September 16, 2024

Odia Express

Leading Odia News Portal of Odisha

ଯେବେ ସ୍ୱାମୀ ଓ ସ୍ତ୍ରୀ ନିଜ ଦୁର୍ବଳତାକୁ ସ୍ୱୀକାର କରିନିଅନ୍ତି ତେବେ ତାଙ୍କ ଜୀବନରେ ବୈବାହିକ ଜୀବନ ସୁଖ ପୂର୍ବକ କଟିପାରିଥାଏ – ସମସ୍ତେ ଏହି କାହାଣୀ ପଢିବା ଦରକାର..

ଥରେ ଗୋଟେ ସହରରେ ଗୋଟେ ସୁନ୍ଦର, ପରିଶ୍ରମୀ ଓ ହୃଦୟରୁ ସଚ୍ଚୋଟ ବ୍ୟକ୍ତି ରହୁଥିଲା , ସେ ଭଲ କମାଉଥିଲା , ଓ ସମସ୍ତଙ୍କ ସହ ପ୍ରେମରେ କଥା ବାର୍ତ୍ତା ହେଉଥିଲା , ତାହାର ସୁନ୍ଦରତା ଦେଖିକରି ସମସ୍ତେ ଭାବୁଥିଲେ କି ତାର ସ୍ତ୍ରୀ ଗୋଟେ ସୁନ୍ଦରୀ ହେବ । ବହୁତ ଝିଅମାନେ ତାକୁ ସ୍ୱାମୀ ରୁପେ ବରଣ କରିବାକୁ ଇଚ୍ଛା ରଖୁଥିଲେ , କିନ୍ତୁ ସେହି ପୁଅର ବାହାଘର ଗାଁର ଆଉ ଏକ ଝିଅ ସହ ହୋଇଗଲା । ସେମିତି ଝିଅଟି ବହୁତ ସୁନ୍ଦର ଥିଲା , ଓ ତା ସହ ବାହାହୋଇ ସେହି ବ୍ୟକ୍ତି ବହୁତ ଖୁସିଥିଲା ।

 

ସେ ବ୍ୟକ୍ତି ନିଜ ସ୍ତ୍ରୀକୁ ସବୁବେଳେ ପ୍ରଶଂସା କରୁଥିଲା , ସବୁ ଲୋକେ ତାଙ୍କର ଭଲ ପାଇବା ଦେଖି ଇର୍ଷା କରୁଥିଲେ , କିନ୍ତୁ ବାହାଘରର କିଛି ମାସ ପରେ ସେହି ବ୍ୟକ୍ତିର ସ୍ତ୍ରୀକୁ ଚର୍ମ ରୋଗ ହୋଇଗଲା । ତାର ସୁନ୍ଦରତାକୁ ଗ୍ରହଣ ଲାଗିଗଲା । ତାର ସୁନ୍ଦରତା ଶେଷ ହେବାକୁ ଲାଗିଲା ।

ସ୍ତ୍ରୀକୁ ଲାଗିଲା କି ସେ ତା ସ୍ୱାମୀ ଆଗରେ ବହୁତ ଅସୁନ୍ଦର ଦେଖାଯାଉଛି, ବୋଧେ ତା ସ୍ୱାମୀ ତାକୁ ବହୁତ ଘୃଣା କରିବ , ସେ ନିଜେ ନିଜ ସ୍ୱାମୀଠୁ ଦୂରତା ରଖିଲା , ତା ସ୍ୱାମୀ ଡାକିଲେ ସେ ଓଢଣା ଦେଇକରି ଯାଏ , ସ୍ୱାମୀ ବୁଝିଗଲା କି ତା ସ୍ତ୍ରୀ ଏହି କାରଣରୁ ତା ଠାରୁ ଦୁରେଇ ଯାଉଛି , ସେ ତାକୁ ବୁଝେଇବାକୁ ଚେଷ୍ଟା କଲା । କିନ୍ତୁ ନିଜକୁ ବୁଝାପଡୁନଥିଲ , ସେ କିପରି ବୁଝାଇବ ।

 

