October 17, 2024

Odia Express

Leading Odia News Portal of Odisha

ଅମରନାଥ ଯାତ୍ରା ୨୦୧୯ -୨୨ ଫୁଟର ହେଲା ବାବା ମହାଦେବ ଙ୍କ ବର୍ଫାନୀ , ସାମନାକୁ ଆସିଲା ପ୍ରଥମ ଫଟୋ – ଏବେ ଦେଖି ନିୟନ୍ତୁ..

ବାବା ଅମରନାଥଙ୍କ ଯାତ୍ରା କରିବାପାଇଁ ବହୁତ ସଂଖ୍ୟାରେ ଲୋକ ଯାଇଥାନ୍ତି , ବାବା ଅମରନାଥଙ୍କ ଯାତ୍ରା ସବୁ ସମୟରେ କରାଯାଇନଥାଏ , ବରଂ ଏକଅ ଖାସ୍ ମଉକାରେ କରାଯାଇଥାଏ , ଏହିଥର ବାବା ଅମରନାଥ ଯାତ୍ରା ଆରମ୍ଭ ୧ ଜୁଲାଇରୁ କରାଯାଉଛି, ଯାହାକି ୧୫ ଅଗଷ୍ଟ ଯାଏଁ ଚାଲିବ , ଏହି ସମୟରେ ବାବା ଅମରନାଥଙ୍କ ଦର୍ଶନ ଭକ୍ତମାନେ କରିପାରିବେ , ଯାହାପାଇଁ ପ୍ରସ୍ତୁତି ବି ଆରମ୍ଭ ହୋଇସାରିଛି , ବାବା ଅମରନାଥଙ୍କ ଯାତ୍ରା କରିବାରେ ଭକ୍ତ ପୁରା ବର୍ଷ ଅପେକ୍ଷା କରି ବସନ୍ତି , କିନ୍ତୁ ଏହି ଥର ବାବାଙ୍କ ଯାତ୍ରା ଆରମ୍ଭ ହେବା ପୂର୍ବରୁ କିଛି ଫଟୋ ଆସିଛି , ଯାହା ବିଲକୁଲ୍ ଅଲଗା ଦେଖାଯାଉଛି , ଆସନ୍ତୁ ଜାଣିବା ।

 

ଅମରନାଥ ଗୁମ୍ପାରୁ ହିମଲିଙ୍ଗର ଏହି ଫଟୋ ସାମନାକୁ ଆସିଛି, ଯାହାକି ସବୁ ବର୍ଷ ବଡ ହେବାରେ ଲାଗିଛି , ଏବେ ଏହା ଦେଖି ଲାଗୁଛି କି ଭୋଳାନାଥ ଏକ ବଡ ଆକାରରେ ଧାରଣ କରି ଭକ୍ତମାନଙ୍କୁ ଦର୍ଶନ ଦେବେ , ସୁଚନା ଅନୁସାରେ ଏହିଥର ବାବା ବର୍ଫାନୀଙ୍କ ଉଚ୍ଚତା ୨୨ ଫୁଟ ଅଛି, ଯାହାକି ଏକ ବହୁତ ବିଶାଳକାୟ ଆକାର ଅଟେ , ଓ ତାହା ସହ ଏହି ଆକାର ବଢିବାକୁ ଲାଗିଛି, ଯାହା ଦ୍ୱାରା ଭକ୍ତଙ୍କ ମନରେ ଏବେ ଉତ୍ସୁକତା ବଢିବାରେ ଲାଗିଛି ।

ବାବା ବର୍ଫାନୀଙ୍କ ପ୍ରଥମ ଫଟୋରେ ସଫା ଭାବେ ଭୋଳାନାଥ ଦର୍ଶନ ଦେଉଛନ୍ତି , ଏତିକି ନୁହେଁ ଅମର ନାଥ ଯାତ୍ରା ପୂର୍ବରୁ ହିମଲିଙ୍ଗ ତିଆରି ହୋଇସାରିଛି , ଯାହା ଦ୍ୱାରା ଏବେ ଏହା ବହୁତ ସୁନ୍ଦର ଦେଖାଯାଉଛି , ଅମରନାଥଙ୍କ ଯାତ୍ରାକୁ ନେଇ ବହୁତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି, ଓ ସରକାରଙ୍କ ତରଫରୁ ପ୍ରତ୍ୟେକ ଯାତ୍ରୀଙ୍କ ପାଇଁ ସୁବିଧା ଦିଆଯାଇଛି, ଯାତ୍ରୀମାନଙ୍କର ଯେପରି କିଛି ଅସୁବିଧା ନ ହେଉ ।

