September 8, 2024

Odia Express

Leading Odia News Portal of Odisha

ଏକ ଜଣେ ସ୍ୱାମିଥିବା ସାଧବ ବିବାହିତ ମହିଳା ଯାହାଙ୍କୁ ସରକାର ଦେଇଥାଏ ବିଧବା ଭର୍ତ୍ତା – କାରଣ ଜାଣିଲେ ଆପଣ ମଧ୍ୟ ମୁଣ୍ଡରେ ହାତଦେବେ..

ମହିଳାମାନେ ବିବାହିତ ହୁଅନ୍ତୁ ନା କାହିଁକି କିନ୍ତୁ ସୌଭାଗ୍ୟବତୀ ହେବା ବହୁତ ମହତ୍ତ୍ୱପୂର୍ଣ୍ଣ ହୋଇଥାଏ , ଦେଶରେ ବହୁତ ପର୍ବ ମନାଯାଇଥାଏ । ଯାହାଙ୍କ ସ୍ୱାମୀଙ୍କ ପାଇଁ ସେମାନେ ନିର୍ଜଳା ଉପବାସ ରଖିଥାନ୍ତି । କିନ୍ତୁ କେବେ ଆପଣ ଭାବିଛନ୍ତି କି ଯଦି ଆପଣଙ୍କ ସ୍ୱାମୀ ଜିବିତ ରହିଥିବାବେଳେ ଆପଣଙ୍କୁ କେହି ବିଧବା କହିଦେବେ ତେବେ ତାହା ଆପଣଙ୍କୁ ଭଲ ଲାଗିବ ନାହିଁ , ଆସନ୍ତୁ କହିବୁ ସେହି ପରି ଏକ ଘଟଣା ବିଷୟରେ ।

 

ଏମିତି ଏକ ଘଟଣା ହୋଇଛି ଲକ୍ଷ୍ନୌର ସୀତା ପୁରରେ ରହୁଥିବା ଏକ ମହିଳାଙ୍କ ସହ ବିନା ସରକାରୀ ଅଫିସରେ ଚକ୍କର କାଟିକରି ସେ ବ୍ୟାଙ୍କ୍ ଖାତାରେ ବିଧବା ଭର୍ତ୍ତା ପାଉଛନ୍ତି , କିନ୍ତୁ ଏହି କଥାରେ ସେ ମହିଳା କେବେ ବି ଖୁସି ନାହାନ୍ତି , ଓ ସେ ଏହି ବିଷୟରେ ଅଭିଯୋଗ ବି କରିଛନ୍ତି , ଏବେ ଆପଣ ଭାବୁଥିବେ କି ସେ ମହିଳା ବୋଧେ ବୋକା କିନ୍ତୁ ଏପରି ନୁହେଁ , ଆମେ ଆଜି ଯେଉଁ ଘଟଣା କହିବୁ , ତାହା ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ ।

 

ଏହି ମାମଲା ସୀତାପୁର ବଟସ୍ ଗଞ୍ଜର ଅଟେ ଯେଉଁଠି ଜଣେ ମହିଳା ପ୍ରିୟଙ୍କା ବାହାଘରର ଆଠ ମାସ ହୋଇଥିଲେ ଓ ତାଙ୍କୁ ବିଧବା ପେନସନ୍ ମିଳିବାକୁ ଲାଗିଲା କିନ୍ତୁ ତାଙ୍କ ସ୍ୱାମୀ ବଞ୍ଚିଥିଲେ , ଏହି ମହିଳାଙ୍କ ସ୍ୱାମୀ ସନ୍ଦିପ କୁମାର ମହମୁଦାବାଦ ବ୍ଲକ୍ ରେ ସଫେଇ କର୍ମଚାରୀ ଅଛନ୍ତି , ବାହାଘର ଆଠ ମାସ ପରେ ପ୍ରିୟଙ୍କାଙ୍କ ମୋବାଇଲ୍ କୁ ଏକ ମେସେଜ୍ ଆସିଲା ଯାହା ଦ୍ୱାରା ତାଙ୍କ ଖାତାରେ ୩୦୦୦ ଟଙ୍କା ପଠାଇଦିଆଯାଇଥିଲା , ଯାହାପରେ ସନ୍ଦିପ ଜାଣିପାରିଲେ କି ସେ ଯେଉଁ ଧନ ରାଶି ତାଙ୍କ ଏକାଉଣ୍ଟକୁ ଆସିଛି ତାହା ବିଧବା ଭର୍ତ୍ତା ଅଟେ , ଏହି କଥା ଜାଣିଲା ପରେ ସେ ସିଧା ପ୍ରୋବେସନ୍ ବିଭାଗ ଅଧିକାରୀଙ୍କୁ ଜଣାଇଥିଲେ , ସେ କହିଥିଲେ କି ମୁଁ ଜିବିତ ଅଛି, ଓ ମୋର ସ୍ତ୍ରୀଙ୍କ ଏକାଉଣ୍ଟଙ୍କୁ ବିଧବା ପେନସନ୍ ମିଳୁଛି , କିନ୍ତୁ ଜିଲ୍ଲା ପ୍ରୋବେଶନ ଅଧିକାରୀ ସନ୍ଦିପଙ୍କ ଅଭିଯୋଗକୁ ଦେଖିଲେ ନାହିଂ , ଏହାପରେ ସନ୍ଦିପ ମୁଖ୍ୟମନ୍ତ୍ରୀ ଆଇଜି ଆର୍ ଏସ୍ ଙ୍କ ଠାରୁ ନେଇକରି ଡିଏମ୍ ଙ୍କୁ ଏହି କଥା ଅଭିଯୋଗ କରିବାପରେ ଡିଏମ୍ ଏହି ମାମଲାର ପୁରା ଛାନବିନ୍ କଲେ ।

