September 12, 2024

Odia Express

Leading Odia News Portal of Odisha

୧୮ ମେ ୨୦୧୯ ଶନିବାର,ଆଜିର ରାଶିଫଳ – କେମିତି କଟିବ ଆଜି ଆପଣଙ୍କ ଦିନ – ଶନି ଦେବ ଙ୍କ କୃପା ରହିବ ଏହି ରାଶି ଉପରେ

ମେଷ : ଆପଣଙ୍କ ଭିତରେ ରଚ଼ନାତ୍ମକତା ବହୁପରିମାଣରେ ଅଛି, ଆଜିକା ଦିନଟି ଆପଣ ଏହାର ସମ୍ପୂର୍ଣ୍ଣ ବ୍ୟବହାର କରିପାରନ୍ତି । ଆପଣ ବହୁଦିନରୁ କିଛି କହିବାକୁ ଚ଼ାହୁଁଛନ୍ତି କିନ୍ତୁ କରିପାରୁନାହାନ୍ତି । ଆଜିକା ଦିନଟିକୁ ବ୍ୟବହାର କରି ଆପଣ ନିଜର ରଚ଼ନାତ୍ମକତାକୁ ଅଭିବ୍ୟକ୍ତ କରି ପାରନ୍ତି । ଆଜି ଆପଣଙ୍କୁ ସାମାଜିକ ଏବଂ ସାର୍ବଜନିକ କ୍ଷେତ୍ରରେ ପ୍ରସିଦ୍ଧି ମିଳିବ। ପରିବାର ଏବଂ ଦାମ୍ପତ୍ୟଜୀବନରେ ସୁଖ-ସନ୍ତୋଷ ଅନୁଭବ କରିବେ। ମୌଜ-ମସ୍ତୀ ଏବଂ ମନୋରଞ୍ଜନରେ ଏବଂ ଭାଗିଦାରୀରେ ଲାଭ ହେବ। ଜୀବନସାଥୀ ସହିତ ଭଲ ମିଳାମିଶା ରହିବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ

ବୃଷ : କାର୍ଯ୍ୟ କୁଶଳତାର ଗୁଣ ଆପଣଙ୍କ ଭିତରେ ବହୁପରିମାଣରେ ଅଛି ଯାହା ଏହିଦିନ ଆହୁରୀ ଅଧିକ ବଢ଼ି ଯିବ । ଆପଣ ସକାରାତ୍ମକ ଏବଂ ରଚ଼ନାତ୍ମକ ଉର୍ଜାରେ ଅଛନ୍ତି । ଏଥିପାଇଁ ଆପଣ ସହଜରେ ସମସ୍ୟାର ସମାଧାନ ଖୋଜି ବାହାର କରିପାରିବେ । ବାଣୀ ଏବଂ ବ୍ୟବହାରରେ ନିୟନ୍ତ୍ରଣ ରଖିବାକୁ ଉପଦେଶ। ଆଜି ସନ୍ତାନ ଏବଂ ଜୀବନସାଥୀର ସ୍ଵାସ୍ଥ୍ୟ ସମ୍ବନ୍ଧରେ ଚିନ୍ତା ହୋଇପାରେ। ମଉଜ-ସଉକ ତଥା ମନୋରଞ୍ଜନ ପଛରେ ଖର୍ଚ୍ଚ ହୋଇପାରେ। ବାଦ-ବିବାଦରେ ପଡ଼ନ୍ତୁ ନାହିଁ। ଖାଇବା ପିଇବା ପ୍ରତି ଧ୍ୟାନ ରଖିବେ।ପ୍ରତିକାର– ମୁଗଡାଲି ଧର୍ମସ୍ଥାନରେ ଦେବେ

ମିଥୁନ : ଆପଣଙ୍କ ସଂପ୍ରେଷଣ କଳା ଏବଂ ଦୃଢ଼ ନିଶ୍ଚୟ ଯୋଗୁଁ ଆପଣ ବହୁ ସମସ୍ୟାକୁ ସମାଧାନ କରିବେ । ଯେତେବେଳେ ଆପଣ ସଫଳତା ପାଇବେ, ସେତେବେଳେ ଏଗୁଡ଼ିକର ଆପଣଙ୍କ ଜୀବନରେ କେତେ ମହତ୍ତ୍ୱ ବୁଝିପାରିବେ । ଆଜିର ଦିନରେ ଲାଭ ମିଳିବ। ପାରିବାରିକ ସୁଖ-ଶାନ୍ତି ରହିବ। ଜୀବନସାଥୀ ପଛରେ ଖର୍ଚ୍ଚ ହୋଇପାରେ। ଅବିବାହିତ ଲୋକମାନଙ୍କର ବିବାହର ସମ୍ଭାବନା ଅଛି। ବ୍ୟାପାର ଏବଂ ଚାକିରିରେ ଆୟ ବଢ଼ିବ। ଘରେ ଶୁଭ-ପ୍ରସଙ୍ଗର ଆୟୋଜନ ହେବ। ପ୍ରିୟଜନମାନଙ୍କ ମିଳନ ଆନନ୍ଦଦାୟକ ହେବ।ପ୍ରତିକାର– ଆରାଧ୍ୟାଦେବୀଙ୍କୁ ଭୋଗ ଲଗେଇ ପିଲାଙ୍କୁ ବାଣ୍ଟିବେ।

