September 19, 2024

Odia Express

Leading Odia News Portal of Odisha

ବାପା ନିଜ ନିରିହ ଝିଅଙ୍କୁ ନଦୀରେ ଫିଙ୍ଗିଦେଲା – ତାପରେ ଯୁବକ ଜଣଙ୍କ ବଞ୍ଚାଇଲେ ଏହି ଦୁଇ ଛୁଆଙ୍କ ଜୀବନ – ସାରା ଦେଶ ଏବେ ପ୍ରଶଂସା କରୁଛି…

ହିମାଚଳ ପ୍ରଦେଶରେ ଜଣେ ବାପା ନିଜ ଦୁଇଟି ନିରିହ ଝିଅଙ୍କୁ ନଦୀରେ ଧକ୍କା ଦେଇ ତାଙ୍କୁ ମାରିବାକୁ ଚେଷ୍ଟା କରିଥିଲା , ଏହି ହୃଦୟ ବିଦାରକ ଘଟଣା ହିମାଚଳ ପ୍ରଦେଶର ବଂଙ୍ଗଣା ପାଖର ଘାଟିର ଅଟେ , କୁହାଯାଉଛି କି ଚମକୌର ସିଂ ନାମକ ବ୍ୟକ୍ତି ତାଙ୍କୁ ସେହି ସମୟରେ ଦୁଇଟି ଝିଅଙ୍କୁ ସେ ନଦୀରେ ଧକ୍କା ଦେଇଥିଲେ , ଯେବେ ସେ ନିଜ ପରିବାର ସହ ବୋଟ୍ ରେ ବସି ନିଜ ଘରକୁ ଯାଉଥିଲେ । ମଉକା ଜାଗାରେ ଥିବା ସ୍ଥାନୀୟ ଲୋକଙ୍କ ଅନୁସାରେ ଚମକୌର ସିଂ ନିଜ ପରିବାର ସହ ବୋଟ୍ ରେ ବସିଥିଲେ , ସେହି ସମୟରେ ସେ ନିଜ ଦୁଇ ଝିଅଙ୍କୁ ନଦୀରେ ଧକ୍କା ଦେଇଥିଲେ । ଯାହାପରେ ଜଣେ ବ୍ୟକ୍ତି ନଦୀରେ ଡେଇଁ ସେହି ଛୁଆଙ୍କୁ ପାଣିରେ ବୁଡିବାରୁ ରକ୍ଷା କରିଥିଲେ । ଏହି ଘଟଣା ଲାଠିଆଣୀ ନାମକ ଗୋଟେ ଜାଗା ପାଖରେ ହୋଇଥିଲା ।

 

କୁହାଯାଉଛି କି ପଞ୍ଜାବର ରହୁଥିବା ଚମକୌର ସିଂ ନିଜ ଭାଇର ପରିବର , ନିଜ ସ୍ତ୍ରୀ, ଦୁଇଟି ଝିଅ ଓ ଗୋଟିଏ ପୁଅ ସହ ହିମାଚଳ ପ୍ରଦେଶରେ ସ୍ଥିତ ବାବା ବାଳକ ନାଥ ମନ୍ଦିର ଦିୟୋଟସିଦ୍ଧ ଦର୍ଶକ କରିବାକୁ ଆସିଥିଲେ , ଦର୍ଶନ କରିବାପରେ ଲାଠିଆଣୀଙ୍କ ପାଖରେ ଥିବା ନଦୀର ରାସ୍ତାରେ ବୋଟ୍ ରେ ସବାର ହୋଇ ନିଜ ଗାଁକୁ ଯାଉଥିଲେ , ସେହି ସମୟରେ ସେ ଦୁଇ ଝିଅଙ୍କୁ ନଦୀରେ ଠେଲି ଦେଇଥିଲେ , ସେମିତି ଚମକୌର ସିଂ ଏହି ଘଟଣାକୁ ଘଟାଇଥିଲେ । ସେଠାରେ ମହଜୁଦ ଥିବା ଲାଠିଆଣୀର ଯୁବକ ସୁନୀଲ କୁମାର ତାଙ୍କୁ ଏପରି କରୁଥିବାର ଦେଖିଥିଲେ , ଓ ଝିଅମାନଙ୍କୁ ପାଣିରୁ ବୁଡୁଥିବାର ଦେଖିକରି ସୁନିଲ୍ କୁମାର ନଦୀରେ ଡେଇଁ କରି ସେହି ଝିଅଙ୍କୁ ବଞ୍ଚାଈଥିଲେ ।

