October 18, 2024

Odia Express

Leading Odia News Portal of Odisha

ଦାନ୍ତ ପୋକ ଖାଇଛି ଓ ଆପଣ ଚିନ୍ତିତ ଅଛନ୍ତି କି ? ତେବେ ଆପଣାନ୍ତୁ ଏହି ଘରୋଇ ଉପାୟ , ଦାନ୍ତ ଗୁଡିକ ଜୀବନସାରା ମଜବୁତ ରହିବ ଓ କେବେ ଲାଗିବ ନାହିଁ ପୋକ ..

ଦାନ୍ତ ଗୁଡିକରେ ପୋକ ଖାଇବା ଦ୍ୱାରା ଆପଣଙ୍କ ଦାନ୍ତକୁ ନଷ୍ଟ କରିବା ସହ ବହୁତ କଷ୍ଟ ଦେଇଥାଏ , ସାଧାରଣତଃ ଏହି ଅସୁବିଧା ଛୁଆଙ୍କ ମଧ୍ୟରେ ଦେଖାଯାଇଥାଏ , କାରଣ ସେମାନେ ଅଧିକା ଚକଲେଟ୍ ଖାଇଥାନ୍ତି , ଏବେ କିନ୍ତୁ ଏହି ସମସ୍ୟା ସବୁ ବର୍ଗର ଲୋକଙ୍କ ମଧ୍ୟରେ ଦେଖାଦେଇଛି । ତେବେ ଆସନ୍ତୁ ଆଜି ଆମେ ଆପଣଙ୍କୁ ଦାନ୍ତରେ ପୋକ ଖାଇବାର କାରଣ ଓ ତାହା କିପରି ସମାଧାନ କରିବେ ସେହି ବିଷୟରେ ଆଲୋଚନା କରିବୁ , ସାଧାରଣତଃ ଦାନ୍ତରେ ପୀଡା ହେଲେ ଲୋକେ ତାହା କଷ୍ଟକୁ ସହି ଯାଆନ୍ତି, କିନ୍ତୁ ଯଦି ପୋକ ଖାଇଲା ତେବେ ଏହା ଅସହନୀୟ କଷ୍ଟ ଦେଇଥାଏ । ଆପଣଙ୍କୁ କିଛି ବି ବୁଝାପଡେନି କି କରିବେ ବା କଣ । ତେବେ ଆସନ୍ତୁ ଏହି ଉପାୟ ଆପଣାନ୍ତୁ , ଯାହାର ସାହାଯ୍ୟରେ ଆପଣଙ୍କ ସବୁ ଅସୁବିଧା ଦୁର ହୋଇପାରିବ , ଏହା ପୂର୍ବରୁ ଆପଣଙ୍କୁ ଡାକ୍ତରଙ୍କ ଠାରୁ ପରାମର୍ଶ ନେବାକୁ ପଡିଥାଏ , ଯଦି କରିପାରିନାହାନ୍ତି ତେବେ ଏହି ଉପାୟ ଆପଣାନ୍ତୁ ।

 

୧) ଅଧିକା ମିଠାଯୁକ୍ତ ଖାଦ୍ୟ ଖାଇଲେ ଦାନ୍ତରେ ପୋକ ଖାଇବାର କାରଣ ମୁଖ୍ୟ ହୋଇଥାଏ । ଆପଣ ଯେବେ ବି କେଉଁ ମିଠାଯୁକ୍ତ ଖାଦ୍ୟର ସେବନ କରୁଛନ୍ତି ପ୍ରଥମେ ଆପଣ ଦାନ୍ତକୁ ଭଲ ଭାବେ କୁଳି କରି ସଫା କରିନିଅନ୍ତୁ ।

୨) ଖାଇବା ପରେ ଦାନ୍ତକୁ ଭଲ ଭାବେ ସଫା ନ କରିବା ଦ୍ୱାରା ଦାନ୍ତ ପୋକ ଖାଇଥାଏ , ଏମିତି ଖାଇବା ପରେ ଦାନ୍ତକୁ ଭଲ ଭାବେ ସଫା କରିନିଅନ୍ତୁ ।

 

୩) ଯେଉଁ ଖାଦ୍ୟ ଅଧିକା ତେଲଯୁକ୍ତ ହୋଇଥାଏ ସେଥିରେ ପୋକ ଖାଇବାର ସମ୍ଭାବନା ଅଧିକା ଥାଏ , କାରଣା ସେହି ଖାଦ୍ୟ ଦାନ୍ତ ମଧ୍ୟରେ ଅଟକି ଯାଏ , ଏମିତିରେ ଆପଣଙ୍କୁ ଏହି ପ୍ରକାରର ପଦାର୍ଥର ସେବନରୁ ଦୁରେଇ ରହିବା ଉଚିତ୍ ।

 

ଯେବେ ବି ଦାନ୍ତରେ ପୋକ ଖାଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ ନିଅନ୍ତୁ , ଯଦି ପୋକ ଖାଇବା ଆରମ୍ଭ ହୋଇଛି ତେବେ ଘରୋଇ ଉପାୟ ଆପଣାନ୍ତୁ ,

ଘରୋଇ ଉପଚାର ପ୍ରକିୟା : କିଛି ପରିମାଣର ଫିଟିକିରି କୁ ଆଣି ତାକୁ ଗୁଣ୍ତ କରିଦିଅନ୍ତୁ , ଓ କିଛି ଲବଙ୍ଗ ନେଇ ତାକୁ ପେଷ୍ଟ କରିଦିଅନ୍ତୁ , ଓ ଏହି ପେଷ୍ଟକୁ ଦାନ୍ତର ପୋକ ଖାଇଥିବା ସ୍ଥାନରେ ଲଗାନ୍ତୁ , ଏମିତି ପ୍ରତିଦିନ କଲେ ଦାନ୍ତରେ ପୋକ ଖାଇବା ସମସ୍ୟା ଦୂର ହୋଇଯିବ ।

Leave a Reply

Your email address will not be published. Required fields are marked *