କର୍କଟ : ଆଜି ଆପଣଙ୍କ ଅଟକିଥିବା ସରକାରୀ ସମୃଦ୍ଧି କାର୍ଯ୍ୟ ଗୁଡ଼ିକ ପୂରଣ ହୋଇଯିବ । ସେହି ସଂସ୍ଥା ଗୁଡ଼ିକରୁ ହିଁ ଆପଣଙ୍କର କାର୍ଯ୍ୟକୁ ପ୍ରାଥମିକତା ମିଳିବ ଯେଉଁଠି କି ଆପଣଙ୍କର କାର୍ଯ୍ୟଉପରେ ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଉନଥିଲା । ସ୍ଵାସ୍ଥ୍ୟ ନରମ ରହିପାରେ। ଛାତୀରେ ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି ଅସୁବିଧା ଅନୁଭବ କରିପାରନ୍ତି। ପରିବାରରେ ସଦସ୍ୟମାନଙ୍କ ସହିତ ବାଦ-ବିବାଦ ନ ହେଉ, ଏହାର ଧ୍ୟାନ ରଖିବେ। ଅର୍ଥ ଖର୍ଚ୍ଚ ହେବ। ସମୟରେ ଭୋଜନ ନ ମିଳିବା ଉପରେ କ୍ରୋଧ ଆସିପାରେ।ପ୍ରତିକାର– ମସୁରଡାଲି ଧର୍ମସ୍ଥାନରେ ଦେବେ

ସିଂହ : ଏହି ସମୟରେ ନିଜର ଲୋକମାନଙ୍କ ସହିତ ମଜା କରନ୍ତୁ ,କିନ୍ତୁ ଏହାସହ ନିଜ କାର୍ଯ୍ୟକୁ ମଧ୍ୟ ଠିକ୍ ସମୟରେ ସାରିବା ପାଇଁ ଚ଼େଷ୍ଟା କରନ୍ତୁ । ଘର ଏବଂ ବାହାରର କାର୍ଯ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା ଆଜି ଆପଣଙ୍କର ମୂଳମନ୍ତ୍ର ହେବା ଉଚ଼ିତ୍ । ଭାଇ-ବନ୍ଧୁମାନଙ୍କ ସହିତ ସମ୍ବନ୍ଧ ସୌହାର୍ଦପୂର୍ଣ୍ଣ ରହିବ। ନିର୍ଦ୍ଧାରିତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ। ଛୋଟ ଯାତ୍ରା କରିପାରନ୍ତି। ଭାଗ୍ୟବୃଦ୍ଧି ପାଇଁ ସୁଯୋଗ ଆସିବ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ଉପରେ ବିଜୟ ପ୍ରାପ୍ତ କରି ପାରିବେ। ପ୍ରିୟ ବ୍ୟକ୍ତିଙ୍କର ନିକଟତା ଆପଣଙ୍କୁ ଖୁସି ଦେବ। ଆର୍ଥିକ ଲାଭ ହେବ।ପ୍ରତିକାର:- ଅସହାୟା ମାନଙ୍କୁ ସାହାଜ୍ୟ କରନ୍ତୁ।

କନ୍ୟା : ଆଜି ଦିନରେ ପରିବାର ଲୋକମାନଙ୍କ ସହ ଖୁବ୍ ଝଗଡା ହେବାର ସମ୍ଭାବନା ଅଛି । ଏଥିପାଇଁ କଥାବାର୍ତ୍ତା ଆଗରୁ ଖୁବ୍ ସତର୍କ ରହନ୍ତୁ । ହୁଏତ କଥାବାର୍ତ୍ତା କଲାବେଳେ କୌଣସି କାରଣରୁ ଉତ୍ତେଜିତ ହେଇପାରନ୍ତି କିମ୍ବା କ୍ରୋଧାନ୍ନିତ ହେଇପାରନ୍ତି । ନକାରାତ୍ମକ ବିଚାରରେ ମନ ଚିନ୍ତିତ ରହିବ। ପାରିବାରିକ ସଦସ୍ୟମାନଙ୍କ ସହିତ ଭୁଲ ବୁଝାବଣା ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ହୋଇପାରେ। ବିଦ୍ୟାର୍ଥିମାନଙ୍କପାଇଁ ସମୟ ଅନୁକୂଳ ଅଟେ, ପାଠପଢ଼ାରେ ମନ ଲାଗିବ। ଯାତ୍ରାର ସମ୍ଭାବନା ଅଛି। କିଣାକିଣିରେ ସଫଳତା ମିଳିବ।।ପ୍ରତିକାର– ଗାଈକୁ କିଛି ଖାଇବାକୁ ଦିଅନ୍ତୁ

