September 19, 2024

Odia Express

Leading Odia News Portal of Odisha

ପୁଲବାମାରେ ସହିଦ ହେଇଥିବା ସହିଦଙ୍କ ଝିଅ ଏତେ ନମ୍ବର ରଖି +୨ ପାସ୍ କରିଲେ , ପରିକ୍ଷାର ଠିକ୍ ପୂର୍ବରୁ ହୋଇଥିଲେ ସହୀଦ ବାପା – କହିଲେ ଏଭଳି କଥା ଯେ ଆଖିରେ ଲୁହ ଆସିଯିବ..

୧୪ ଫେବୃୟାରୀ ୨୦୧୯ କୁ କାଶ୍ମୀରର ପୁଲବାମାରେ ହୋଇଥିବା ଆତଙ୍କୀ ଆକ୍ରମଣରେ ସିଆର୍ ପିଏଫ୍ ୧୧୦ ତମ ବାହିନୀ ଦୁନ ନିବାସୀ ଏଏସ୍ ଆଇ ମୋହନଲାଲ୍ ରତୁଡି ଆତଙ୍କୀ ଆକ୍ରମଣରେ ସହୀଦ ହୋଇଗଲେ । ବୋର୍ଡ ପରୀକ୍ଷାରେ ପ୍ରସ୍ତୁତି କରୁଥିବା ଝିଅ ଗଂଙ୍ଗା ଉପରେ ଏବେ ଦୁଃଖର ଛାୟା ଖେଳିଯାଇଥିଲା , ସେ ନିଜ ପରୀକ୍ଷା ଦେବାକୁ ଅସମର୍ଥ ଥିଲେ । କିନ୍ତୁ ଏହି ଝିଅ ଜଣଙ୍କ ନିଜ ବାପାଙ୍କ କଥା ରଖିଲେ । ଓ ଭଲ ନମ୍ବରରେ ପରୀକ୍ଷା ପାସ୍ କରିଦେଖାଇଥିଲେ ।

 

ପୁଲବାମାରେ ସହୀଦ୍ ପରିବାରଙ୍କ ଜୀବନ ଯେପରି ଏକ ବଡ ସଦମା ଥିଲା , ଯେଉଁଥିରୁ ବାହାରକୁ ବାହାରିବା ବହୁତ ମୁସକିଲ୍ ଥିଲା , ଏଥିପାଇଁ ନିଜ ବାପାଙ୍କର ଇଚ୍ଛା ପୁରା କରିବାପାଇଁ ଝିଅ ନିଜ ରାସ୍ତାରେ ବାହାରି ପଡିଲା , ମୋହନଲାଲ ରତୁଡିଙ୍କ ଝିଅ ଗଂଙ୍ଗା ସିବିଏସ୍ ଇ ପରୀକ୍ଷାରେ ପାସ୍ କରି କହିଲେ କି ମୋର ବାପାଙ୍କର ଇଚ୍ଛା ମୁଁ ପୁରଣ କରିଛି, ସେ ନିଜ ବାପାଙ୍କୁ ଅନ୍ତିମ ବଚନ ଦେଇଥିଲେ କି ସେ ଡାକ୍ତର ହେବେ , ଓ ସେ ତାହା ହିଁ କଲେ ଏବେ ସେ ତାହାର ପ୍ରସ୍ତୁତି ଆରମ୍ଭ କରିସାରିଛନ୍ତି , ସିବିଏସ୍ ଇ ତାଙ୍କର ପରୀକ୍ଷାପାଇଁ ବିଶେଷ ପ୍ରସ୍ତୁତି କରିଥିଲେ , ଆଜି ଗଂଙ୍ଗା ଭଲ ନମ୍ବରରେ ପାସ୍ କରିଛନ୍ତି ।

 

ବାୟୋଲୋଜି, ହିନ୍ଦୀ, ଫିଜିକାଲ୍ ଏଜୁକେସନ୍ ପରୀକ୍ଷାରେ ଗଙ୍ଗା ସବୁ ଛାତ୍ର ଛାତ୍ରୀଙ୍କ ସହ ଫିଜିକ୍ସ, ଓ ଇଂରାଜୀରେ ପରୀକ୍ଷା ପାଇଁ ସିବିଏସ୍ ଇ ପରେ ପ୍ରସ୍ତୁତି କଲେ , ୨ ମେ କୁ ବୋର୍ଡର ଫଳାଫଳ ବାହାରିଥିଲେ , ଓ ସେ ୬୮,୮% ଅଙ୍କରେ ପାସ୍ କରିଯାଇଥିଲେ ,

 

ଗଂଙ୍ଗା କହିଲେ କି ମୋତେ ଗାଇବାର ବହୁତ ସଉକ ଅଛି, ମୋର ବାପା ଚାହୁଁଥିଲେ କି ମୁଁ ଡାକ୍ତର ହେବି , ସେ କହିଥିଲେ କି ତୁ ଡାକ୍ତର ହେବୁ , ଯେବେ ଡାକ୍ତର ହୋଇଯିବୁ ତେବେ ପ୍ରଥମେ ମୋତେ ମେଡିସିନ୍ ଦେବୁ, ବାପାଙ୍କ କଥା ରଖି ଆଜି ଗଂଙ୍ଗା ଡାକ୍ତର ହେବାକୁ ଚାହୁଁଛି, ସେ ଏବେ କୋଟାରେ କୋଚିଙ୍ଗ୍ ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି ।

ଗଂଙ୍ଗା ପାସ୍ ହେବାପରେ ତାଙ୍କ ଚେହେରାରେ ଖୁସି ନାହୀଁ  ବରଂ ନିଜ ବାପାଙ୍କ ଶୋକରେ ସେ ଏବେ ବହୁତ ଦୁଃଖି ଅଛନ୍ତି , ଗଙ୍ଗା କାନ୍ଦିକରି କହିଲେ ଯଦି ଆଜି ବାପା ଥାନ୍ତେ ତେବେ କେତେ ଖୁସି ହୋଇଥାନ୍ତେ , ଗଙ୍ଗାଙ୍କ ମା ସରିତାଙ୍କ ଆଖିରେ ବି ଲୁହ ଥିଲା , ସେ କହିଲେ କି ଆଜି ବାପା ଥିଲେ ନିଜ ଝିଅର ଖୁସିରେ କେତେ ଖୁସି ହୋଇଥାନ୍ତେ ।

Leave a Reply

Your email address will not be published. Required fields are marked *