October 19, 2024

Odia Express

Leading Odia News Portal of Odisha

ଜଣେ ପିଲା ରେଳ ଷ୍ଟେସନରେ ପାଣି ବିକ୍ରି କରୁଥିଲା , ଦିନେ ଟ୍ରେନ୍ ରେ ବସିଥିବା ଜଣେ ବାବୁ ତାକୁ ଡକାଇ ପାଣି ବୋତଲର ଦାମ୍ ପଚାରିଥିଲେ ଓ ପୁଅଟି କହିଥିଲା କି ୧୦ ଟଙ୍କା ଆଉ ତାପରେ..

୧୫ ବର୍ଷୀୟ ଗୋଟେ ପୁଅ ରେଲୱେ ଷ୍ଟେସନରେ ପାଣି ବିକ୍ରିକରି ନିଜ ଗୁଜୁରାଣ ମେଣ୍ଟାଉଥିଲେ । ଦିନେ ସେ ପାଣି ବିକ୍ରି କରୁଥିବା ସମୟରେ ଟ୍ରେନ୍ ରେ ବସିଥିବା ଜଣେ ସେଠ୍ ତାକୁ ପଚାରିଥିଲେ କି କେତେ ଟଙ୍କା ବୋତଲ ଅଟେ ? ସେ ପିଲାଟି କହିଲା କି ୧୦ ଟଙ୍କା ବୋତଲ ଅଟେ , ସେଠ୍ ତାକୁ କହିଲେ ୭ ଟଙ୍କାରେ ଦେବୁ କି ? ସେଠ୍ ର ଏହି କଥା ଶୁଣି ସେହି ପିଲା ଟିକେ ହସିଦେଇ ଆଗକୁ ଚାଲିଗଲା । ସେଠ୍ ପାଖରେ ବସିଥିବା ଏକ ସନ୍ଥ ତାପରେ ବସିଥିବା ବେଳେ ଏହି ସବୁ ଦେଖୁଥିଲେ , ତାପରେ ସେ ଭାବିଲେ କି ସେ ପିଲା କଣ ପାଇଁ ହସିଲା । ଏହା ପଛରେ କୌଣସି ରହସ୍ୟ ଅଛି ।

 

ଏହାପରେ ସେହି ସନ୍ଥ ଟ୍ରେନ୍ ରୁ ଓହ୍ଲାଇ ସେହି ପିଲା ପଛରେ ଗଲେ , ଓ ସେହି ପିଲାକୁ ଯାଇ ପଚାରିଲେ କି ତେବେ ସେ ପିଲାଟିକୁ ପଚାରିଲେ କି  ସେଠ୍ ତାକୁ ଦାମ୍ ତାଙ୍କୁ ଦାମ୍ ମୁଲାଇଥିଲେ ତେବେ ସେ ହସିଲା କଣ ପାଇଁ , ତେବେ ସେହି ପିଲାଟି କହିଲା କି ସେଠ୍ କୁ ଶୋଷ ଲାଗୁନଥିଲା , ସେ କେବଳ ବୋତଲ ଦାମ୍ ଜାଣିବାକୁ ଚାହୁଁଥିଲେ । ତାପରେ ସନ୍ଥ ଜଣଙ୍କ ପଚାରିଲେ କି ତୁମେ କିପରି ଜାଣିଲ କି ତାଙ୍କୁ ଶୋଷ ଲାଗୁନଥିଲା , ତେବେ ସେ ପିଲା ଉତ୍ତର ଦେଇଥିଲା କି ସେ ଯଦି ପ୍ରକୃତରେ ଶୋଷିଲା ଥାନ୍ତେ ତେବେ ସେ ପ୍ରଥମେ ବୋତଲ ନେଇ ପାଣିପିଇଥାନ୍ତେ , ତାପରେ ପାଣିର ବୋତଲ ଦାମ୍ ପଚାରିଥାନ୍ତେ , ପ୍ରଥମେ ବୋତଲ ଦାମ୍ ପଚାରିବା ଅର୍ଥ ଏହା କି ତାଙ୍କୁ ଶୋଷ ଲାଗୁନଥିଲା । ସନ୍ଥ ସେହି ପୁଅର କଥାକୁ ବୁଝିପାରିଲେ , ଓ ଆଉଥରେ ଯାଇ ଟ୍ରେନ୍ ରେ ବସିପଡିଲେ ,

 

ଏଥିରୁ ଏହା ଶିକ୍ଷା ପାଇଲେ କି ସବୁ ବ୍ୟକ୍ତିର କିଛି ନା କିଛି ଲକ୍ଷ୍ୟ ହୋଇଥାଏ , ସେ ତାକୁ ପାଇବାକୁ ଇଚ୍ଛା ରଖିଥାଏ , ଯାହାକି ସେ ବିନା କିଛି ତର୍କ ବିତର୍କରେ ତାହା ପାଈବାକୁ ଲାଗିଥାଏ , ସେ ତାକୁ ହାସିଲ୍ କରି ଦମ୍ ନେଇଥାଏ , ଯେବେ କି କିଛି ଲୋକ ସେହି କାମର ଭୁଲ୍ ବାହାର କରିବାକୁ ବିଚାର କରିଥାନ୍ତି , ଏହି କାରଣରୁ ସେ ନିଜ ଲକ୍ଷ୍ୟ ପୁରା କରିପାରନ୍ତି ନାହିଁ ।

Leave a Reply

Your email address will not be published. Required fields are marked *