ତୁଳା : ଆଜି ଆପଣ ନିଜ ଉପରେ କାର୍ଯ୍ୟ ବୋଧ ବଢ଼ି ଯାଇଛି ବୋଲି ଅନୁଭବ କରିବେ । ଏହି ଚ଼ିନ୍ତା ଘର ଏବଂ କାର୍ଯ୍ୟ ସହ ସମ୍ବନ୍ଧିତ ହୋଇଥାଇପାରେ । ଆଜି ଆପଣ ଶାନ୍ତ ରହି ନିଜର କାର୍ଯ୍ୟ ସମ୍ପାଦନ କରନ୍ତୁ । ବର୍ତ୍ତମାନ ସମୟରେ ଆପଣ ଭଲ ଭାବରେ ଆର୍ଥିକ ଯୋଜନା ସମ୍ପୂର୍ଣ୍ଣ କରି ପାରିବେ। ଆପଣଙ୍କ କଳାତ୍ମକ ଏବଂ ସୃଜନାତ୍ମକ ଶକ୍ତି ଶ୍ରେଷ୍ଠତମ ରହିବ। ଶାରୀରିକ ଏବଂ ମାନସିକ ରୂପରେ ଫୂର୍ତ୍ତି ରହିବ। ଦୃଢ଼ ବିଚାର ଏବଂ ଆତ୍ମବିଶ୍ଵାସରେ କାର୍ଯ୍ୟ ସମ୍ପୂର୍ଣ୍ଣ କରି ପାରିବେ। ଭାଗିଦାରୀ ସହିତ ମେଳ-ମିଳାପ ରହିବ।।ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ

ବିଚ୍ଛା : ଆଜି କାଲି ଯେଉଁ ସମସ୍ୟା ବଢି ଚ଼ାଲିଛି ଆପଣ ତାହାକୁ ଠିକ୍ ଭାବରେ ବୁଝି ଶେଷ କରିବା ପାଇଁ ଚ଼େଷ୍ଟା କରିବା ଉଚିତ୍ । ମାନସିକ ଶାନ୍ତି ପାଇଁ ବାହାରେ କେଉଁଠିବି ବୁଲିବାକୁ ଯାଆନ୍ତୁ କିମ୍ବା କୌଣସି ଭଲ ବହି ପଢ଼ି ପାରନ୍ତି । ମିତ୍ରମାନଙ୍କ ତରଫରୁ ଶୁଭ ସମାଚାର ମିଳିବାର ସମ୍ଭାବନା ଅଛି, ଲାଭ ହେବ। ଆମୋଦ-ପ୍ରମୋଦରେ ଅର୍ଥ ଖର୍ଚ୍ଚ ହୋଇପାରେ। ଦାମ୍ପତ୍ୟଜୀବନ ଭଲ ରହିବ। କୋର୍ଟ-କଚେରୀ ମାମଲାରେ ସମ୍ଭାଳିକରି କାର୍ଯ୍ୟ କରିବାକୁ ଉଚିତ ରହିବ। ଅଫିସ୍ ରେ ମହିଳାବର୍ଗଙ୍କଠାରୁ ଲାଭ ମିଳିବ।ପ୍ରତିକାର– ଘରୁ ବହାରରିବା ସମୟରେ ମୁହଁ ମିଠା କରି ବାହାରନ୍ତୁ

ଧନୁ : ଆଜି ଆପଣ କାହା ଉପରେ ନିର୍ଭର କରୁଛନ୍ତି । ଆପଣ ସମସ୍ତଙ୍କୁ ବିଶ୍ୱାସ ବହୁତ ଶିଘ୍ର କରିନିଅନ୍ତି ।ଏହି ଅଭ୍ୟାସକୁ ଆପଣ ପରିବର୍ତ୍ତନ କରନ୍ତୁ ନହେଲେ ଏହି ଅଭ୍ୟାସ ପାଇଁ ଆପଣ ପଛରେ ହଇରାଣରେ ପଡ଼ିବେ । ପ୍ରେମର ସୁଖଦ ଅନୁଭବ ହେବ। ସୌଭାଗ୍ୟ ପ୍ରାପ୍ତ କରିବେ। ଆର୍ଥିକ ଏବଂ ସାମାଜିକ ଦୃଷ୍ଟିରେ ଆଜି ଲାଭର ଦିନ। ଗୃହସ୍ଥ ଜୀବନରେ ଆନନ୍ଦ ଭରି ରହିବ। ମହିଳା ମିତ୍ରମାନଙ୍କଠାରୁ ଲାଭ ତଥା ତାଙ୍କ ସହିତ ଯାତ୍ରାର ଆୟୋଜନ ହେବ। ଆୟର ସାଧନରେ ବୃଦ୍ଧି ହେବ। ମାଙ୍ଗଳିକ କାର୍ଯ୍ୟ ହେବ।ପ୍ରତିକାର- ଅସହାୟକୁ ନିରାଶ କରିବେ ନାହିଁ