ଦିନେ ସ୍ୱାମୀ ଅଫିସରୁ ବାହାରିଲା ଓ ତାର ଆକ୍ସିଡେଣ୍ଟ ହୋଇଗଲା । ଓ ତାକୁ ମେଡିକାଲ୍ ନିଆଗଲା , କିନ୍ତୁ ତା ସ୍ୱାମୀର ଦୁଇଟି ଆଖି ଚାଲିଯାଇଥିଲା । ତା ସ୍ତ୍ରୀ ଜୀବନରେ ଦୁଃଖର ପାହାଡ ଗଳିପଡିଲା , ସେ ନିଜ ଭାଗ୍ୟକୁ ନିନ୍ଦା କଲା , ସ୍ୱାମୀ ସେତେବେଳେ କହିଲା ତୁମେ କଣ ପାଇଁ ଚିନ୍ତା କରୁଛ ତୁମର ଆଖି ଅଛି ମୁଁ ତୁମ ଆଖିରେ ଦୁନିଆଁ ଦେଖିବି, ସେମିତି ଧୀରେ ଧୀରେ ଚର୍ମରୋଗ କାରଣରୁ ତା ସ୍ତ୍ରୀର ଶରୀର ଅସୁନ୍ଦର ହୋଇଗଲା । କିନ୍ତୁ ତା ସ୍ୱାମୀ ଅନ୍ଧ ଥିଲା ତେଣୁ ସେ କିଛି ବି ଦେଖିପାରୁନଥିଲା । ଦୁହିଁଙ୍କର ଜୀବନ ସେମିତି କଟିବାକୁ ଲାଗିଲା ,

 

ସ୍ତ୍ରୀ ଦିନ ରାତି ନିଜ ସ୍ୱାମୀ ପାଖରେ ବସି ସେବା ଶ୍ରୁଶଷା କରିବାକୁ ଲାଗିଲା , ଓ ବାହାରେ ଯାଇକରି କାମ କରିବାକୁ ଲାଗିଲା , କିନ୍ତୁ ଏହା ବେଶୀ ଦିନ ସୁଖ ମିଳିଲା ନାହିଁ , ଦିନେ ସେହି ବ୍ୟକ୍ତିର ସ୍ତ୍ରୀର ଚର୍ମରୋଗ ସକାଶେ ମୃତ୍ୟୁ ହୋଇଗଲା । ଓ ସେହି ବ୍ୟକ୍ତି ଏକେଲା ହୋଇଗଲା । ତା ସ୍ତ୍ରୀ ମରିଯିବାପରେ ସେ ବହୁତ ଭାଙ୍ଗିପଡିଥିଲା । ଦିନେ ସେ ସହର ଛାଡିକରି ବାହାରକୁ ଯିବାକୁ ନିଷ୍ପତ୍ତି ନେଲା , ତେବେ ସେହି ସମୟରେ ତାର ଜଣେ ସାଙ୍ଗ ତା ଘରକୁ ଆସିଲା । ସେ କହିଲା ଏବେ ତୁମେ ନିଜ ସ୍ତ୍ରୀ ଛଡା କିପରି ଦୁନିଆଁରେ ଏକେଲା ଚଳିପାରିବ , ଏତେ ବର୍ଷ ହେଲା ତୁମ ସାଙ୍ଗରେ ଥିଲା । ଏବେ ତୁମ ସହ ନାହିଁ , ଆଗକୁ କିପରି ଯିବ ।

 

ଏହା ଉପରେ ସେହି ବ୍ୟକ୍ତି କହିଲା କି ମୁଁ ଅନ୍ଧ ନୁହେଁ , ଖାଲି ଅନ୍ଧ ହେବାର ଅଭିନୟ କରୁଥିଲି, କାରଣ ମୋ ସ୍ତ୍ରୀକୁ ଲାଗିଥାନ୍ତା କି ମୁଁ ତାର ଅସୁନ୍ଦରତା ଦେଖି ଘୃଣା କରିବି ବୋଲି , ଓ ତାକୁ ଏଥିରେ ବହୁତ ଦୁଃଖ ଲାଗିଥାନ୍ତା । ଓ ସେ ମୋ ଠାରୁ ଦୁରେଇଯାଇଥାନ୍ତା । ମୁଁ ତାକୁ ଖୁସିରେ ଦେଖିବାକୁ ଚାହୁଁଥିଲି , ଯେଉଁ ସ୍ୱାମୀ ନିଜ ସ୍ତ୍ରୀ ସହ ସବୁବେଳେ ଖୁସି ରହିବାକୁ ଚାହେଁ , ତେଣୁ କେବେ ବି ଜଣେ ଅନ୍ୟ ଜଣଙ୍କ ଦୁର୍ବଳତା ଦେଖିବା ବନ୍ଦ କରିଦିଅନ୍ତୁ, ଯଦି ଜଣେ ଅନ୍ୟ ଜଣଙ୍କ ଦୁର୍ବଳତା ଦେଖିବାକୁ ଲାଗିଲେ ତେବେ ଜୀବନ ଅତିବାହିତ କରିବା ଅସମ୍ଭବ ହୋଇଯିବ ।

Leave a Reply

Your email address will not be published. Required fields are marked *