 

ଏହି ମାମଲା ବିଷୟରେ ଜାଣିଲା ପରେ ସୀତାପୁର ବଟସ ଗଞ୍ଜର ରହୁଥିବା ୨୨ ବର୍ଷିୟ ବିବାହିତ ମହିଳା ବିଧବା ପେନସନ୍ ମିଳିବା ମାମଲା ସାମନାକୁ ଆସିଲା , ଏହାପରେ ପ୍ରଶାସନିକ ଅଧିକାରୀମାନେ ସରକାରୀ ଅଧିକାରୀଙ୍କ ଏହିପରି ବେଦାୟିତ୍ୱ ହିନତାକୁ ଦେଖିକରି ବହୁତ ବିଗିଡିଥିଲେ , କାରଣ ବହୁତ ଏପରି ମହିଳା ଅଛନ୍ତି ଯିଏକି ବିଧବା ପେନସନ୍ ପାଇବାପାଇଁ ବଡ ଅଧିକାରୀଙ୍କ୍ ପାଖରେ ଚକ୍କର କାଟିଥାନ୍ତି ,କିନ୍ତୁ ତାଙ୍କୁ ସଠିକ୍ ପେନସନ୍ ମିଳିପାରେ ନାହିଁ , ସେମିତି ଚାକିରି କରୁଥିବା ପେଶାର ଲୋକଙ୍କ ସ୍ତ୍ରୀ ମାନେ ଏହି ବିଧବା ପେନସନ୍ ଲାଭ ପାଇପାରୁଛନ୍ତି ,

କହିଦେବୁ କି ଏହି ଫର୍ଜି ବିଧବା ପେନସନ ମିଳିବାପରେ ସନ୍ଦିପ ନିଜକୁ ଜୀବିତ ପ୍ରମାଣ କରିବାପାଇଁ ଅଫିସରଙ୍କୁ ଗୁହାରୀ କରିଥିଲେ , କିନ୍ତୁ ତାଙ୍କୁ ନ୍ୟାୟ ମିଳିପାରିଲା ନାହିଁ,  ଏହି ଫର୍ଜିକୁ ଘଟାଇଥିବା ଦଲାଲଙ୍କ ତରଫରୁ ତାଙ୍କୁ ଜୀବନରେ ମାରିଦେବାକୁ ଧମକ ମିଳୁଛି , ସଫେଇ କର୍ମଚାରୀଙ୍କ ଦ୍ୱାରା ବିଧବା ପେନସନ ନାଁରେ ଫର୍ଜି ବାଲା ଖୁଲାସାରୁ ଏହା ସଫା ପ୍ରମାଣିତ ହୋଇଥିଲା , ଯେଉଁଠି ଗୋଟେ ତରଫରୁ ଯୋଗୀ ସରଆର ଭ୍ରଷ୍ଟାଚାର ଉପରେ କଡା କାର୍ଯ୍ୟନୁଷ୍ଠାନ କଥା କହୁଛେ , କିନ୍ତୁ ସୀତାପୁରରେ ଅଫିସର ମାନଙ୍କ ଦ୍ୱାରା ଦଲାଲଙ୍କ ମାଧ୍ୟମରେ ଭ୍ରଷ୍ଟାଚାର ଘଟାଉଛନ୍ତି ।

Leave a Reply

Your email address will not be published. Required fields are marked *