ମକର : ଯେଉଁ ଛାତ୍ରମାନେ ନିଜର ଉଚ୍ଚଶିକ୍ଷା ଲାଭ କରିବାକୁ ଚାହୁଁଛନ୍ତି , ଆଜି ଏକ ଶୁଭଦିନ ହିସାବରେ ଯୋଜନା ଆରମ୍ଭ କରନ୍ତୁ । କଣ ଶିକ୍ଷା କରିବେ ଏକ ଚିଠା ତିଆରି କରନ୍ତୁ ଏବଂ ତାହାର ଭଲମନ୍ଦ ବିଚାର କରନ୍ତୁ । ବ୍ୟବସାୟ କ୍ଷେତ୍ରରେ ଧନ, ମାନ ଏବଂ ପ୍ରତିଷ୍ଠାରେ ବୃଦ୍ଧି ହେବ। ଚାକିରିରେ ମଧ୍ୟ ଆପଣଙ୍କ ପରିଶ୍ରମ ଯୋଗୁ ସଫଳତା ମିଳିବ। ଘର, ପରିବାର ଏବଂ ସନ୍ତାନ ମାମଲାରେ ଆନନ୍ଦ ଅନୁଭବ କରିବେ। ବ୍ୟବସାୟ କାର୍ଯ୍ୟ ସମ୍ବନ୍ଧରେ ବ୍ୟସ୍ତତା ବଢ଼ିବ। ଚାକିରିରେ ପ୍ରମୋଶନ ହେବ। କାର୍ଯ୍ୟଗୁଡ଼ିକରେ ସଫଳତା ମିଳିବ।ପ୍ରତିକାର– ଶଣ୍ଢକୁ କିଛି ଖାଇବାକୁ ଦିଅନ୍ତୁ

କୁମ୍ଭ : ଆଜି ଆପଣ ଆଉ କାହାର ଖରାପ ବ୍ୟବହାରରେ ଦୁଃଖି ଅଟନ୍ତି । ଆପଣ ପୁରା ଚ଼େଷ୍ଟା କରନ୍ତୁ , କୌଣସି ବେକାର କାର୍ଯ୍ୟ ନକରି ନିଜ ଉପରେ ଥିବା ଦାୟିତ୍ୱକୁ କାର୍ଯ୍ୟରେ ପରିଣତ କରନ୍ତୁ । କାମ କରିବାରେ ଉତ୍ସାହର ଅଭାବ ହୋଇପାରେ। ଅଫିସ୍ ରେ ପଦାଧିକାରିମାନଙ୍କଠାରୁ ଦୂରତା ରଖନ୍ତୁ। ପ୍ରତିଦ୍ୱନ୍ଦ୍ୱୀମାନଙ୍କ ସହିତ ତର୍କରେ ଆସିବା ଆଜି ଉଚିତ ନୁହେଁ। ମଉଜ-ସଉକ ପଛରେ ବିଶେଷ ଧନ ଖର୍ଚ୍ଚ ହୋଇପାରେ। ଯାତ୍ରାର ଯୋଗ ଅଛି।ପ୍ରତିକାର– କେଶର ହଳଦୀ ଚନ୍ଦନ ମସ୍ତକରେ ଧାରଣ କରନ୍ତୁ

ମୀନ : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ । ଆକସ୍ମିକ ଧନ ଲାଭର ଯୋଗ ଅଛି। ବ୍ୟାପାରୀବର୍ଗଙ୍କୁ ରୋକିଯାଇଥିବା ଅର୍ଥ ମିଳିବ। ଆଜି ଆପଣଙ୍କୁ ଶାରୀରିକ ଏବଂ ମାନସିକ ରୂପରେ ଅଧିକ ପରିଶ୍ରମ କରିବାକୁ ପଡ଼ିପାରେ। ସ୍ଵାସ୍ଥ୍ୟ ମାମଲାରେ ଧ୍ୟାନ ରଖିବାକୁ ଉପଦେଶ। ମନ ନିୟନ୍ତ୍ରିତ ରଖିବେ।ପ୍ରତିକାର–ମାଗଣାରେ କୌଣସି ଦ୍ରବ୍ୟ ଗ୍ରହଣ କରନ୍ତୁ ନାହିଁ

Leave a Reply

Your email address will not be published. Required fields are marked *