଟ ଗାଡି ମାନଙ୍କୁ ଏହି ସନ୍ଦେଶ ପହଞ୍ଚିଥିଲା ।
ଏହି ସବୁ ହରାଇବା ପରେ ଏବେ ଗୁଜୁରାଟ ସରକାରଙ୍କୁ ହୋସ୍ ଆସିଲା , ଓ ଯେଉଁ ସରକାରୀ ନିର୍ଦ୍ଧେଶଗୁଡିକ ମୁତାବିକ କମର୍ଶିଆଲ୍ କମ୍ପେଲ୍ସ ସୁରକ୍ଷା ନଥିବ , ତାଙ୍କ ଉପରେ ଦୃଢ କାର୍ଯ୍ୟନୁଷ୍ଠାନ ନିଆଯିବ ।