October 18, 2024

Odia Express

Leading Odia News Portal of Odisha

ଏହି ବ୍ୟକ୍ତି ଜଣଙ୍କ ହୋଟେଲ୍ ରେ ଭୋକିଲା ଛୁଆଙ୍କୁ ଡାକିକି ଖୁଆଇଲା ଖାଦ୍ୟ , ବିଲ୍ ଦେଖିକରି ସମସ୍ତଙ୍କ ଆଖିରେ ଲୁହ ଆସିଗଲା…

ଆଜିର ସମୟରେ ବି ମନୁଷ୍ୟତ୍ୱ ଭଳି ଜିନିଷ ଦେଖିବାକୁ ମିଳିଯାଏ , ଏହି ସମୟରେ ଏମିତି କମ୍ ଲୋକ ଦେଖିବାକୁ ମିଳିଯାଆନ୍ତି , ଓ ସେମାନେ ଅନ୍ୟ ମାନଙ୍କର ସାହାଯ୍ୟ କରିବା ପାଇଁ ଆଗକୁ ଆସନ୍ତି , କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବ୍ୟକ୍ତିଙ୍କ ସହ ଦେଖା କରିବାକୁ ଯାଉଛୁ , ଯିଏ ଅନ୍ୟମାନଙ୍କ ସହ ମିଶିଯାଏ ଓ ସାହାଯ୍ୟ କରିବାପାଇଁ ଆଗେଇ ଆସେ , ଆମେ କଥା ହେଉଛୁ ଅଖିଳେଶ କୁମାରଙ୍କର , ସେ ଏବେ କିଛି ଦିନ ତଳେ ଏପରି କିଛି କରିଲେ ଯାହା ଦ୍ୱାରା ତାଙ୍କର ଚର୍ଚ୍ଚା ହୋଇଥିଲା , ଓ ତାଙ୍କୁ ନେଇ କରି ସମସ୍ତଙ୍କ ମନରେ ଇଜ୍ଜତ ବଢିଗଲା । ଓ ସବୁଆଡେ ତାଙ୍କର ପ୍ରଶଂସା ହେଉଛି ।

 

ଆପଣ ଏବେ ଭାବୁଥିବେ କି ଏମିତି କଣ ସେ କରିଲେ କି ତାଙ୍କ କାର୍ଯ୍ୟପାଇଁ ତାଙ୍କୁ ଏତେ ପ୍ରଶଂସା କରାଯାଉଛି , ଆପଣଙ୍କୁ କହିଦେବୁ କି ସେ ଏବେ ଯେଉଁ କାମ କରିଛନ୍ତି ତାହା ଏକ ପୁଣ୍ୟ କାମ ଅଟେ , ଥରେ ଅଖିଳେଶ ନିଜ କାମ ସାରି ବିଳମ୍ବିତ ରାତିରେ ଖାଇବା ପାଇଁ କେରଳର ମଲ୍ଲାପୁରମ ସ୍ଥିତ ସବରିନା ହୋଟେଲ୍ କୁ ଯାଇଥିଲେ , ସେ ସେଠାରେ କିଛି ଏପରି ଦେଖିଲେ କି ଯାହାକୁ ଦେଖି ସେ ନିଜକୁ ଅଟକାଇପାରିଲେ ନାହିଁ , ଓ ତାଙ୍କ ମଧ୍ୟରେ ମାନବିକତା ଭାବନା ଜାଗ୍ରତ ହୋଇ ଉଠିଲା ।

 

କଥା ଏମିତି ହୋଇଥିଲା କି ଯେବେ ସେ ହୋଟେଲ୍ କୁ ଖାଇବାକୁ ଯାଇଥିଲେ ତେବେ ସେ ଦେଖିବାକୁ ପାଇଲେ କି ହୋଟେଲ୍ ବାହାରେ କିଛି ନିରିହ ଛୁଆ ତାଙ୍କୁ ଦେଖୁଥିଲେ , ତେବେ ଅଖିଳେଶ ଛୁଆଙ୍କୁ ଭିତରକୁ ଡକାଇଲେ ଓ ଗୋଟିଏ କୁନି ଝିଅକୁ ନିଜ ସହ ଭିତରେ ନେଇ ବସାଇଲେ , ଅଖିଳେଶ ପଚାରିଲେ କଣ ଖାଇବ , ତେବେ ଛୁଆମାନେ ଆଗରେ ରଖା ହୋଇଥିବା ଟେବୁଲ୍ ଆଡକୁ ଇସାରା କରିଥିଲେ , ଅଖିଳେଶ ତୁରନ୍ତ ସେହି ଛୁଆଙ୍କ ପାଇଁ ଖାଇବା ଅର୍ଡର କରିଥିଲେ , ଓ ତାପରେ ସେ ଛୁଆଙ୍କୁ ହାତ ଧୋଇବାକୁ କହିଲେ , ଖାଇବା ଖୁଆଇଲେ , ସେମାନେ ବହୁତ ଭୋକିଲା ଥିଲେ , ସେଥିପାଇଁ ସେମାନେ ବହୁତ ଖୁସିରେ ଖାଦ୍ୟ ଖାଇବାକୁ ଲାଗିଲେ , ଓ ସେଠାରୁ ଖୁସିରେ ଖୁସିରେ ଚାଲିଗଲେ ।

 

କହିଦେବୁ କି ସେହି ଛୁଆଙ୍କ ସହ ଅଖିଳେଶ ବି ଖାଦ୍ୟ ଖାଇଥିଲେ । ଓ ଶେଷରେ ଯେବେ ଅଖିଳେଶ ହୋଟେଲ୍ ବାଲାଙ୍କୁ ବିଲ୍ ଆଣିବାକୁ କହିଥିଲେ । ତେବେ ସେ ବିଲ୍ ଦେଖି ଚକିତ ହୋଇଉଠିଥିଲେ , ଏବେ ଟିକେ ଭାବନ୍ତୁ ସେ ବିଲ୍ କେତେ ଦାମ୍ ର ହୋଇଥିବ , ବିଲ୍ ରେ ଲେଖାଥିଲା କି ଆମ ପାଖରେ କୌଣସି ଏମିତି ମେସିନ୍ ନାହିଁ ଯାହା ମନୁଷ୍ୟତ୍ୱ ର ବିଲ୍ ବନାଇପାରିବ , ଏହାକୁ ଦେଖି ଅଖିଳେଶ ଟିକେ ଭାବୁକ ହୋଇଯାଇଥିଲେ , ଅଖିଳେଶ ବିଲ୍ କପି ନିଜ ଫେସବୁକ୍ ଏକାଉଣ୍ଟରେ ପୋଷ୍ଟ କରି ଥିଲେ , ଓ ନିଜ ସହ ଘଟିଥିବା ସବୁ ଘଟଣା ବିଷୟରେ ସେୟାର୍ କଲେ , ଓ ଏହାପରେ ଲୋକେ ଏହାକୁ ବହୁତ ପସନ୍ଦ କଲେ , ଓ ସମସ୍ତେ ତାଙ୍କର ଏହି ମାନବିକତା କାର୍ଯ୍ୟକୁ ବହୁତ ପ୍ରଶଂସା କରୁଛନ୍ତି ।

Leave a Reply

Your email address will not be published. Required fields are marked *