 

କିପରି ଯିବେ ଅମର ଯାତ୍ରାରେ :

୧) ଅମରନାଥ ଯାତ୍ରା ପହଲଗ୍ରାମ ମାର୍ଗ ଓ ଗନ୍ଦେବଲ ଜିଲ୍ଲାର ଛୋଟ ବାଲଟାଲ୍ ମାର୍ଗରୁ ଆରମ୍ଭ ହୋଇଥାଏ , ଏହି ଯାତ୍ରା ୪୬ ଦିନ ଯାଏଁ ଚାଲିବ ,

୨) ୧ ଜୁଲାଇରୁ ୧୫ ଅଗଷ୍ଟ ମଧ୍ୟରେ ଚାଲୁଥିବା ଏହି ରାସ୍ତାପାଇଁ ସୁରକ୍ଷା କଡା ବ୍ୟବସ୍ଥା କରାଯାଇଛି,

୩) ଅମର ନାଥ ଯାତ୍ରା ଆରମ୍ଭ ହେବା ପୂର୍ବରୁ ପାଅ ସୀମା ଓ ଯାତ୍ରା ମାର୍ଗ ଉପରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି ,

୪) ଅମର ନାଥ ଯାତ୍ରା ସମୟରେ ଯାତ୍ରୀଙ୍କୁ କୌଣସି ଅସୁବିଧା ନ ଆସୁ , ଏହିଥର ଯାତ୍ରାର ରେଜିଷ୍ଟ୍ରେସନ୍ ବାରକୋଡ୍ ସହ ଉପଲ୍ଲବ୍ଧ କରାଯିବ , ଯାହା ଦ୍ୱାରା କେଉଁ ପ୍ରକାରର ଭୁଲ୍ ନ ହେଉ ।

 

୫) କାର୍ଡ ସକ୍ରିୟ ଅଛି କି ନାହିଁ ଏହା ବିଷୟରେ ବାର କୋଡ୍ ଉପରେ ୱାଟର ମାର୍କ ଓ ଅମରନାଥ ସାଇନ୍ ବୋର୍ଡ ଲଗାଯାଇଛି, ଯାହା ଦ୍ୱାରା କିଛି ବି ଅସୁବିଧା ନ ହେଉ ।

୬) ମିଳିଥିବା ସୁଚନା ଅନୁସାରେ ବାରକୋଡ୍ ରେ ଦିଆଯାଈଥିବା ସାଇନ୍ ବୋର୍ଡରୁ ଲୋକଙ୍କର ଏକ ଖାସ୍ ସୁଚନା ମ୍ୟାଗ୍ନିଫାୟର୍ ଗ୍ଲାସ୍ ଜରିଆରେ ଦେଖାଯାଇପାରିବ , ଯାହା ଦ୍ୱାରା ସୁଚନା ଲିକ୍ ହେବାର ବିପଦ ନଥିବ ।

୭) ଅମରନାଥ ଯାତ୍ରାରେ ଯାଉଥିବା ଯାତ୍ରୀଙ୍କ ପାଇଁ ସବୁ ଦରକାରୀ ଜିନିଷ ଉପରେ ପୁରା ଧ୍ୟାନ ରଖାଯିବ , ଯାହା ଦ୍ୱାରା କେଉଁ ଅସୁବିଧା ନ ଆସୁ ।

୮) ଦୁର୍ଘଟଣାରେ ଫସିଗଲେ ଯାତ୍ରୀ ଙ୍କ ପରିଜନ ତାଙ୍କର ସୁଚନା ସାଇନ୍ ବୋର୍ଡ ଦ୍ୱାରା ନେଇ ପାରିବେ ।

Leave a Reply

Your email address will not be published. Required fields are marked *