 

ଏହା ପରେ ସେହି ଜାଗାରେ ଥିବା ମହଜୁଦ ଲୋକେ ଆରୋପିକୁ ଧରିନେଇଥିଲେ , ଓ ଚମକୌର ସିଂଙ୍କୁ ବହୁତ ମାଡପିଟ୍ କରିଥିଲେ , ନିଜ ବାପାଙ୍କୁ ପିଟୁଥିବାର ଦେଖି ଝିଅମାନେ କାନ୍ଦିବାକୁ ଲାଗିଲେ , ଓ ବାପାଙ୍କୁ ଛାଡିଦେବାକୁ କହିଲେ , ତାପରେ ସେଠାକାର ଲୋକେ ସେହି ବ୍ୟକ୍ତିକୁ ଛାଡିଦେଇଥିଲେ, ଓ ଏହି ଘଟଣାର ସୁଚନା ପୋଲିସ୍ କୁ ଦିଆଯାଇଥିଲା । ମଉକା ସ୍ଥାନରେ ପହଞ୍ଚି ପୋଲିସ୍ ଚମକୌର ସିଂଙ୍କୁ ଗିରଫ କଲେ , କିନ୍ତୁ ଚମକୌର ସିଂଙ୍କ ପରିବାର ଲୋକଙ୍କ କହିବା କଥା କି ସେ ମାନସିକ ବିକୃତ ଅଟନ୍ତି , ତାଙ୍କୁ ଜଣା ନଥିଲ କି ସେ କଣ କରୁଛନ୍ତି ବୋଲି ,

ପରିବାର ଲୋକେ ଏହି ଦାବିରେ ପୋଲିସ୍ ଚମକୌରଙ୍କ ସିଂଙ୍କ ମେଡିକାଲ୍ ରିପୋର୍ଟ ମାଗିଥିଲେ , କିନ୍ତୁ ପରିବାର ଲୋକଙ୍କ ପାଖରେ ଚମକୌର ସିଂଙ୍କ କୌଣସି ମେଡିକାଲ୍ ରିପୋର୍ଟ ନଥିଲା , ଯାହାକୁ ନେଇ ତାଙ୍କୁ ଗିରଫ କରାଗଲା , ପୋଲିସ୍ ଅନୁସାର ଚମକୌର ସିଂ ପଞ୍ଜାବର ଲୁଧିଆନା ର ସଦବାଂ ଗାଁର ବାସିନ୍ଦା ଅଟେ, ଓ ଏହି ପୁରା ପରିବାର ସମେତ ବାବା ବାଳକ ନାଥ ମନ୍ଦିର ଦିୟୋଟସିଦ୍ଧ ରେ ଦର୍ଶନ କରିବାକୁ ଆସିଥିଲେ , ସେଠାରେ ଦର୍ଶନ କରିବାପରେ ସେ ନିଜ ଘରକୁ ଫେରୁଥିଲେ । ଓ ଏହି ସମୟରେ ଚମକୌର ସିଂ ଏହି ଘଟଣାକୁ ଘଟାଇଥିଲେ । ପୋଲିସ୍ ଙ୍କ ମୁତାବିକ ଚମକୌର ସିଂ ଏକ ପୁଅ ବି ଅଛି , ଯେଉଁ ଦୁଇ ଝିଅଙ୍କୁ ସେ ଧକ୍କା ଦେଇମାରିଥିଲା ତାଙ୍କର ଆୟୁ କେବଳ ୫ ବର୍ଷ ଓ ୧୨ ବର୍ଷ ଅଟେ ।

Leave a Reply

Your email address will not be published. Required fields are marked *